ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ପଂଚାୟତଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ 

ଟେମରି (ମ ନି ସ) 2/10: ଜାତୀୟ ପିତା ମହାତ୍ମା ଗାନ୍ଧୀ ଅକ୍ଟୋବର ୨ ତାରିଖ ଦିନ ଗୁଜୁରାଟର ପୋର ବନ୍ଦର ଠାରେ ପିତା କରମଚାନ୍ଦ ଉତ୍ତମ ଗାନ୍ଧୀ ଓ ମାତା ପୁତୁଳିବାଇଙ୍କ ଔରସରୁ ଏକ ଗରିବ ପରିବାର ଜନ୍ମଗ୍ରହଣ କରିଥିଲେ l ସେ ଏହି ଦେଶ ପାଇଁ ଅନେକ ଆନ୍ଦୋଳନ ଓ ବିପ୍ଳବ କରି ନିଜେ ଅନେକ କଷ୍ଟ ଯନ୍ତ୍ରଣା ସହ୍ୟ କରି ଆମ ଦେଶ ଭାରତକୁ ସ୍ୱାଧୀନ କଲେ ଓ ନିଜ ଜୀବନକୁ ଉତ୍ସର୍ଗ କରି ଚିରସ୍ମରଣୀୟ ହୋଇ ରହି ଗଲେ l ଆଜି ସାରା ଦେଶରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ରୂପେ ତାଙ୍କ ଜନ୍ମ ଦିବସକୁ ପାଳନ କରାଯାଉଛି l ସେହିପରି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଂଚାୟତଠାରେ ଗାନ୍ଧୀ ଜୟନ୍ତୀ ପାଳନ କରିବା ସହ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏଥିରେ ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ ସା ଧୂପ ଦୀପ ପ୍ରଜ୍ୱଳନ କରି ଗାନ୍ଧୀଜୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଳା ଅର୍ପଣ କରିଥିଲେ l ଗ୍ରାମ ପଂଚାୟତର କର୍ମକର୍ତ୍ତା ଓ ୱାର୍ଡମେମ୍ବର ତଥା ଉପସ୍ଥିତ ଭଦ୍ର ବ୍ୟକ୍ତି ବୃନ୍ଦ ନିଜ ଗ୍ରାମ ପରିବେଶ ସଫା ସୁତୁରା ରଖିବା ପାଇଁ ସକଳ୍ପ ନେଇ ଥିଲେ l ସରପଞ୍ଚ ଶ୍ରୀ ମତି ସାଙ୍କ ସହିତ ଉପସ୍ଥିତ ବ୍ୟକ୍ତି ଗ୍ରାମ ପଂଚାୟତ ଅଗଣାସବୁ ସଫେଇ କାର୍ଯ୍ୟ କରିଥିଲେ l ଶେଷରେ ଗ୍ରାମ ସଭା ବୈଠକ ଅନୁଷ୍ଠିତ ହୋଇ ଥିଲା l ଏଥିରେ ଗ୍ରାମର ଉନ୍ନୟନ କାର୍ଯ୍ୟଗୁଡିକ ଆଲୋଚନା କରି ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୁଡିକ ଗୃହୀତ ହୋଇ ଥିଲା l ଏଥିରେ ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ ସାଙ୍କ ସମେତ ପଂଚାୟତ ସମିତି ସଦସ୍ୟା ଅଞ୍ଜଳି ନାଏକ, ନାଏବ ସରପଞ୍ଚ ଦୁଃଖୀରାମ ସା, ଗ୍ରାମ ସେବକ ସୁରେନ୍ଦ୍ର ପଟେଲ, ଜିଓଟେକ ଧବଳେଶ୍ୱର ନାଏକ, ଜୟ କୁମର ସୁନାନୀ, ଚିନ୍ତାମଣି ଭୈସାଲ, ଲବଣି ଗୋପାଳ, ଆନନ୍ଦ ସୁନାନୀ, ମଙ୍ଗଳ ସୁନାନୀ, ଦିବ୍ୟ ପଧାନ, ଉଛବ ସା, ଦୁର୍ଗା ସା, ଜିତୁ ନାଗ, କାହ୍ନୁ ପଟେଲ, ସୁଧୀର ଭୋଇ, ବଂଶୀ ସା, ଦିଗମଲ ନାଏକ, ଟେମରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପୁଝାରୀ, ସହ-ଶିକ୍ଷକ ତରୁଣ କୁମାର ସରାପ, ଅନ୍ୟାନ୍ୟ ୱାର୍ଡ ମେମ୍ବର ବୃନ୍ଦ ଓ ଭଦ୍ର ବ୍ୟକ୍ତି ବୃନ୍ଦ ଯୋଗ ଦେଇଥିଲେ l

ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଟେମରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଝାର କୁଣ୍ଡାମାଲ ଦଳ ଚାମ୍ପିୟନ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ମା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା_ଅଟୋ କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ : ଘଟଣା ସ୍ଥଳରେ ନାବାଳକ ସମେତ ୫ ମୃତ

Sunil Chandra Nayak

Leave a Comment

error: Content is protected !!