ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରା ପେକ୍ସ୍ ର ସଭାପତି ଭାବରେ ସରୋଜ ରାଉତ ନିର୍ଦ୍ଵନ୍ଦରେ ନିର୍ବାଚିତ

 ଅନ୍ୟ ୬ଟି ପେକ୍ସ୍ ରେ ୧୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ

ରୁପ୍ରା, (ମନିସ ) : ବିଭିନ୍ନ କୃଷି ସମବାୟ ସମିତିରେ ପରିଚାଳନା କମିଟି ଗଠନ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନର୍ଲା ବ୍ଲକ ଅଧିନ ୭ଟି କୃଷି ସମବାୟ ସମିତିର ପରିଚାଳନା ପରିଷଦ ଗଠନ ନିମନ୍ତେ ମଧ୍ୟ ନିର୍ବାଚନ ୧୯ ତାରିଖ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରୁପ୍ରା କୃଷି ସମବାୟ ସମିତିର ପରିଚାଳନା ପରିଷଦ ଗଠନ ପାଇଁ ସମସ୍ତ ୧୫ଜଣ ସଦସ୍ୟ/ ସଦସ୍ୟା ବିନା ପ୍ରତିଦ୍ୱନ୍ଦ୍ୱିତାରେ ଓଡିଶା ସମବାୟ ସମିତି ନିୟମାବଳୀ ୧୯୯୨ ର ନିୟମ ୧୪ ରେ ଥିବା ବ୍ୟବସ୍ଥା ଅନୁଯାୟୀ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ରିଷାନ୍ତ ସାହୁ ଘୋଷଣା କରିଛନ୍ତି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ସଦସ୍ୟ /ସଦସ୍ୟା ହେଲେ ବନମାଳୀ ସାହୁ, ହିରାଧର ସାହୁ, ଅଜୟ କୁମାର ସେନାପତି, ଗୋବିନ୍ଦ ସାହୁ, ଚୁଡାମଣି ବିଶ୍ୱାଳ, ଜୟଦେବ ଖମାରୀ, କବିରାଜ ସାହୁ, ଟଙ୍କଧର ଭୋଇ, କେତକୀ ଖମାରୀ, ସରୋଜ କୁମାର ରାଉତ, ତ୍ରିବେଣୀ ନାଏକ, ଗୋପାଳ ମାଝୀ, ମୋହନ ମାଝୀ, ହରେକୃଷ୍ଣ ବେହେରା ଓ ଜଗୁଜୀବନ ମହାନନ୍ଦ । ସେହିପରି ଏହି ପେକ୍ସ୍ ର ସଭାପତି ପଦବୀ ନିମନ୍ତେ ଜଣେ ମାତ୍ର ସରୋଜ କୁମାର ରାଉତ ତାଙ୍କ ମନୋନୟନ ପତ୍ର ଦାଖଲ କରିଥିବାରୁ ସେ ମଧ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି। ଫଳରେ ଶ୍ରୀ ରାଉତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ବାର୍ତ୍ତା ପହଞ୍ଚିବାରେ ଲାଗିଛି। ଅନ୍ଯ ୬ଟି ପେକ୍ସ୍ ନର୍ଲା, ରୁପ୍ରାରୋଡ, ଶାନ୍ତପୁର, ଭାନପୁର, ପଲମ ଓ ତୁଲାପଡା ର ପରିଚାଳନା କମିଟି ଗଠନ ନିମନ୍ତେ କିଛି ସଦସ୍ୟ /ସଦସ୍ୟା ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ବେଳେ ସେଠାରେ ୧୯ ତାରିଖ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବୀ

Sunil Chandra Nayak

ଗାର୍ଡ ୱାଲ୍ ଭାଙ୍ଗି ପଥର ଚୋରି ତଥା ଡ୍ୟାମ ନିକଟ ପାହାଡ଼ ରୁ ପଥର ଚୋରି ତଥାପି ମୁକ ସମସ୍ତ ବିଭାଗ

Sunil Chandra Nayak

ଗଣହତ୍ୟା ଓ ଦୁଷ୍କର୍ମର ଶିକାର  ଛାତ୍ରୀ କନକ ନିଆଲର ମୃତଦେହକୁ  ଦାହ କଲେ ଡମ୍ବ ସମାଜ , କଂଗ୍ରେସ ଓ ଏଓଏସସିଏଫ କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!