ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସ୍ମିତା ସାହୁ ଙ୍କ କବିତା ସ୍ଵପ୍ନ ର ନାୟକ

ସ୍ଵପ୍ନ ର ନାୟକ

ତୁମେ ମୋ ସ୍ବପ୍ନର ନାୟକ ସାଜିଛ,,
         ସତରେ କେବେ ଆସିବ,
ଏ ନିରୋଳା ନୟନ ଚାହିଁ ବସିଛି,
          ଦିନେ ବି ଆସି ବସିବ,
ଉଜାଗରେ ରହି ଲୋତକର ଧାର,
      କେବେ ଅନ୍ତ ଘଟିବ,
ବାହୁବନ୍ଧନର ଆବେଗ ଭିତରେ,
   ସୀମିତ ମୋତେ ରଖିବ,
ଅପେକ୍ଷା କାରାଗାରେ ଦଣ୍ଡିତ କରି,
    କେବେ ଯେ ମୁକ୍ତ କରିବ,
ସ୍ଵପ୍ନ କୁ ବାସ୍ତବ ରୁପାନ୍ତର ଦେଇ,
     ଆଲିଙ୍ଗନ ଯେ କରିବ,
ଭାବିଛି ତୁମକୁ ମୋର ଏ ପ୍ରଥମ,
    ପ୍ରେମର ଶେଷ ରହିବ,
ସତରେ କି ଅବା ସ୍ଵପ୍ନରେ ତୁମେ ହିଁ,
 ମୋର ନାୟକ ରହିବ,
ବିଶ୍ଵାସ କରିଛି ନିଶ୍ଚିତ ତୁମେ ହିଁ,
ନାୟକ ହୋଇ ଫେରିବ,
ନାୟକ ହୋଇ ରହିବ।।

     ମଧୁସ୍ମିତା ସାହୁ

  ବ୍ରହ୍ମା ନଗର ପ୍ରଥମ ଗଳି
ବ୍ରହ୍ମପୁର ଜିଲ୍ଲା-ଗଞ୍ଜାମ  ଓଡ଼ିଶା

 

Related posts

ବ୍ରିଜ ଭୁଶୁଡ଼ିବାରୁ ଖସି ପଡ଼ିଲା ଦୁଇ ଚଳନ୍ତା କାର୍: ଦୁର୍ଘଟଣାରେ ୭ ଜଣ ଆହତ..

Sunil Chandra Nayak

ଓଡ଼ିଶାର ଷ୍ଟାଫ୍ ନର୍ସ ପାଇବେ ଫୋରେନ୍ସ ନାଇଟିଙ୍ଗେଲ ପୁରସ୍କାର

ସଡକ ଦୁର୍ଘଟଣାରେ ମଟରସାଇକେଲ ଚାଳକ ମୃତ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!