ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗ ର ଦୁଇଟି ସ୍ଥାନରେ ଚଢ଼ାଉ , ବ୍ୟାପକ ମାତ୍ରାରେ ପୋଚ ଓ ମଦ ରନ୍ଧା ସାମଗ୍ରୀ ନଷ୍ଟ

କୋକସରା,୧୭/୮-( ମ ନି ସ) କଳାହାଣ୍ଡି ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଧର୍ମଗଡ଼ ଓ ଜୟପାଟଣା ଅବକାରୀ ବିଭାଗ କୋକସରା ଥାନା କାଉଡୋଳା ଡଙ୍ଗର ଓ ଆମପାଣି ଥାନା କାଦୋମଲି ଜଙ୍ଗଲ ଅଞ୍ଚଳରେ ଚଢ଼ାଉ ସମୟରେ ବ୍ୟାପକ ମାତ୍ରାରେ ମହୁଲ ପୋଚ ଓ ଦେଶୀମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ନଷ୍ଟ କରିଥିବା ଜଣାପଡିଛି । ବୁଧବାର କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ କାଉଡୋଲା ଓ ଚାବରୁପଡା ଗାଁ ମଝିରେ ରହିଥିବା ଥିବା ଗିରି ଗୋବର୍ଦ୍ଧନ ଡଙ୍ଗରି ଓ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ କାଦୋମଲି ଗ୍ରାମ ନିକଟରେ ବେଆଇନ ଭାବେ ହାତ ରନ୍ଧା ଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ମିଳିବା ପରେ ଧର୍ମଗଡ ଓ ଜୟପାଟଣା ଅବକାରୀ ବିଭାଗ ର ମିଳିତ ଉଦ୍ୟମରେ ଚଢାଉ କରି ବେଆଇନ ଭାବେ ମଦ ତିଆରି କରୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରିବା ସହ କାଉଡୋଳା ଡଙ୍ଗରି ନିକଟରୁ ୧୨ ଶହ ଲିଟର ଓ କାଦୋମଲି ଜଙ୍ଗଲ ନିକଟରୁ ୩୨ ଶହ ଲିତର ମହୁଲ ପୋଚ ଓ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗର ଚଡାଉ ଦେଖି ମଦ ପ୍ରସ୍ତୁତକାରୀ ମାନେ ଜଙ୍ଗଲ ଦେଇ ଫେରାର ମାରିଥିବା ଜଣାପଡିଛି। କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ବରାଡଙ୍ଗା, କୁଳେରଗୁଡା, ବିରିମୁହାଣ, କୁଟରୁ, କାଦୋମଲି, ନୂଆଗାଁ, ଗାଇବନ୍ଧା, ଝୁଲେନବର, ଗୋତୋମୁଣ୍ଡା ପଞ୍ଚାୟତ ବିଭିନ୍ନ ସ୍ଥାନ ତଥା ଗାଁରେ ବ୍ୟାପକ ମାତ୍ରାରେ ହାତରନ୍ଧା ଦେଶୀ ମଦ ପ୍ରସ୍ତୁତ ହୋଇ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି। ଅବକାରୀ ବିଭାଗ ଏହି ସବୁ ଅଞ୍ଚଳରେ ଚଢ଼ାଉ କରି ବେଇଆନ ଭାବେ ପ୍ରସ୍ତୁତ ହେଉଥିବା ହାତରନ୍ଧା ଦେଶୀମଦ ବନ୍ଦ କରିବା ପାଇଁ ସତର୍କ ଦୃଷ୍ଟି ଦେବାକୁ ଦାବି ହେଉଛି।

Related posts

ସନ୍ତପୁର ଝରଣା ରେ ଭାସିଯାଇ ବ୍ୟକ୍ତି ନିଖୋଜ, ସନ୍ଦେହ ରେ ଓଡ୍ରାଫ ପକ୍ଷରୁ ଖୋଜାଖୋଜି ଜାରି

Sunil Chandra Nayak

ଫୁଲବାଣୀ ରେ ବ୍ରାଉନ ସୁଗାର କାରବାର ମାଲଲା ରେ ଜଣେ ଗିରଫ, ୩.୫୯୦ ଗ୍ରାମ ବ୍ରାଉନ ସୁଗାର ଜବତ

Sunil Chandra Nayak

କୋକସରା – ଏନ୍‌ପିଏସ୍ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ

Leave a Comment

error: Content is protected !!