ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡ଼ାରେ ମା ଠାକୁରାଣୀଙ୍କ ଦଶହରା ଓ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ

 ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ମା ଠାକୁରାଣୀ ଦେବୀଙ୍କ ଦଶହରା ପର୍ବ ଓ ବିଜୟା ଦଶମୀ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଗ୍ରାମର ଗୋନ୍ତିଆ ଓ ପୁଝ।ରି ଗ୍ରାମର ମଙ୍ଗଳ କାମନା ପାଇଁ ଗ୍ରାମର ସମସ୍ତ ଦେବୀ ପୀଠରେ ପୂଜାର୍ଚ୍ଚନା କରାଯାଇ ଥାଏ ।ଏହି ଦିନରେ ମାନସିକ ପୂରଣ ହୋଇଥିବା ଲୋକମାନେ ଗଡର।,ପାରା ,କୁକୁଡ଼ା ଆଦି ବଳୀ ଦେଇଥାନ୍ତି ।ଗ୍ରାମର ପୁଝ।ରି ହିମାଞ୍ଚଳ ପୁଝ।ରି ପୂଜାର ସମସ୍ତ ଦାୟିତ୍ୱ ଗ୍ରହଣ କରିଥାନ୍ତି । ଦୁର୍ଗା ପୂଜା ଓ ବିଜୟା ଦଶମୀ ଅବସରରେ ଏକ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରାୟ ୩୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଦୁର୍ଗା ପୂଜା କମିଟିର ସଭାପତି ବୈକୁଣ୍ଠ ନ।ଏକ ,ଉପସଭାପତି କଳ୍ପବଟ ପଟେଲ ,ସମ୍ପାଦକ ସୁନ୍ଦର ମୋହନ ଛତ୍ରିଆ ,ସହ ସମ୍ପାଦକ ମହେଶ୍ୱର ସାହୁ ,କୋଷ।ଧକ୍ଷ ନବୀନ ନ।ଏକ ,କର୍ତ୍ତା ମାଧବ ପଟେଲ , କୁନ୍ତି ପଟେଲ ,ଦୁର୍ଗା ପୂଜା ପୂଜକ ଶ୍ରୀଧର ତ୍ରିପାଠୀ ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ଅନୁଷ୍ଠାନର ପଦୁନାଭ ନାଗ ,ଶ୍ରୀପତି ପଟେଲ ,ଭବାନୀ ନ।ଏକ ,ଦାମୋଦର ପଟେଲ ,ବୀଣା ପଟେଲ ,ମଧୁ ପଟେଲ ,ଗୌରୀ ଶଙ୍କର ନ।ଏକ ,ଇନ୍ଦ୍ରଜିତ ମାଝି ,ବାମଦେବ ପାଢ଼ୀ ,ମହେନ୍ଦ୍ର ରଣା ,ଅଶୋକ ନ।ଏକ , ଖଲିଲ ନ।ଏକ ,ବାସୁଦେବ ଛ ତ୍ରିଆ ,ଜୟରାମ ରଣା ,ପ୍ରଦୀପ ପଟେଲ , ନୀଳକଣ୍ଠ ନ।ଏକ ,ଚନ୍ଦ୍ର ନ।ଏକ ,ଜୟରାମ ରଣା ,ରାଧେଶ୍ୟାମ ନାଗ ,ବାସୁଦେବ ପାଢ଼ୀ ,ଅଚ୍ୟୁତ ନାଗ ,ଜୟଦେବ ପଟେଲ , ସୁବିନ୍ଦ ନ।ଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ଡ୍ୟାନ୍ସ ପ୍ରତିଯୋଗୀତା ରେ ବିଚାରକ ଭାବରେ ସୁନ୍ଦର ମୋହନ ଛତ୍ରିଆ ,ମହେଶ୍ୱର ସାହୁ ,ସନ୍ତୋଷ ନ।ଏକ ଏବଂ ବୃନ୍ଦାବନ ମାଝି ଦାୟିତ୍ୱ ଗ୍ରହଣ କରିଥିଲେ । ଡ୍ୟାନ୍ସ ପ୍ରତିଯୋଗୀତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜସେବୀ ତଥା ଦାସୀ ଗାଁ ପେକ୍ସ ସଭାପତି ବିଶ୍ୱନାଥ କର ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଚିଲିଗୁଡା ଫାଣ୍ଡି ଅଧିକାରୀ ବୈଷ୍ଣବ ନ।ଏକ ଯୋଗଦାନ କରି ଡ୍ୟାନ୍ସ ପ୍ରତିଯୋଗୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ମଣ୍ଡପ ଉଦ୍ଘାଟନ ଉତ୍ସବରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଏବଂ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ଯୋଗଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଥୁଅ।ମୂଳ ରାମପୁର ଗ୍ରାମର ହିମାଙ୍ଗିନି ମଙ୍ଗରାଜ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ କେ ଜି ପି ଡ୍ୟାନ୍ସ ଗ୍ରୁପ ଓପିନିଂ ଡ୍ୟାନ୍ସ କରିଥିଲେ । ଡ୍ୟାନ୍ସ ପ୍ରତିଯୋଗୀତା ରେ ଭଣ୍ଡାର ଘରଣୀ ଡ୍ୟାନ୍ସ ଗ୍ରୁପ କ।ଲୋପଲ। ପ୍ରଥମ ,ମିସ ଅନିତା ପୁଝ।ରି କୁଲିହାରୀ ଦୂତୀୟ ,ମିସ ରିତା ନ।ଏକ ଚାର ଭାଟି ତୃତୀୟ ,ମୋହିତ ପଟେଲ ମେଦିନି ପୁର ଚତୁର୍ଥ ଏବଂ ଦେବ ବାଗ ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।କାର୍ଯ୍ୟକ୍ରମ ରେ ନୀଳକଣ୍ଠ ନ।ଏକ ଏବଂ ପ୍ରହଲ୍ଲାଦ ନିଆଲ ମଞ୍ଚ ପରିଚାଳନା କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଶିକ୍ଷାବିତ ପଦୁନାଭ ନାଗ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ

Sunil Chandra Nayak

ରାଇରଙ୍ଗପୁର : ପୁରୁଣାଘାଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ଏକଲ ଅଭିଯାନ ପକ୍ଷରୁ ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମଠାରେ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!