ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକନୃତ୍ୟ ସଂଘର ନାଟକ ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

 ବାଲେଶ୍ବର,୦୪/୮/୨୨- ଲୋକ କଳା ଲୋକବାଦ୍ୟ ଲୋକ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ବାଲିଗୁଡାର ମାଆ ପାଟ୍ଟଖଣ୍ଡା ଲୋକ ନୃତ୍ୟ ସଂଘ ପକ୍ଷରୁ ପ୍ରୟାସ କରାଯାଇଛି । ଅନୁଷ୍ଠାନର ସଭାପତି ଅଜିତ କୁମାର ପ୍ରଧାନୀ ଅଧିକାରୀ, ପ୍ରମୋଦ କୁମାର ଦଣ୍ଡସେନା, ସମ୍ପାଦକ ପ୍ରକାଶ ସାହୁ ଓ କୋଷାଧକ୍ଷ ସଚ୍ଚିଦା ନନ୍ଦଙ୍କ ପ୍ରୟାସରେ କନ୍ଧମାଳରେ ପ୍ରଥମଥର ପାଇଁ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକନୃତ୍ୟ ରାଧା ପ୍ରେମଲୀଳା ଵା ମାନଭଂଜନ ବହି ପୂଜନ ଏକ ବଢ଼ାନ୍ୟ ପରିବେଶ ମଧ୍ୟରେ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଓଡିଶା ବରିଷ୍ଠ କଳାକାର ସଂଘର ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ (ରୋଶନ ) ସମ୍ମାନିତ ଅତିଥି ଭାବେ ଓ ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଂଘର ସଭାପତି ଅକ୍ଷୟ କର୍ଣ୍ଣ, ବରିଷ୍ଠ ପାଲା ଗାୟକ ତଥା ବ୍ଲକ କଳା ସଂସ୍କୃତି ସଂଘର କ. ନୂଆଗାଁ ବ୍ଲକ ଉପ ସଭାପତି ତ୍ରିନାଥ ପଣ୍ଡା, ଫିରିଙ୍ଗିଆ ଅଂଚଳର ବରିଷ୍ଠ ମଞ୍ଚ ଉପସ୍ଥାପକ ତଥା ବିଜେପିର ଯୁବ ନେତା ସଂଜୀବ ଡିଗାଲ ଏବଂ ବରିଷ୍ଠ ନାଟକ ନିର୍ଦ୍ଦେଶକ ସୁଧୀର ମାଝୀ ପ୍ରମୁଖ ଯୋଗଦେଇ ଥିଲେ । ଲୋକନୃତ୍ୟ ଗୁରୁ ଅଭିମନ୍ୟୁ ବେହେରା, ( ଗଞ୍ଜାମ )ସଂଗୀତ ନିର୍ଦ୍ଦେଶକ ମନୋଜ, ନିର୍ଦ୍ଦେଶନାରେ ନାଟକର ନିର୍ଦ୍ଦେଶନା ଭାର ନେଇଛନ୍ତି । ଆଗାମୀ ଦୁର୍ଗାପୂଜା ଵା ଦଶହରାରେ ନାଟକ ଶୁଭାରମ୍ଭ ହେବ ବୋଲି ଅଧିକାରୀ ପ୍ରମୋଦ ଦଣ୍ଡସେନା ପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବାଲିଗୁଡା ବାରଖମା ଅଂଚଳର ଲୋକନୃତ୍ୟ ଗୁରୁ ଲକ୍ଷ୍ମୀ ନାରାୟଣ ଦାଣ୍ଡିଆ, ସୁବାସ ବିନ୍ଧାଣୀ, ସଂକୀର୍ତ୍ତନ ଗୁରୁ, ଯୁଧିଷ୍ଠିର ପାତ୍ର, ରଂଜିତ ଡିଗାଲ, ବରିଷ୍ଠ ହାସ୍ୟ ଅଭିନେତା ଟିକି ଦଣ୍ଡିଆ ପ୍ରମୁଖ ଉପ ସ୍ଥିତ ଥିଲେ । ଯୁବ ପୁରୋହିତ ଅଶୋକ ମିଶ୍ର ବହି ପୂଜନ କରିଥିଲେ । ଏଥିରେ ଅନଲାଇନ୍ ଭିଡିଓ କନଫରେନ୍ସ ମାଧ୍ୟମରେ ବାଲେଶ୍ଵରରୁ ବରିଷ୍ଠ କଳାକାର ମହାସଂଘର ସକ୍ରିୟ ସଦସ୍ୟ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଆତ୍ମ ସନ୍ତୋଷ ଲାଭ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନର୍ଲା – ଗ୍ରାମ ପଞ୍ଚାୟତ ମାନଙ୍କରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ

Sunil Chandra Nayak

ପ୍ରବଳ ଖରା ଯୋଗୁଁ ଗୁରୁବାରଠାରୁ ମେ ୨ ପର୍ଯ୍ୟନ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ସ୍ବାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!