ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍ଗ୍ରା ଠାରୁ ଆଦର୍ଶ ବିଦ୍ୟାଳୟ ରାସ୍ତା ଶୋଚନୀୟ , ନିର୍ମାଣ ଦାବୀ

ତେନ୍ତୁଳିିଖୁଣ୍ଟି ୦୫/୧୨/୨୨  ତେନ୍ତୁଲିଖୁଣ୍ଟି ବ୍ଳକର କଂଙ୍ଗ୍ରା ଠାରୁ ଲକଡୀ ପଲା ଦେଇ ଆଦର୍ଶ ବିଦ୍ୟାଳୟ ରାସ୍ତା ତିଆରି କରିବାକୁ ଅଞ୍ଚଳ ବାସୀଙ୍କ ଦାବି ହେଉଛି।ଏହି ରାସ୍ତା ଦେଇ କଂଙ୍ଗ୍ରା ,ଲକଡୀ ପଲା, କନ୍ଦଗୁଡା,ଜାନୀଗୁଡା,ଉମରି ଗ୍ରାମ ବାସୀ ଅଞ୍ଚଳ ଗୁମା ର ବ୍ୟାଙ୍କ, ସମବାୟ ବ୍ୟାଙ୍କ, ତେନ୍ତୁଲିଖୁଣ୍ଟି ବ୍ଳକ, ଥାନା, ତହସିଲ ଅଫିସ ଆସିବା ସହ କଂଗରା, କନ୍ଦ ଗୁଡ଼ା, ଲକଡୀ ପଲା ଗ୍ରାମର ପନିପରିବା ଚାଷୀ ମାନେ ସାପ୍ତାହିକ ହାଟ ଶୁକ୍ରବାର, ଶନିବାର, ମଙ୍ଗଳବାର ହାଟକୁ ଆଣିବା ବେଳେ ଅସୁବିଧା ର ସମ୍ଭୁଖିନ ହେଉଛନ୍ତି ,  ରାସ୍ତା ଖାରାପ ଯୋଗୁଁ ଏହି ଅସୁବିଧା ହେଉଛି ବୋଲି  ପନିପରିବା ଚାଷୀମାନେ କହିଛନ୍ତି ।ଆସିବାକୁ ବହୁତ ରାସ୍ତା ଖରାପ ଯୋଗୁଁ ପାଦ ଚଲା ଯାତ୍ରୀ,ମଟର ସାଇକେଲ ଯାତ୍ରୀ ବି ବହୁତ ଅସୁବିଧା ର ସମ୍ବୁଖିନ ହେଉଥିବା ଜଣାଯାଇଛି। କଂଙ୍ଗ୍ରା ଠାରୁ ଆଦର୍ଶ ବିଦ୍ୟାଳୟ ରାସ୍ତା 4 କି ମି ଦୂରତା ରହିଛି।କେଉଁ କେତେ ବର୍ଷ ହେଲାଣି ରାସ୍ତା ହୋଇ ନାହିଁ ଏହି ରାସ୍ତା ର ପିଚୁ ସମ୍ପୂର୍ଣ୍ଣ ଉଡି ଯାଇ ମେଟେଲ ଗୁଡାକ ଉପରେ ଟେକି ହୋଇ ଖାଲ ଢ଼ିପ ହୋଇ ରହିଛି ।ରଘୁନାଥ ମାଝୀ, ପ୍ରଫୁଲ୍ଲ ମାଝୀ, ଦେବେନ୍ଦ୍ର ହରିଜନ, ଅଶୋକ ବିଷୋୟୀ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି କରୁଛନ୍ତି।ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ ରୋଶନ ଙ୍କୁ ପଚରିବାରୁ  ଏହାାର ପ୍ରସ୍ତାବ ପଠାଯାଇଛି ଶୀଘ୍ର କାମ କରାଯିବ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ବଳରାମ ପାନ ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଧର୍ମଗଡ଼କୁ ହରାଇ ମାଟି ଗାଁ ଚମ୍ପିୟାନ

Sunil Chandra Nayak

ଶ୍ରୀମଦଭଗବତଗୀତାର ଅଷ୍ଟାଦଶ ଅଧ୍ଯାୟର ସାରକଥା– ୧୮

ଖଡ଼ିଆଳ ଜନ ମଞ୍ଚ ପକ୍ଷରୁ ବେଞ୍ଚ ମାର୍କ ମୂଲ୍ୟ ବୃଦ୍ଧି ବିରୁଦ୍ଧ ରେ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!