ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫି କୁ ବିପୁଳ ସ୍ବାଗତ 

ଭବାନୀପାଟଣା ତା ୧.୧.୨୦୨୩: ଏଫ୍ ଆଇ ଏଚ ପୁରୁଷ ବିଶ୍ଵକପ ହକି ଟ୍ରଫି କୁ ଆଜି କଳାହାଣ୍ଡି ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ,ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ବାଗତ କରାଯାଇଛି। ଦିବା ୧୨.୦୦ ଘ ସମୟରେ ଆଜି ଜିଲ୍ଲା ସିମାବର୍ ଆମ୍ପାଣି ଠାରେ ବିଶ୍ଵକପ ଟ୍ରଫି କୁ ସାଂସ୍କୃତିକ ଦଳ, ଘୁମୁରା ବାଦ୍ୟ ରେ ଧର୍ମଗଡ ବିଧାୟକ ଶ୍ରୀ ମୌଶଧି ବାଗ,ଧର୍ମଗଡ ଉପ ଜିଲ୍ଲାପାଳ ଶ୍ରୀ ବେଦ୍ ଭୂଷଣ, ବି ଡି ଓ କୋକସରା ଉତ୍ତମ ବାଗ,ସରପଞ୍ଚ, ସମିତି ସଭ୍ୟ,ଜଣ ସାଧାରଣ ଉପସ୍ଥିତ ରହି ସ୍ବାଗତ କରିଥିଲେ। ରଥକୁ ମୋଟେର ଠାରେ ସ୍ବାଗତ ଜଣାଇବା ନିମନ୍ତେ ଜନ ସାଧାରଣ ଉପସ୍ଥିତ ଥିଲେ । ଜୁନାଗଡ଼ ଠାରେ ବିଧାୟକ ଶ୍ରୀ ମୌଶଧି ବାଗ,ଉପ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ, ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ମୁକେଶ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷା ସବିତା ମେହେର,ପଞ୍ଚାୟତ ପ୍ରତିନିଧି,ଜଣ ସାଧାରଣ ସ୍ବାଗତ କରିଥିଲେ। କୁଟ୍ରୁଖମାର ଠାରେ ସ୍ବାଗତ ପରେ ରଥ ଭବାନୀପାଟନା ଟାଉନ ହଲ ଠାରେ ପହଞ୍ଚିଥିଲା। ଟ୍ରଫି କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସ୍ ପି ଶ୍ରୀ ଅଭିଳାଷ ଜୀ, ସି ଡ଼ି ଓ ଜିଲ୍ଲା ପରିଷଦ ଶ୍ରୀ ସଚିନ ପାୱାର,ପୌରପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା ,ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ ଏବଂ ଉପସ୍ଥିତ ଜିଲ୍ଲା ଅଧିକାରୀ, ଏସ୍ ଏଚ ଜି ସଭ୍ୟା,ପୌରପରିଷଦ ୱାର୍ଡ ସଭ୍ୟ ସଭ୍ୟା, ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ,ଜିଲ୍ଲା ବେଡମିନଟନ୍ ସଂଘ୍ ସଭ୍ୟ,କଳାକାର ସଂଘ କର୍ମକର୍ତ୍ତା,ଜିଲ୍ଲା କ୍ରୀଡ଼ା ସଂଘ ସଭ୍ୟ,ପୂର୍ବତନ ଜନ ପ୍ରତିନିଧି ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଗ୍ରହଣରେ ପ୍ରାୟ ୫୦୦ ଜଣଙ୍କ ସମାବେଶରେ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ବାହାରି ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲେ।

ଟ୍ରଫି କୁ ସ୍ଵାଗତ କରିବା ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ,ଜିଲ୍ଲାପାଳ, ଏସ୍ ପି ନିଜ ବକ୍ତବ୍ୟରେ ଓଡ଼ିଶା ଦୁଇ ଥର ହକି ବିଶ୍ଵକପ ଆୟୋଜନକୁ ଆମେ ଗର୍ବ କରିବା ସହ ଏହାର ସଫଳ ହେବାକୁ ଆମ ସମସ୍ତଙ୍କର ପ୍ରଚାର ପ୍ରସାର ଓ ଅନ୍ତର୍ଭୁକ୍ତ କୁ ଗୁରୁତ୍ଵ ଦେଲେ। ଏହି ଅବସରରେ ସକାଳେ ଅନୁଷ୍ଠିତ ଉଭୟ ବାଳକ ଓ ବାଳିକା ବିଭାଗରେ ଉତିର୍ଣ୍ ୫ ଜଣ ପ୍ରତିଯୋଗୀଙ୍କୁ ଟ ୫୦୦୦, ଟ ୪୦୦୦, ଟ ୩୦୦୦, ଟ ୨୦୦୦, ଟ ୧୦୦୦ ଅର୍ଥରାଶି ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ମହିଳା ହକି ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା, କାତ୍ତପା ନୃତ୍ୟ ଦଳ ପରେ ଟ୍ରଫି ରଥ ନୂଆପଡ଼ା ଅଭିମୁଖେ ଯାତ୍ରା କରିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ମହେଶ ପାଢ଼ୀ କରିଥିଲେ ଏବଂ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ପ୍ରସନ୍ନ ମେହେର, ଡି ଆଈ ପି ଆର୍ ଓ ମନୋଜ ବେହେରା, ଓ ଏଲ୍ ଏମ ଡି ପି ଏମ ପ୍ରସନ୍ନ ମିଶ୍ର, ଶ୍ରୀ ବିମ୍ୱା ସାହୁ , ଆଇ ପି ଇ ମହେନ୍ଦ୍ର ପଣ୍ଡା, ଶ୍ରୀ ଯୋଗେନ୍ଦ୍ର କ୍ଷେତ୍ର,ନବୀନ ନାୟକ,ସଞ୍ଜୟ ମିଶ୍ର,ସୁବାସ ନାଗ ପ୍ରମୁଖ ସହଯୋଗ କରିଥିଲେ ।

ମସିହା ନିଉଜ ସର୍ଭିସ୍

Related posts

କୁଶୁର୍ଲାରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

Sunil Chandra Nayak

ନୂତନ କୋଇଡା ଥାନାଧିକାରୀଙ୍କୁ କୋଇଡା ପ୍ରେସ କ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ 

masiha

ଧର୍ମଗଡ ଠାରେ ଯାଦବ ସମାଜ ର ଶକ୍ତି ପ୍ରଦର୍ଶନ , ଜାତି ସଂଗଠିତ ହେଲେ ସଂସ୍କୃତି ସୁଦୄଢ ହେବ। -ପଦ୍ମଶ୍ରୀ ହଳଧର ନାଗ-

masiha

Leave a Comment

error: Content is protected !!