ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜାଦି କା ଅମୃତ ମହୋତ୍ସବ ସମାରୋହ ,ବ୍ଲକସ୍ତରୀୟ ବିଦ୍ୟାର୍ଥୀ ସମାବେଶ-୨୦୨୨

ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ଆଜାଦି କା ଅମୃତ ମହୋତ୍ସବ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ସିଦ୍ଧି ବିନାୟକ ଚେରିଟେବୁଲ ଟ୍ରଷ୍ଟ, ଧର୍ମଗଡ, ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ପକ୍ଷରୁ ଆୟୋଜିତ ଉକ୍ତ ସମାରୋହରେ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗାୟତ୍ରୀ ମୁଣ୍ଡ ଅଧ୍ୟକ୍ଷତା କରିଥବାବେଳେ ଧର୍ମଗତ ତହସିଲଦାର ହରେକୃଷ୍ଣ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଧର୍ମଗତ ବିଡ଼ିଓ ଶରତ କୁମାର ସେଠି, ଧର୍ମଗତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷି, ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସମାଜସେବୀ ଆଚାର୍ଯ୍ୟ ହୃଷୀକେଶ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଆୟୋଜିତ ବ୍ଲକ ସ୍ତରୀୟ ବିଦ୍ୟାର୍ଥୀ ସମାବେଶ-୨୦୨୨ କାର୍ଯ୍ୟକ୍ରମରେ ଶିକ୍ଷାବର୍ଷ ୨୧-୨୨ ପାଇଁ ଧର୍ମଗଡ ବ୍ଲକରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଏବଂ ଯୁକ୍ତ ୨, ବିଜ୍ଞାନ, ବାଣିଜ୍ୟରେ ନିଜ ନିଜ ବିଦ୍ୟାଳୟ ତଥା ଉଚ୍ଚ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅର୍ଜନ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା। ଦଣ୍ଡପାଟ ଯୁବ ସେବା ସଂଗଠନର ସମ୍ପାଦକ ଭୂଜବଲ ନାଏକ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେଶନ ର ସମ୍ପାଦକ ଅବିନାଶ ମୁଣ୍ଡ ସମାରୋହ ର ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ସଂନ୍ଧ୍ୟା ୫ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଗଣନା

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଉଜ୍ୱଳ ତାରକା ମୋ ଉତ୍କଳମଣି 

Sunil Chandra Nayak

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

Sunil Chandra Nayak

Leave a Comment

error: Content is protected !!