ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡବାଫାଲା ଗ୍ରାମରେ ଜିଓ ମୋବାଇଲ ଟାଓ୍ବାର ସ୍ଥାପନା କରିବା ନେଇ ପ୍ରସ୍ତୁତି ବୈଠକ

ଥୁଆମୂଳ ରାମପୁର:୧୮/୮- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପୀନାଥପୁର ବଡବାଫଲା ଗ୍ରାମଠାରେ ଜିଓ ମୋବାଇଲ ଟାଓ୍ବାର ବସାଇବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଜେପି କାର୍ଯ୍ଯକର୍ତ୍ତା ଙ୍କ ସହିତ ବଡ ବାଫାଲା ଗ୍ରାମକୁ ଯାଇ ସେଠାରେ ସରପଞ୍ଚ ଓ ସମସ୍ତ ଜନସାଧାରଣ ଙ୍କ ସହିତ ଯଥାଶିଘ୍ର ଏହାର ଭିର୍ତ୍ତି ପ୍ରସ୍ତର ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କର୍ମକର୍ତ୍ତା ଲୋକଙ୍କ ଉଦ୍ଦେଶ୍ୟ ରେ କହିଛନ୍ତି ଯେ, ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ହୋଇଥିବାରୁ ଏଠାରେ ଟେଲି ଯୋଗାଯୋଗ କ୍ଷେତ୍ରରେ ବହୁ ପଛରେ ପଡିଯାଇଛି,ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସରକାର ଥିବା କାରଣରୁ ଥୁଆମୂଳ ରାମପୁର ବ୍ଳକ ପ୍ରତ୍ଯେକ ଗ୍ରାମରେ ଟାଓ୍ବାର ର ସୁବ୍ଯବସ୍ଥା ପାଇଁ ଏକ ବଡ ନିର୍ଣ୍ଣୟ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ଯବର କେନ୍ଦ୍ର IT ଟେଲିକମ୍ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଜୀ ଏବଂ ଆମ ପ୍ରିୟ ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ତା ଜୀ ଙ୍କୁ ନିଶ୍ଚୟ ଆମେ ସମସ୍ତେ ବହୁତ ବହୁତ ଧନ୍ୟବାଦ ଜଣାଇଥିବା ବେଳେ ଏହି ବୈଠକରେ TAC ମେମ୍ବର ତଥା ମାନ୍ଯବର କଳାହାଣ୍ଡି ଜିଲ୍ଲା ଲୋକସଭା ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ତା ଙ୍କ ଥୁଆମୂଳ ରାମପୁର ବ୍ଳକ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ, ଡୁମେରପଦର ମଣ୍ତଳ ସଭାପତି ଶ୍ରୀ ଧନୁର୍ଯ୍ଯୟ ନାଏକ, ସ୍ଥାନୀୟ ସରପଞ୍ଚ ଧନସିଂ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଖଣିମନ୍ତ୍ରୀଙ୍କ ଇଲାକା ଚନ୍ଦାର ଗାଁରେ ଲକ୍ଷାଧିକ ଟଙ୍କାର କୋଇଲା ଠାବ 

Sunil Chandra Nayak

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି ମିଳିତ ବୈଠକ

ବାଲେଶ୍ଵର ଜିଲ୍ଲା ଡମ୍ପର ମାଲିକ ମହାସଂଘର ପ୍ରଥମ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!