ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିରିଂ ଭଗାଵନ୍ଦି ଗ୍ରାମରେ ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା  

 ମୟୂରଭଞ୍ଜ ୨/୧୧/୨୨ (ମସିହା) ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆର ଭଲମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ତିରିଂ ବ୍ଳକର ରେଙ୍ଗେଲବେଡା ପଞ୍ଚାୟତର ଭଗାବନ୍ଦି ଗ୍ରାମରେ ଆଜି ଅନ୍ତିମ ଦିନରେ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନ ସଂପର୍କ ପଦଯାତ୍ରା ବୁଧବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ବ୍ଳକ ବିଜେଡି ସଭାପତି ବଳଦେଵ ହେମ୍ବ୍ରମ,ରେଙ୍ଗଲେବେଡା ସରପଞ୍ଚ ଦେବେଶ ମାଝୀ,ବରିଷ୍ଠ ବିଜେଡି ନେତା ପାର୍ଥ ସାରଥି ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବିଶାଳ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥିଭାବେ ବହଳଦା ବ୍ଳକର ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା, ତିରିଂବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମଦ,ଜିଲ୍ଲ ପରିଷଦ ସଦସ୍ୟ ପରେଶ୍ ଚନ୍ଦ୍ର ମୁଣ୍ଡା, ଜିଲ୍ଲା ସଂପାଦକ ଜୀତରାୟ ବାସ୍କେ, ଜିଲ୍ଲା ପରିଷଦ ସଦସ୍ୟା ଜନତା ଵଶା, ରାଜୁ ବଶା,, ମହିଳା ସଭାନେତ୍ରୀ କାପୁରା ମୁର୍ମୁ, ପୂର୍ବତନ ତିରିଂ ବ୍ଲକ ଅଧ୍ୟକ୍ଷା ଜେନାମଣି ଷୁଣ୍ଢି,ନାରଣପୁର ସରପଞ୍ଚ ଲିଟା ଟୁଡୁ, ବରିଷ୍ଠ ବିଜେଡି ନେତା ଖିରୋଦ ସିଂ,ଯୁବ ବିଜେଡି ସଭାପତି ଜଗଦୀଶ କ୍ଷେତ୍ରୀ, ଛାତ୍ର ଜନତା ସଭାପତି ବିଜୟ ମିଶ୍ର,ଗୁଣନିଧି ସି,ଗୁଲିଆ ମୁର୍ମୁ,ସମିତି ସଭ୍ୟା ସୁମି ମାର୍ଣ୍ଡୀ, ବିଶ୍ବନାଥ ସୋରେନ,ବିକ୍ରମ ହାଁସଦା ସମେତ ବହୁ ସଂଖ୍ୟାରେ ଯୁବ ଛାତ୍ର, ମହିଳା, ଶ୍ରମିକ,ଦଳୀୟ କର୍ମକର୍ତ୍ତାବୃନ୍ଦ, ଖଟିଖିଆ ପ୍ରମୁଖ ଶତାଧିକ ସମର୍ଥକ ଯୋଗ ଦେଇ ଏଥିରେ ସକ୍ରିୟ ସହଯୋଗ କରିବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ ।ପ୍ରାରମ୍ଭରେ ବଡଦୁନ୍ଦୁ ଗ୍ରାମ ଛକରୁ ପଦଯାତ୍ରାଟି ବାହାରି ସମଗ୍ର ଭଗାବନ୍ଦୀ ଗ୍ରାମ ଘରକୁ ଘର ବୁଲି ଗ୍ରାମ ପଡ଼ିଆରେ ପହଞ୍ଚିଥିଲା। ଦଳୀୟ କର୍ମୀବୃନ୍ଦ ଘରକୁ ଘର ନବୀନ ସରକାରଙ୍କ ଯୋଜନାର ସଫଳତାର ବାର୍ତ୍ତା ପହଞ୍ଚାଇଥିଲେ । ନବୀନ ସରକାରଙ୍କ ଯୋଜନାର ସୂଚନାପତ୍ର ବଣ୍ଟନ କରିଥିଲେ । ନବୀନ ସରକାରଙ୍କ ମମତା ଯୋଜନା, ମିଶନ ଶକ୍ତି,କାଳିଆ ଯୋଜନା, ଖାଦ୍ୟ ସୁରକ୍ଷା,ବିଜୁ କୃଷକ ଯୋଜନା,ବିଜୁ ସ୍ବାସ୍ଥ୍ୟ ଯୋଜନା, ଦିବ୍ଯାଙ୍ଗ ଯୋଜନା,କୋଭିଡିର ସଫଳ ମୁକାବିଲା,ମହାବାତ୍ୟା ମୁକାବିଲା, ହରିଶ୍ଚନ୍ଦ୍ର ଯୋଜନା,୫ଟି ,ସ୍କିଲଡ୍ ଇନ୍ ଓଡ଼ିଶା,ଜାଗା ମିଶନ,ବିଶ୍ଵ ସ୍ତରୀୟ କ୍ରୀଡା ଯୋଜନା, ସାମାଜିକ ସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ ଯୋଜନା,କ୍ରୀଡାର ବିକାଶ,ବିଶ୍ବ କପ୍ ହକି ଖେଳ ଆୟୋଜନ,ଯୁବ ମହିଳା ବିଶ୍ଵ କପ୍ ଫୁଟବଲ୍ ଆୟୋଜନ ପ୍ରମୁଖ ବହୁ ଜନ କଲ୍ୟାଣ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ଯୋଜନାରେ କିଭଳି ସାମିଲ ହୋଇ ଉପକୃତ ହେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା । ଜାମୁଦା ବ୍ଳକର ସମସ୍ତ ପଞ୍ଚାୟତରେ ବିଜେଡିର ଜନ ସଂପର୍କ ଯାତ୍ରାକୁ ସଫଳ କରାଇଥିବାରୁ ସମସ୍ତ ନେତୃବୃନ୍ଦ, ଗ୍ରାମବାସୀ , ଛାତ୍ର, ମହିଳା ପ୍ରମୁଖ ସାମିଲ ହୋଇ ସଫଳ କରାଇଥିବାରୁ ସମସ୍ତଙ୍କୁ ବିଜେଡି ସଭାପତି ବଳଦେବ ହେମ୍ବ୍ରମ,ଉତ୍ତମ ମହାପାତ୍ର,ପାର୍ଥ ଷଡ଼ଙ୍ଗ କୃତଜ୍ଞତା ଜଣାଇଥିଲେ । 

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗୋଆରେ ଥିବା ଆନ୍ତର୍ଜାତିକ କରାଟେ ଚାମ୍ପିଅନସିପରେ ଥୁଆମୂଳ ରାମପୁର କୋଶଳ କରାଟେ ସ୍କୁଲର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିବେ

Sunil Chandra Nayak

ଭବାନୀପାଟଣା ସ୍ଥିତ କମ୍ପୋଷ୍ଟ କେନ୍ଦ୍ର ଦୁର୍ଗନ୍ଧମୟ, ହସ୍ତସନ୍ତ ପଡାବାସିନ୍ଦା

Sunil Chandra Nayak

ନର୍ଲା ଦୁଇଗୋଟି ଜୋନରେ ବିଜେଡ଼ିର ବାଜିମାତ

Sunil Chandra Nayak

Leave a Comment

error: Content is protected !!