ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଦ୍ୱାରା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ପ୍ରତି ହୋଇଥିବା ବେଆଇନ ଗିରଫ ଓ ଅମାନବୀୟ ଆଚରଣ ବିରୋଧରେ ପ୍ରତିବାଦ ସଭା

ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ବଡ଼ ଖବର ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶ ଙ୍କ ପ୍ରତି ବେଆଇନ ଗିରଫ ଏବଂ ଅମାନବୀୟ ଆଚରଣ ବିରୋଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି।ସଭା ପ୍ରାରମ୍ଭରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବରିଷ୍ଠ ଫୋଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ପ୍ରତିବାଦ ସଭାରେ ତିନୋଟି ସଙ୍ଘ ର ପ୍ରତିନୀଧି ଯୋଗ ଦେଇ ଘଟଣା ଉପରେ ଗୁରୁତ୍ବାରୋପ କରିଥିଲେ। ଜିଲ୍ଲା ସମନ୍ଵୟ ସମିତି ଆବାହକ ବିଜୟ କୁମାର ସହିସ ଅଧକ୍ଷତା କରିଥିବା ବେଳେ ଜିଲ୍ଲା ପ୍ରେସ କ୍ଲବ ଉପସଭାପତି ଡେନିଷ ରାୟ, ନୂଆପଡା ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଲୋକନାଥ ମହାପାତ୍ର, ଡିଷ୍ଟ୍ରିକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ନୂଆପଡା ସଭାପତି ଶୁଶାନ୍ତ କର ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୋଡେ଼ନ ରୁ ଟିକେଶ୍ଵର ନାଗ,ବିଶିକେଶନ ପଣ୍ଡା,ଅଂଶୁମାନ ଅଗସ୍ତି, କୁମର ମଣି ମହନନ୍ଦ , ମକାରୁ ବେମାଲ ,ରୁଦ୍ରରାଜ ବାଗ ,ସୁଜିତ କୁମାର ପ୍ରଧାନ ,ସୁରେନ୍ଦ୍ର ତିବାରୀ , ବିସିକେଶନ ପଣ୍ଡା , ମୀନକେତନ ନାୟକ ,ଅଂଶୁମାନ ଅଗସ୍ତି , ଦୀପକ ମିଶ୍ର , କୁମାରମଣି ମହାନଦ , ପିଣ୍ଟୁ ପଣ୍ଡା ,ପୁରୋହିତ ଶୁନାନୀ ଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଉରକେଲା – କବି ସୁଶାନ୍ତ କୁମାର ନାୟକଙ୍କ ଭିନ୍ନ ଏକ ପୃଥିବୀ ଲୋକାର୍ପିତ

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି

Sunil Chandra Nayak

ପାଳିତ ହେଲା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

Sunil Chandra Nayak

Leave a Comment

error: Content is protected !!