ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ସୁଜାମ ମାର୍ଟ ର ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା/ ବିଭିନ୍ନ ସଂପ୍ରଦାୟ ଆଦିବାସୀ ମାନଙ୍କୁ ନେଇ ଗଠିତ ହୋଇଥିବା ସୁଜାମ ମାର୍ଟ ତରଫରୁ ସ୍ଥାନୀୟ ଭଂଜଭବନ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ ଜିଲ୍ଲାରେ ଓରାମ, ମୁଣ୍ଡା, ଖଡିଆ,କିଷାନ, ଭୁୟାଁ, ବଡାଇକ, ସିଂ ପ୍ରଭୃତି ସଂପ୍ରଦାୟର ଲୋକମାନେ ବସବାସ କରିଥାନ୍ତି। ସବୁ ସଂପ୍ରଦାୟର ଭିନ୍ନ ଭିନ୍ନ ରୀତିନୀତି ରହିଛି। ତେବେ ଭିନ୍ନତା ଭିତରେ ଏକତା ରଖିବା ପାଇଁ ସୁଜାମ ମାର୍ଟ ଏହିଭଳି ପ୍ରୟାସ ଆରମ୍ଭ କରିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ୨୦୨୦ମସିହା ଜୁନ ୯ତାରିଖ ଦିନ ଭାରତୀୟ ମୂଳବାସୀ ତରଫରୁ ଆରମ୍ଭ ହୋଇଥିବା ସୁଜାମ ମାର୍ଟ ତରଫରୁ ଭଂଜଭବନ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଣ୍ଡା ନୃତ୍ୟ, ଖଡିଆ ନୃତ୍ୟ, ଓରାମ ନୃତ୍ୟ, କିଷାନ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଓଡିଶା ବ୍ୟତୀତ ଝାରଖଣ୍ଡ ଓ ଛତିଶଗଡ ଅଂଚଳର ମୂଳବାସୀ ମାନେ ଯୋଗ ଦେଇଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ମାଥାଡିଅସ ବୋଥ୍ରା ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପାଣ୍ଡବ ଚରଣ ମୁଣ୍ଡା ଓ ଭରତ ଚନ୍ଦ୍ର ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଧେଶ୍ଯାମ ଓରାମ, ଯୱାକିମ ଖେସ୍,ୟୁସଦିନ ଲାକ୍ରା, ଏଲିସ ମିଞ୍ଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ପଲlସ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ପବ୍ଲିକ୍ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ପିଟିବା ସହ ଅଶ୍ଳୀଳ ଭିଡିଓ ଦେଖାଉଥିଲେ ସହପାଠୀ

Sunil Chandra Nayak

ଖବର ପ୍ରସାରଣ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଏଏସପିଙ୍କ ମାଡ଼

Sunil Chandra Nayak

Leave a Comment

error: Content is protected !!