ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରପାତରେ ମୃତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ପୂର୍ବତନ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି

ମୟୂରଭଞ୍ଜ:- ୧୨/୦୯/୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ନିମଡିହି ଗ୍ରାମ ଏବଂ ତିରିଂ ବ୍ଲକ ଅନ୍ତର୍ଗତ ବାରୁଡିହି ଗ୍ରାମ ରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଶୋକାକୂଳ ପରିବାର ବର୍ଗ’ଙ୍କୁ ଆର୍ଥିକ ସହାୟତା ତଥା ସର୍ପାଘାତରେ ମୃତ୍ୟୁବରଣ କରିଥିବା ବିଜଡି ସଦସ୍ୟ’ଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ଆଶ୍ବାସନା ପ୍ରଦାନ କରିଛନ୍ତି ପୂର୍ବତନ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି।  ଶ୍ରୀ ମାର୍ଣ୍ଡି ଆଜିର ମାରାଥନ ଗସ୍ତରେ ଦଳବଳ ସହ ପ୍ରଥମେ ବହଳଦା ବ୍ଲକ ର ନିମଡିହି ଗ୍ରାମକୁ ପହଞ୍ଚି ଅଗଷ୍ଟ ମାସ ୨୮’ ତାରିଖ ଦିନ ବଜ୍ରପାତରେ ମୃତ୍ୟୁବରଣ କରିଥିବା ରାନୀ ମୁଣ୍ଡା(୨୫) ଏବଂ ପାନୋ ମୁଣ୍ଡା (୦୭)’ଙ୍କ ପରିବାର ବର୍ଗ’ଙ୍କୁ ସାକ୍ଷାତ କରିଥିଲେ ଏହାପରେ ତିରିଂ’ ବ୍ଲକ ଅନ୍ତର୍ଗତ କୁଲୁଘୁଟୁ ପଞ୍ଚାୟତ ବାରୁଡିହି ଗ୍ରାମରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଶ୍ୟାମଚରଣ ପୁର୍ତ୍ତି (୩୧)’ଙ୍କ ପରିବାର ବର୍ଗ’ଙ୍କୁ ସାକ୍ଷାତ କରି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତି’ଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ବିଜୁ ଜନତା ଦଳ ପକ୍ଷରୁ ୨୫’ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ରାଜସ୍ବ ବିଭାଗ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିବାକୁ ଥିବା ସହାୟତା ରାଶି ଯେପରି ଶିଘ୍ର ପାଇପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସେଠାରୁ ତିରିଂ ବ୍ଲକ ବଡଡାଳିମା ଗ୍ରାମରେ ସର୍ପାଘାତରେ ମୃତ୍ୟୁବରଣ କରିଥିବା ବିଜେଡି ନେତା ଧନେଶ୍ବର ମହାପାତ୍ର’ଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହ ଆଶ୍ବାସନା ପ୍ରଦାନ କରିଥିଲେ। ପରେ ରାଇରଙ୍ଗପୁର ବ୍ଲକ ଠାକୁରାଣୀବେଡା ଗ୍ରାମ ୧୧’ ନଂ ଓ୍ବାର୍ଡ ର ସର୍ପାଘାତରେ ମୃତ୍ୟୁବରଣ କରିଥିବା ରାଜେଶ ନାଏକ’ଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ଶୋକ ପ୍ରକଟ କରିବା ସହ ସମବେଦନା ଜଣାଇଥିଲେ ଏବଂ ସରକାରୀ ସହାୟତା ପ୍ରଦାନ ଦିଗରେ ସହଯୋଗ ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଥିଲେ।   ଏହି ଗସ୍ତ ବେଳେ ଶ୍ରୀ ମାର୍ଣ୍ଡି’ଙ୍କ ସହ ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଶ ମାର୍ଣ୍ଡି ଏବଂ ମୟୁରଭଞ୍ଜ ୨’ ମହିଳା ମୋର୍ଚ୍ଚା ନେତ୍ରୀ ତନୁଜା ମହାନ୍ତ ଉପସ୍ଥିତ ରହିଥିବା ବେଳେ ମୟୁରଭଞ୍ଜ ୨’ ବିଜେଡି ସଭାପତି କାଶିନାଥ ହେମ୍ବ୍ରମ, ଉପସଭାପତି ସୁଭାଷ ମଣ୍ଡଳ, ୨୦’ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ପରେଶ ଚନ୍ଦ୍ର ମୁଣ୍ଡା, ତିରିଂ ବ୍ଲକ ସଭାପତି ବଳଦେବ ହେମ୍ବ୍ରମ, ପୂର୍ବତନ ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ ହାଁସଦାଃ, ୨୧’ ନଂ ଜିଲ୍ଲା ପରିଷଦ ସଭ୍ୟା ଜନତା ବସା, ତିରିଂ’ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ ପ୍ରମୁଖ’ଙ୍କ ସମେତ ଦଳିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିବାବେଳେ ବହଳଦା ବ୍ଲକ ର ବିଜେଡି ନେତା ଓ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଗସ୍ତବେଳେ ଉପସ୍ଥିତ ରହିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ପରେଶଚନ୍ଦ୍ର ମୁଣ୍ଡା’ଙ୍କ ମାର୍ଗଦର୍ଶନରେ ସମ୍ପାଦିତ ହୋଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନର୍ଥ ଆଫ୍ରିକା(ତୁନିଶିଆ)ଦେଶରୁ କ୍ରିଷ୍ଣା ଡିକେଙ୍କୁ ନିମନ୍ତ୍ରଣ

Sunil Chandra Nayak

କବିତା – ଖରାପ ରାସ୍ତା

Sunil Chandra Nayak

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଚାର ଧାରାର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି

Sunil Chandra Nayak

Leave a Comment

error: Content is protected !!