ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସିଲା ନୂଆ ଆଇଟି ନିୟମ.. ଏଣିକି ସୋସିଆଲ ମିଡିଆ ଆକାଉଣ୍ଟକୁ ଅଚଳ ଓ ରଦ୍ଦ କରିପାରିବେ ସରକାର।

କେନ୍ଦ୍ର ସରକାର ଶୁକ୍ରବାରଦିନ ସୂଚନା ପ୍ରଯୁକ୍ତି ଆଇନ ଅଧିନରେ କେତେକ ନୂଆ ନିୟମ ଘୋଷଣା କରିଛନ୍ତି । ଏସବୁ ନୂଆ ନିୟମ ଯୋଗୁଁ ସୋସିଆଲ ମିଡିଆଗୁଡ଼ିକ ଉପରେ ସରକାରଙ୍କ ଅଧିକ ନିୟନ୍ତ୍ରଣ ରହିବ । ସରକାର ବିଭିନ୍ନ ସୋସିଆଲ ମିଡିଆ କମ୍ପାନି ଫେସବୁକ, ଇନଷ୍ଟାଗ୍ରାମ, ଟୁଇଟର ଆଦିର ନିଷ୍ପତ୍ତିକୁ ବଦଳାଇ କୌଣସି ପୋଷ୍ଟ ବା କଣ୍ଟେଣ୍ଟକୁ ହଟାଇ ପାରିବେ, କୌଣସି ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ଅଚଳ ଓ ରଦ୍ଦ କରିପାରିବେ ।ସରକାରଙ୍କ ଏହି ନୂଆ ନିୟମ ଆସିବା ପରେ ଏଗୁଡ଼ିକୁ ନେଇ ସୋସିଆଲ ମିଡିଆ କମ୍ପାନି ଗୁଡିକ ବିରୋଧ କରି କୋର୍ଟଙ୍କ ଆଶ୍ରୟ ନେବାର ସମ୍ଭାବନା ରହିଛି । ଏସବୁ ନୂଆ ନିୟମ ସଂପର୍କରେ ଶୁକ୍ରବାରଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ଅନୁସାରେ ଆସନ୍ତା ତିନି ମାସ ମଧ୍ୟରେ ସରକାର ଏକ ସୋସିଆଲ ମିଡିଆ ଅଭିଯୋଗ ଶୁଣାଣି କମିଟି ଗଠନ କରାଯିବ । ଏହି କମିଟିରେ ଜଣେ ଅଧ୍ୟକ୍ଷ ଓ ୨ ଜଣ ସଦସ୍ୟ ରହିବେ । ସେମାନଙ୍କୁ ସରକାର ନିଯୁକ୍ତ କରିବେ ।

ସାମାଜିକ ଗଣମାଧ୍ୟମଗୁଡ଼ିକ ଦ୍ୱାରା ନିଯୁକ୍ତ ଅଭିଯୋଗ ଶୁଣାଣି ଅଧିକାରୀଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିବା କୌଣସି ବ୍ୟକ୍ତି ଡିଜିଟାଲ୍ ମୋଡ୍ ଦ୍ୱାରା ନିଜର ଆପତ୍ତି ଅଭିଯୋଗ ସରକାରୀ କମିଟିକୁ ପଠାଇପାରିବେ ବୋଲି ନୂତନ ନିୟମରେ କୁହାଯାଇଛି । ‘ଅଭିଯୋଗ ଆପିଲେଟ୍ କମିଟି ଦ୍ୱାରା ପାରିତ ହୋଇଥିବା ପ୍ରତ୍ୟେକ ଆଦେଶ ସମ୍ପୃକ୍ତ ମଧ୍ୟସ୍ଥିଙ୍କ ଦ୍ୱାରା ପାଳନ କରାଯିବ ଏବଂ ଏହାର ୱେବସାଇଟରେ ସେହି ବିଷୟରେ ଏକ ରିପୋର୍ଟ ଅପଲୋଡ୍ କରାଯିବ । ନିୟମ ଅନୁସାରେ ଯେ କୌଣସି ଆବେଦନର ସମାଧାନ ୩୦ ଦିନ ମଧ୍ୟରେ କରାଯିବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଇଏଏସ୍‌ ସ୍ତରରେ ଅଦଳବଦଳ: ବିଜ୍ଞପ୍ତି ପ୍ରକାଶ ,ବେଦଭୂଷଣ, ଆଇଏଏସ ଧର୍ମଗଡ ଉପଜିଲ୍ଲାପାଳ

Sunil Chandra Nayak

କୁଲିଗାଁ ଆଶ୍ରମ ବିଦ୍ୟାଳୟ ରେ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଛାତ୍ର ଙ୍କୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣା, ଅଭିଯୁକ୍ତ ଶିକ୍ଷକ ଚାକିରୀ ରୁ ନିଲମ୍ବିତ

Sunil Chandra Nayak

Leave a Comment

error: Content is protected !!