ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାମକୃଷ୍ଣ ହାଇସ୍କୁଲ ରେ ଜାତୀୟ କ୍ରୀଡା ଦିବସ ପାଳିତ

ଧର୍ମଗଡ:୨୯/୮/୨୨: ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ହାଇସ୍କୁଲ ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇ ଯାଇଛି । ଏହି ଅବସର ରେ ଛାତ୍ର ଛାତ୍ରୀ ଙ୍କ ମଧ୍ଯ ରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗାୟତ୍ରୀ ପ୍ରସାଦ ମୁଣ୍ଡ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ପ୍ରକାନ୍ତ କ୍ରୀଡାବିତ ତଥା ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମୂଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସରପଞ୍ଚ ମନୋଜ ନାଏକ, ରାମନାଥ ପାଢ଼ୀ, ଅଭିମନ୍ୟୁ ମୁଣ୍ଡ ପ୍ରମୁଖ ଯୋଗ ଦେଇ ଯୁବ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ । ଏହି ଅବସର ରେ କିମ୍ବଦନ୍ତୀ ହକୀ ପୁରୁଷ ମେଜର ଧ୍ୟାନ ଚାନ୍ଦ ଙ୍କ କ୍ରୀଡା ଜୀବନ ର ସ୍ମୃତି ଚାରଣ କରାଯାଇଥିଲା । କାର୍ଯ୍ୟକ୍ରମ କୁ ଅଞ୍ଜଳି ସାହୁ ପରିଚାଳନା କରି ଥିବା ବେଳେ ରମେଶ ଚନ୍ଦ୍ର ନାୟକ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ସନ୍ଦେହ

Sunil Chandra Nayak

ଢେ଼ଙ୍କାନାଳ ର ବିଭିନ୍ନ ପୀଠ ରେ ନବରାତ୍ର ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!