ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାର୍ଷିକ କ୍ରୀଡା ନେଇ ପ୍ରସ୍ତୁତି ବୈଠକ

ପାପଡାହାଣ୍ଡି,୯/୧୨, ମନିସ — ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ଭଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା 12 ତାରିଖରେ ହେବାକୁ ଥିବା ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳା ଆୟୋଜନ ସମିତି ସମ୍ପାଦକ ତଥା ଶିରିଶି ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ରାମକୃଷ୍ଣ ପ୍ରଧାନୀଙ୍କ ଆବାହନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ପାପଡ଼ାହାଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବିରେନ୍ଦ୍ର କୁମାର ପାଢୀ ସଭାପତିତ୍ଵ କରିଥିଲେ । ଏହି ବୈଠକରେ କାର୍ଯ୍ୟକ୍ରମର ସୁପରିଚାଳନା ତଥା ସଫଳ ରୂପାୟନ ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇଥିଲା। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପୂଜାରୀ ଓ ବାଲକ ଦାସ ରନ୍ଧାରୀ ନିଜ ନିଜର ସୁଚିନ୍ତିତ ମତାମତ ତଥା ପରାମର୍ଶ ପ୍ରଦାନ କରିଥିଲେ | ଏହି ବୈଠକରେ ବ୍ଳକର ସମସ୍ତ ସିଆରସିସି ଶିକ୍ଷକ ସଂଘ କର୍ମକର୍ତ୍ତା ଏବଂ ମେଳା ଆୟୋଜନ ପାଇଁ ଚୟନ କରାଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ | ସେହିପରି ଦଳେଇଗୁଡା ଠାରେ ବାର୍ଷିକ କ୍ରୀଡା ନେଇ ଏକ ପ୍ରସ୍ତୁତି ବୈଠକ ଗୋଷ୍ଠି ଶିକ୍ଷା ଅଧିକାରୀ ବୀରେନ୍ଦ୍ର ପାଢ଼ୀଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ଡ଼ିସେମ୍ବର 16 ତାରିଖ ମଧ୍ୟରେ ବିଦ୍ୟାଳୟସ୍ତରୀୟ ଓ 20ତାରିଖ ମଧ୍ୟରେ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ଆୟୋଜନ ନେଇ ଆଲୋଚନା ହୋଇଥିଲା | ଏବିଇଓ ଙ୍କ ସହ ବିଦ୍ୟାଳୟ ଗୁଡିକର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ୱପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବାଲାଜି ସେଠୀ ଙ୍କ କବିତା ବିଘ୍ନ ବିନାଶକ 

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ୩ ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

ଖଡ଼ିଆଳ ପଂଚାୟତ ସମିତି ବୈଠକ, ବିଧାୟକ – ଅଂଚଳର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ନିତ କରିବାକୁ ଆହ୍ବାନ

Sunil Chandra Nayak

Leave a Comment

error: Content is protected !!