ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ସମାନତା

   ସମାନତା

   

  ନିରୁପମା ପାଣି 

ସଭା ଗୋଟେ କାଲି ହେଉଥିଲା
          ଡାକିଥିଲେ ଯାଇଥିଲି
କେତେ ମୋହଭଳି ଲୋକଙ୍କୁ ଦେଖିଲି
        ନିଜକୁ ଧନ୍ୟ ମଣିଲି!!
ଭାଷଣ ଆରମ୍ଭ କଲେ ସମ୍ପାଦକ
          ଟେକା ଟେକି ପର୍ବ ଭଳି
କିଏ କୋଉ ବଦ ପଦବୀ ପାଇଛି
         କହୁଥିଲେ ନାମ ଧରି!!
କିଏସେ ଶିକ୍ଷକ କିଏ ଅଫିସର
      କିଏ ବଡ ବ୍ୟବସାୟୀ
କିଏରହୁଛି ବିଦେଶରେ ପୁଣି
         ଏମିତି ବକିଲେ ସେହି!!
ମନକୁ ଆସିଲା ଅପମାନ ମୋର
           ଗୁଣର ଆଦର ନାହିଁ 
ପଦ ପଦବୀକୁ ସମ୍ମାନ ଦିଅନ୍ତି
       କେତେ ଚାଟୁ ବାକ୍ୟ କହି!!
ସମାନତା ନାହିଁ ସାହିତ୍ୟ ସମାଜେ
         ଗୁଣର ନାହିଁ ଆଦର
ନଥିଲେ ପଦବୀ ଧିକ ଏ ଜୀବନ
       ମନକୁ ବାଧିଲା ମୋର!!
ସମସ୍ତେ ଲେଖକ କବି ବା ଗାଳ୍ପିକ
        ଯିଏବି କିଛି ଲେଖନ୍ତି
ଏହି ପରିଚୟ ସାହିତ୍ୟେ ଆଦର
       ପଦବୀ କିଆଁ ଖୋଜନ୍ତି!!
ଯୋଗ୍ୟତା ବଳରେ କେହିକେବେ ଜାଣ
      ସ୍ରଷ୍ଟା ଟେ ହୋଇ ନପାରେ
କାଳଜୟୀ ସ୍ରଷ୍ଟା ସାହିତ୍ୟ ଜଗତେ
          ଥିଲେ କେହି ନିରକ୍ଷରେ!!
ସମାନତା ନାହିଁ ମଣିଷ ମନରେ
       ଗୁଣର ଆଦର ଛାଡି
ପଦବୀ ପାହିଆ ପଛରେ ପଡନ୍ତି
        ମାଇକ୍ରୋ ଫୋଓନ ଧରି!!!
               

       ଚାନ୍ଦବାଲି ,ଭଦ୍ରକ୍

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତାପ କିଶୋର ରାଉତ ଙ୍କ କବିତା ମଣିଷ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ଟିକେ ଖରା ଟିକେ ଛାଇ

Sunil Chandra Nayak

Leave a Comment

error: Content is protected !!