ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳ ବ୍ୟଡ଼ମୀଣ୍ଟନ ଖେଳାଳି ଓ କୋଚ ସମୀର କୁମାର ସାହୁ

ଜୁନାଗଡ଼ ୨୯/୮(ମ ନି ସ)- ଜୁନାଗଡ଼ ନିବାସୀ ସମୀର କୁମାର ସାହୁ ବ୍ୟଡ଼ମୀଣ୍ଟନ ରେ ବେଶ ଖ୍ୟାତି ଅର୍ଜନ କରି ଓଡିଶା ର ଏକ ସଫଳ ଖେଳାଳି ରୂପେ ଗୌରବ ଅର୍ଜନ କରିଛନ୍ତି l ୧୯୮୪ ମସିହାରେ ମ୍ୟlଟ୍ରିକ ପଢ଼ୁଥିବା ବେଳେ ହିଁ ତାଙ୍କ କ୍ରୀଡା ପ୍ରତିଭା ଲୋକ ଲୋଚନ କୁ ଆସିଥିଲା l ଜୟପୁର ଠାରେ ଅନୁଷ୍ଠିତ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ରେ ଭାଗ ନେଇ ସେମିଫାଇନାଲିଷ୍ଟ ହୋଇଥିଲେ l ୧୯୮୪ ମସିହା ରୁ ବ୍ୟାଡ଼ମୀଣ୍ଟନ, ଫୂଟବଲ,ଭଲିବଲ,କ୍ରିକେଟ ଭଳି ଅନେକ କ୍ରୀଡା ରେ ପାରଦର୍ଶୀ ସମୀର କୁମାର ସାହୁ ୨୦୧୩ ମସିହା ରେ ରାଉରକେଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟନ ଓ ଅନୁଗୁଳ ରେ ରନର୍ସ ଅପ, ୨୦୧୫ ରେ ସମ୍ବଲପୁର ରେ ରନର୍ସ ଅପ, ୨୦୨୧ ରେ କଟକ, କୋରାପୁଟ ଓ ଜଟଣୀ ଠାରେ ରନର୍ସ ଅପ,ଏବଂ ଝାରସୁଗୁଡା ଚମ୍ପିୟାନ, ସେହିପରି ୨୦୨୨-୨୩ ରେ କଟକ ଚମ୍ପିୟାନ ହୋଇଛନ୍ତି l ତା ସହିତ ଝିଅ ମାନଙ୍କୁ ବ୍ୟଡ଼ମୀଣ୍ଟନ ପ୍ରଶିକ୍ଷଣ ଦେଇ ରାଜ୍ୟ ଓ ଜାତୀୟ ସ୍ତର ର ବ୍ୟଡ଼ମୀଣ୍ଟନ ପ୍ରତିଯୋଗିତାରେ ଝିଅ ଖେଳାଳି ମାନଙ୍କ ଅଂଶ ଗ୍ରହଣ ରେ ଶ୍ରୀ ସାହୁ ପ୍ରମୁଖ ଭୂମିକା ନେଇଛନ୍ତି l ହିମାଦ୍ରୀ ସୁନାନୀ, ମନୀଷା ସୋନି, ଦିବ୍ୟା ଭାରତୀ ମାଝୀ, ସ୍ନେହା ମଞ୍ଜରୀ ବେହେରା, ଜଳି ପରାଭୋଇ, ଚୁମକି ଭଞ୍ଜ ପ୍ରମୁଖ ଙ୍କୁ ସ୍କୁଲ ଗେମ ଫେଡେରେସନ ଅଫ ଇଣ୍ଡିଆ ରେ ଅଂଶ ଗ୍ରହଣ କରେଇବା ରେ ଉଲ୍ଲେଖନିୟ ପଦକ୍ଷେପ ନେଇଥିଲେ।ll ଶ୍ରୀ ସାହୁ ଖେଳ ପ୍ରଶିକ୍ଷଣ ଓ ଖେଳ ଖେଳିବା ସହ ଓ.ଏସ. ବି. ଏମ ଦ୍ୱାରା ଆୟୋଜିତ ପରୀକ୍ଷା ରେ ପାସ ହୋଇ ରାଜ୍ୟସ୍ତରୀୟ ଅମ୍ପାୟାର ହେବା ଯୋଗ୍ୟତା ହାସଲ କରିଛନ୍ତି l ସମ୍ପ୍ରତି ସେ ପ୍ରିୟଦର୍ଶିନୀ ଇନ୍ଦିରା ମହା ବିଦ୍ୟାଳୟ ରେ ଖେଳ ଶିକ୍ଷକ ଭାବେ ଅବସ୍ଥାପିତ ହୋଇ ଯୁବ ଖେଳାଳି ଙ୍କୁ ଆଗକୁ ନେବାରେ ଅହରହ ପ୍ରୟାସ ଜାରି ରଖିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଖଡିଆଳ ଏନଏସି ପୌର ନିର୍ବାଚନ ଅଧ୍ୟକ୍ଷ ଭାବରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ

Sunil Chandra Nayak

ମେର୍ଡିକୁପା ରୁ ନିୟମଗିରି ସବୁଠି ଉଡିଲା ତ୍ରିରଙ୍ଗା

Sunil Chandra Nayak

ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Leave a Comment

error: Content is protected !!