ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜାଗରଣ ଯାତ୍ରା ଅନୁଷ୍ଠିତ 

ରୁପ୍ରା, ୬/୮ (ମନିସ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ଶ୍ରୀଅରବିନ୍ଦ ପାଠଚକ୍ର ତରଫରୁ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଏକ ଜାଗରଣ ରଥ ଆଜି ରୁପ୍ରା ଗ୍ରାମ ପରିକ୍ରମା କରିଛି। ଏହି ଜାଗରଣ ରଥ ସହିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରୁପ୍ରାର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ, ମାତୃପ୍ରେମୀ ଓ ଶିକ୍ଷାକେନ୍ଦ୍ରର ଭାଇଅପା ମଧ୍ୟ ଗ୍ରାମ ପରିକ୍ରମା କରିଥିଲେ, ଗ୍ରାମ ପରିକ୍ରମା ସମୟରେ ଉକ୍ତ ରଥକୁ ମାତୃପ୍ରେମୀ ମାନେ ପୂଜାର୍ଚ୍ଚନା ସହ ବନ୍ଦାପନା କରି ଗାଁ ରେ ସ୍ୱାଗତ କରିଥିଲେ। ଏହି ଅବସରରେ ‘ଭାରତର ସ୍ୱାଧୀନତା ଦିବସ ଉପଲକ୍ଷେ ଶ୍ରୀଅରବିନ୍ଦଙ୍କ ବାର୍ତ୍ତା’ ଥିବା ଏକ ପୁସ୍ତିକା ପାଠଚକ୍ର ତରଫରୁ ସମସ୍ତଙ୍କୁ ବଣ୍ଟନ କରିଥିଲେ। ଉକ୍ତ ଜାଗରଣ ଯାତ୍ରାରେ ଶିକ୍ଷାକେନ୍ଦ୍ରର ସଭାପତି ମହେଶ୍ୱର ସାହୁ, ସମ୍ପାଦକ ବିଜୟ କୁମାର ସେନାପତି ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୁନାଗଡ଼ ବ୍ଲକ, ମାତୃପ୍ରେମୀ ତଥା ଅବସରପ୍ରାପ୍ତ ସହକାରୀ ଶିକ୍ଷକ ମି.ପ ହାଇସ୍କୁଲ କୁମୁଦ ଚନ୍ଦ୍ର ସେନାପତି, ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରୋହିତ କୁମାର ମାହାର, ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ଶିକ୍ଷକ ପ୍ରଦୀପ କୁମାର ନନ୍ଦ, ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ବରୁଣ କୁମାର ସାହୁ, ଯୁବ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ବବିତା ସେନାପତି, ଉଷା ଅପା , ସଞ୍ଚନା ଭାଇ, ବିଶ୍ବରଞ୍ଜନ ସେନାପତି (ଚମ୍ପକ) ଓ ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଶିକ୍ଷାକେନ୍ଦ୍ରରେ ରୀନା ଅପା, ସବିତା ଅପା, ମୀନା ଅପା, ଝିଲି ଅପା, ମମତା ସାହୁ, ଶିକ୍ଷକ ହରପ୍ରସାଦ ସାହୁ ଓ ଉଚ୍ଛବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ଦିନ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଶିକ୍ଷାକେନ୍ଦ୍ର ପରିସରରେ ମହା ସମାରୋହରେ ପାଳିତ ହେବ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

 

 

Related posts

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ;୧୦୯ ଟି ପଂଜିକୃତ ମାମଲାରୁ ୮ ଟି ଫଇସଲା; ଟ୨୦,୨୦,୯୭୭ ଙ୍କା ଜୋରିମାନା ଆଦାୟ

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା ଦୀପାବଳି

Sunil Chandra Nayak

ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ , ଯାତାୟାତ ରେ ବାଧା

Sunil Chandra Nayak

Leave a Comment

error: Content is protected !!