ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ଠାରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଘାଟିତ

ଜୁନାଗଡ଼,୭/୧(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ତିନି ଦିନିଆ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା ୭ ତାରିଖ ସ୍ଥାନୀୟ ଲଙ୍କେଶ୍ୱରୀ ମଞ୍ଚରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବ ପାଇଁ ଆଜି ସକାଳୁ ମାଁ ଲଙ୍କେଶ୍ୱରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ମଶାଲ ତ୍ରିନାଥ ମନ୍ଦିରକୁ ଯାଇଥିଲା । ସେଠାରେ ପୂଜାର୍ଚ୍ଚନା ପରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରି ହାଇସ୍କୁଲ ଖେଳ ପଡିଆ ସ୍ଥିତ ମାଁ ଲଙ୍କେଶ୍ୱରୀ ମଞ୍ଚରେ ପହଞ୍ଚିଥିଲା।

ସେଠାରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶୁଶାନ୍ତ କୁମାର ପଟେଲ ମଶାଲ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରି ବିଧିବଦ୍ଧ ଭାବେ ମଞ୍ଚକୁ ଉଦଘାଟନ କରିଥିଲେ। ସ୍ଥାନୀୟ ତହସିଲଦାର ବେଦବ୍ୟାସ ଭୋଇଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ସଂଜୟକୁମାର ସତପଥୀ ଯୋଗ ଦେଇଥିବାବେଳେ ଆବାହକ କମିଟିରୁ ଏନଏସି ନଗରପାଳ ମୁକେଶ ଅଗ୍ରୱାଲ, ବିଡ଼ିଓ ଦୁଲାରାମ ମାରାଣ୍ଡି, କାର୍ଯ୍ୟନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର, ପ୍ରମୁଖ ଯୋଗଦେଇ ଉତ୍ସବ ପଡିଆ ଷ୍ଟଲ ସମୂହ ପରିଦର୍ଶନ କରିଥିଲେ। ଦିନତମାମ ଉତ୍ସଵ ମଞ୍ଚରେ ଶିଶୁ ବିଚିତ୍ରା, କବିତା ପାଠୋତ୍ସବ,ଶିଶୁ ବିଚିତ୍ରା ,ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଥିଲା।ସେହିପରି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନୀ ସମାରୋହରେ ବିଧାୟକ କ୍ୟାପଟେନ ମିଶ୍ର ନଗରପାଳ ମୁକେଶ ଅଗ୍ରୱାଲ ଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେସା ରେଡ଼ି,ପିଡ଼ି କଳାହାଣ୍ଡି ପାୱାର ସଚିନ ପ୍ରକାଶ,ଉପଜିଲ୍ଲାପାଳ ବେଦଭୂଷଣ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଡ଼ିଓ ଦୁଲାରାମ ମାରାଣ୍ଡି ଏଥିରେ ସଭାପତିତ୍ୱ କରିଥିଲେ।ଉଦଘାଟନୀ ସଙ୍ଗୀତ ପରେ ସଂସ୍କୃତି ଭବାନୀପାଟଣା, କଳାବିକାସ କେନ୍ଦ୍ର,ତୁଳସିପାଲି, ମଳିଗୁଡା ,ଛୋରିଆଗଡ଼ ପ୍ରଭୃତି ସ୍ଥାନରୁ ଆସିଥିବା ଲୋକ ସାଂସ୍କୃତିକ ଦଳ ମାନଙ୍କ ସହ ପ୍ରସିଦ୍ଧ କଣ୍ଠଶିଳ୍ପୀ ରୁକୁ ସୁନା ଓ ତାଙ୍କ ଦଳ ଦ୍ୱାରା ଆକର୍ଷଣୀୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଚଳିତ ବର୍ଷ ୪୦ ରୁ ଉର୍ଦ୍ଧ ଷ୍ଟଲ କରା ଜୀବାସହ ମିନା ବଜାର ଓ ଅନେକ ଅସ୍ଥାୟୀ ଦୋକାନ ବଜାର ଖୋଲିଛି ।ଉତ୍ସବ ଦେଖିବା ପାଇଁ ଅନେକ ଜନସମାଗମ ହୋଇଥିଲା।ସେହିପର ଟ୍ରାଫିକ ପାଇଁ ଏକତରଫା ରାସ୍ତା କରାଯାଇ ଯାନବାହାନ ଛଡା ଯାଇଥିଲା । ଶାନ୍ତିଶୃଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।ଅନ୍ୟପକ୍ଷରେ ସାମ୍ବାଦିକ ମାନଙ୍କ ପାଇଁ ଥିବା ଗେଲେରି ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।ଶେଷ ସମୟ ପର୍ଯନ୍ତ କେତେକ କାର୍ଯ୍ୟକ୍ରମରେ କିଛି ବ୍ୟତିକ୍ରମ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଶ୍ରୀ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଜମି ମାଫିଆଙ୍କ ଚାଷୀ ମାରଣନୀତି ବିରୁଦ୍ଧରେ ଯୁବ/ଛାତ୍ର କଂଗ୍ରେସ ର ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ

Sunil Chandra Nayak

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନ ଆସନ୍ତା ୨୫ ଓ ୨୬ ରେ……

Sunil Chandra Nayak

Leave a Comment

error: Content is protected !!