ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ ର ପଦଯାତ୍ରା

କଂଗ୍ରେସ ଦଳ ତରଫରୁ ଅଗଷ୍ଟ ୯ ତାରିଖ ଦିନ ଠାରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲା ବ୍ୟାପି ସ୍ୱାଧିନତା ର ଗୌରବ ଯାତ୍ରା ତଥା ପଦଯାତ୍ରା ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି।ଏହି ଅବସରରେ ଅଗଷ୍ଟ ନଅ ତାରିଖ କ୍ରାନ୍ତି ଦିବସ ଅବସରରେ ଆଜି ଜିଲ୍ଲା କଂଗ୍ରେସ କମିଟି ଓ ସିନାପାଲି ବ୍ଲକ କଂଗ୍ରେସ କମିଟି ତରଫରୁ ସିନାପାଲି ବ୍ଲକ ଗଣ୍ଡାବାହାଲି ଠାରୁ ସିଙ୍ଗଝର ପର୍ଯ୍ୟନ୍ତ ଦୀର୍ଘ 15 କିଲୋମିଟର ପଦଯାତ୍ରା କରାଯାଇଥିଲା।ନୂଆପଡା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଓ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ପଦଯାତ୍ରା ରେ ସାମିଲ ହୋଇଥିଲେ।କେନ୍ଦ୍ର ସରକାର ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପାଳନ କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।ଅହେତୁକ ଦରଦାମ ବୃଦ୍ଧି ଦେଶବାସୀ ଙ୍କୁ ତଳିତଳାନ୍ତ କରିଦେଇଛି, ରନ୍ଧନ ଗ୍ୟାସ, ଇନ୍ଧନ, ଖାଦ୍ୟଦ୍ରଵ୍ୟ ର ଯେପରି ଦରବୃଦ୍ଧି ହେଉଛି ସାଧାରଣ ଲୋକଙ୍କ ବଞ୍ଚିବା ଦୁର୍ବିସହ ହୋଇ ପଡିଛି ବୋଲି ବିଧାୟକ କହିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜି ଏସ ଟି ପ୍ରତ୍ୟାହାର, ବେକାରୀ ସମସ୍ୟା ଦୂରୀକରଣ ପାଇଁ ଦାବି କରିଥିଲେ।କେନ୍ଦ୍ର ସରକାରଙ୍କ ଭୂଲ ନିଷ୍ପତ୍ତି ଉପରେ ସମସ୍ତଙ୍କୁ ସଚେତନ କରାଯିବ ବୋଲି କଂଗ୍ରେସ ଦଳ ତରଫରୁ ସୂଚନା ଦିଆଯାଇଥିଲା।ଏହି ପଦଯାତ୍ରା ରେ ପର୍ଯ୍ୟବେକ୍ଷକ ମୋତିଲାଲ ଦାଶ, ଯୁବ କଂଗ୍ରେସ ପ୍ରଭାରୀ ମହମ୍ମଦ ସାଏବ, ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ, ବ୍ଲକ ଉପଦକ୍ଷା ମିନା ଘିଭେଲା,ଖଡ଼ିଆଳ ନଗର କଂଗ୍ରେସ ସଭାପତି ପଞ୍ଚାନନ ସେଠୀ, ଜିଲ୍ଲା ଓବିସି ସେଲ ସଭାପତି ହୀରାଧର ମେହେର, ପିସିସି ସଭ୍ୟ ଲିଙ୍ଗରାଜ ଘିଭେଲା,ଫାରୂପ ମହମଦ ଜୟପାଲ ନାଗ, ଲକ୍ଷ୍ମୀକାନ୍ତ ହଂସ, ଶାହରୁଖ ଖାନ, ପଶା ମହାନନ୍ଦ,ରମେଶ କଟା ଖଗେଶ୍ୱର ସା ପ୍ରମୁଖ ଅଂଶଗ୍ରହଣ କରିଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ଯାୟର ସାରକଥା-୪

ମଧୁସ୍ମିତା ରାଉତ ଙ୍କ କବିତା ଅଫେରା ଫଗୁଣ

Sunil Chandra Nayak

ଜରଡାଘାଟି ଠାରେ ଯାତ୍ରା ପାର୍ଟି ବସ୍ ଓଲଟିଲା

Leave a Comment

error: Content is protected !!