ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସ୍ଥାପନା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା/ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ କ୍ଲବର ସ୍ଥାପନା ଦିବସ ରାଉରକେଲା ଚ୍ୟାମ୍ବର ଅଫ କମର୍ସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଗତ ବର୍ଷର ସଭାପତି ରୋଟାରୀଆନ ଆର କିରଣ ଓ ସଂପାଦକ ରୋଟାରୀଆନ ରବି ଦାସ ଚଳିତ ବର୍ଷର ସଭାପତି ରୋଟାରୀଆନ ବ୍ରଜେଶ ଗୁପ୍ତା ଓ ସଂପାଦକ ରୋଟାରୀଆନ ରାଜେଶ ଅଗ୍ରୱାଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡିଜିଇ ମନଜିତ୍ ସିଂହ ଆରୋରା ଓ ସମ୍ମାନିତ ଅତିଥି ଭାବେ ଏଜି ରୋଟାରୀଆନ ସୁଚିସ୍ମିତା ବିଶ୍ବାସ,ଚ୍ୟାମ୍ବର ଅଫ୍ କମର୍ସର କର୍ମକର୍ତ୍ତା ଗଣ ଓ ଅନ୍ୟ ରୋଟାରୀ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ସ୍ବତନ୍ତ୍ର ବୁଲେଟିନ୍ କୁ ଉନ୍ମୋଚନ କରିଥିଲେ। ସେହିପରି ଅନୁଷ୍ଠାନ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ସେକ୍ଟର ୬ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। କ୍ଲବର ସଭାପତି ରୋଟାରୀଆନ ବ୍ରଜେଶ ଗୁପ୍ତା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷରୋପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ସି କେ ବିଶ୍ବାସ,ରୋଟାରୀଆନ ଭଗବାନ ପତିଙ୍କ ସହ ବହୁ ରୋଟାରୀଆନ,ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଅତିଥି ମାନେ ଏହି ଅବସରରେ ବୃକ୍ଷରୋପଣର ଉପକାରିତା ଓ ପରିବେଶ ସଂପର୍କରେ ବକ୍ତବ୍ଯ ରଖିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ରାଉରକେଲା – ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ

Sunil Chandra Nayak

ଗୁରୁତର ଆହତ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ସମାଜସେବୀ ସୌମିକ (ଟିଟନ୍)

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏମିତି ମିଛୁଆ ମୁହିଁ

Sunil Chandra Nayak

Leave a Comment

error: Content is protected !!