ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବହେଳିତ ଲମତାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ:ନା ସାମିଲ ହୋଇଥିଲା ରଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ରେ ନା ଏବେ ବହୁ ଚର୍ଚ୍ଚିତ 5ଟି ରେ

ତେନ୍ତୁଳିଖୁଣ୍ଟି ୨୬/୦୭ ୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଲମତାଗୁଡା ଗ୍ରାମ ପଞ୍ଚାୟତ ର ଲମତାଗୁଡା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସବୁବେଳେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛି। ଗୋଟିଏ ଗ୍ରାମରେ ଥିବା ପ୍ରଥମରୁ ପଞ୍ଚମ ଏବଂ ଷଷ୍ବ ରୁ ଦଶମ ଦୁଇଟି ବିଦ୍ୟାଳୟ ଥିଲେ ତାକୁ ମିଶାଇ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଦ୍ଵାରା ପାରିଚାଳିତ କରି ଉକ୍ତ ବିଦ୍ୟାଳୟ କୁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ମାନ୍ୟତା ଦିଆ ଯାଇଛି। ଦିଗି ଓ ବିରିଗୁଡା ରେ ଲମତାଗୁଡା ଭଳି ସ୍ଥିତି ଥାଇ ନୋଡାଲ ବିଦ୍ୟାଳୟ ହୋଇ ପାରିଲା ଅଥଚ ଲମତାଗୁଡା ବଞ୍ଚିତ ହେଲା।1962 ମସିହାରେ ନିର୍ମିତ ଏହି ବିଦ୍ୟାଳୟ କୁ କାହିଁକି ଅବହେଳା କରାଯାଉଛି ଉତ୍ତର ମିଳୁନି। ଦ୍ଵିତୀୟ ରେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ରେ ବିଦ୍ୟାଳୟ କୁ ସାମିଲ କରା ଗଲାନି। ଫଳତଃ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ପାଇଁ ସ୍ୱତନ୍ତ୍ର କୋଠା ପାଇଁ ଅର୍ଥ ଆସିଲାନି । ଏଣୁ ବିଦ୍ୟାଳୟ ସର୍ବଶିକ୍ଷା ଅଭିଯାନ ଓ ଡି ପି ଇ ପି ସ୍କିମ ରେ ଯେତିକି ଶ୍ରେଣୀ ଗୃହ ନିର୍ମିତ ହୋଇଥିଲା ସେହି ଶ୍ରେଣୀ ଗୃହ କୁ ନେଇ ବିଦ୍ୟାଳୟ ଚାଲୁଛି। ବିଦ୍ୟାଳୟ ରେ ପାଞ୍ଚ ଟି ଶ୍ରେଣୀଗୃହ ଗୋଟିଏ ଅଫିସ ଗୃହ ରହିଛି। ଲାଇବ୍ରେରୀ, ଲାବୋ ରାଟୋରୀ ପାଇଁ କକ୍ଷ ର ଅଭାବ। ଅବହେଳା ର ଆଉ ଏକ ଫର୍ଦ୍ଦ ହେଲା ପରଜା ଦେଓପାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟନରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇ ପାରିଲା ଅଥଚ ସମ ସାମୟିକ ଲମତାଗୁଡା ଉଚ୍ଚ ବିଦ୍ୟାଳୟ କୁ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଗଲା ନି। ଅବହେଳା ଫର୍ଦ୍ଦ ରେ ଆଉ ଏକ ପୃଷ୍ଠା ଯୋଡିଦିଆ ଗଲା ବିଦ୍ୟାଳୟ କୁ ବହୁ ପ୍ରଚାରିତ ରୂପାନ୍ତର (5ଟି) ଯୋଜନା ରୁ ନାମ ହଟାଇ। ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନାହିଁ, ବିଦ୍ୟାଳୟ ରେ ଖେଳ ପଡିଆ ଆଦି ପାଇଁ ଭିତ୍ତିଭୁମି ନାହିଁ ବୋଲି ତୃତୀୟ ପର୍ଯ୍ୟାୟ 5ଟି ପ୍ରକଳ୍ପ ରୁ ବିଦ୍ୟାଳୟ କୁ ବାଦ ଦିଆ ଗଲା। ଏବେ ଅନେକ ପ୍ରଶ୍ନ ଉପୁଜୁଛି ଗ୍ରାମବାସୀ ଓ ପୂର୍ବତନ ଛାତ୍ରଛାତ୍ରୀ ଙ୍କ ମନରେ। କଣ ଭିତ୍ତିଭୂମି ନାହିଁ ବୋଲି ସମ୍ପୂର୍ଣ୍ଣ ରୂପେ ସରକାରୀ ଯୋଜନାରୁ ସବୁବେଳେ ବଞ୍ଚିତ କରାଯିବନି ତ? ଭିତ୍ତିଭୁମି ବିକାଶ ଦାୟିତ୍ୱ କାହାର? ଯଦି ଭିତ୍ତିଭୁମି ପାଇଁ ଆବଶ୍ୟକ ଜମି ନଥିଲା ଉଚ୍ଚ ବିଦ୍ୟାଳୟ ର ମାନ୍ୟତା କାହିଁକି ଦିଆଗଲା? ପ୍ରଥମ ପର୍ଯ୍ୟାୟରେ ନନ୍ଦାହାଣ୍ଡି ବ୍ଲକ ରେ 5ଟି ବିଦ୍ୟାଳୟ ପାଇଁ ପାଞ୍ଚ ଟି ଭଲ ସ୍ଥିତି ରେ ଥିବା ଶ୍ରେଣୀଗୃହ ଭାଙ୍ଗି ନୂତନ କୋଠା ନିର୍ମାଣ କରାଗଲା ।ସେଠାରେ ଖର୍ଚ୍ଚ ଅଟକଳ କୋଟିଏ ତେଇସ ଲକ୍ଷ। ଦ୍ଵିତୀୟ ପର୍ଯ୍ୟାୟରେ ଅଁଳା ଭଟ୍ଟା ରେ ବିଲ୍ଡିଂ ପାଇଁ ଅର୍ଥ ଦିଆଯାଇ 5 ଟି କରାଗଲା ଅଥଚ ଲମତାଗୁଡା କ୍ଷେତ୍ରରେ ବ୍ୟତିକ୍ରମ କାହିଁକି? 5T ରୂପାନ୍ତର ଯୋଜନାରେ ପର୍ଯ୍ୟାୟ ପର୍ଯ୍ୟାୟ ଅର୍ଥ ଆବଣ୍ଟନ ପରିବର୍ତ୍ତନ ହେଉଛି କି?ଏହି ଯୋଜନା ରେ ଅଞ୍ଚଳ ଭିତ୍ତି ରେ ପାତର ଅନ୍ତର କରାଯାଉଛି ନା ବିଦ୍ୟାଳୟ ଭିତ୍ତି ରେ? ତେନ୍ତୁଳିଖୁଣ୍ଟି ଓ ପୂଜାରିଗୁଡା ର ବିଦ୍ୟାଳୟ 5ଟି ରେ ସାମିଲ ହେଲା ତେନ୍ତୁଳିଖୁଣ୍ଟି ର ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ ସାମିଲ ହେଲା ଅଥଚ ଲମତାଗୁଡା ଓ ବିରିଗୁଡା କାହିଁକି ବଞ୍ଚିତ?ଯେଉଁଠି ଭିତ୍ତିଭୁମି ର ଓ ଶ୍ରେଣୀଗୃହ ର ନିହାତି ଆବଶ୍ୟକ ରହିଛି।5 ଟି ମାନେ ଦୁଇ ଟି ସ୍ମାର୍ଟ କ୍ଲାସ ରୁମ ଗୋଟିଏ ଇ -ଲାଇବ୍ରେରୀ ଓ ଗୋଟିଏ ଇ -ଲାବୋରାଟୋରୀ? ଗୋଟିଏ ଉନ୍ନତ ବଗିଚା ଓ ପାଚେରୀ କି?।ଯଦି ଏତିକି ତେବେ ବିଦ୍ୟାଳୟ ବାରି ଏଥିରେ ପରିବର୍ତ୍ତନ କାହିଁକି କରାଯାଉଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ପାଣିରେ ବୁଡି ଛାତ୍ର ଙ୍କ ମୃତ୍ୟୁ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ରାଉରକେଲା ଆଇନ ମହାବିଦ୍ୟାଳୟ ଆନୁକୁଲ୍ୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!