ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଗୁଡହାଣ୍ଡି ମହୋତ୍ସବ ଉଦଯାପିତ

କୋକସରା,୧୨/୧- କୋକସରା ଠାରେ କଳାହାଣ୍ଡି ଉତ୍ସଵ ଗୁଡହାଣ୍ଡି ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଆୟୋଜିତ ହୋଇଯାଇଛି। କୋକସରା ଗ୍ରାମର ଇଷ୍ଟଦେବୀ ମାଁ ଠାକୁରାଣୀ ଓ ଆମପାଣି ବୁଢରଜା ପୀଠରୁ ମଶାଲ ଆସି ଗୁଡହାଣ୍ଡି ମଞ୍ଚରେ ପହଞ୍ଚିବା ପରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ମଶାଲକୁ ପାଛୋଟି ନେଇଥିଲେ । ପରେ ଗ୍ରାମ ଦେବୀଙ୍କ ପୁଝାରୀ ନନ୍ଦ କୁମାର ଧରୁଆ ମଞ୍ଚ ପୁଜନ କରିଥିଲେ ।ପରେ ଉତ୍ସଵ କମିଟି ପକ୍ଷରୁ ନିମନ୍ତ୍ରିତ ମୁଖ୍ୟ ଅତିଥି ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିକାଶ ମନ୍ତ୍ରୀ ରାଜୁ ଢୋଲକିଆ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, କୋକସରା ବ୍ଲକ ଅଧ୍ୟକ୍ଷ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି ଓ ଘୁମୁରା, ଘଣ୍ଟୁଆ, ଲୋକ କଳାକାର ମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ମଶାଲ ଶୋଭାଯାତ୍ରା କୋକସରା ସହର ପରିକ୍ରମା କରିବା ପରେ ଦେବାଦେବୀମାନେ ଗୁଡହାଣ୍ଡି ମଞ୍ଚରେ ଆସିବା ପରେ ପୂଜକ ମାନେ ମଞ୍ଚ ପୂଜନ କରିବା ପରେ ମୁଖ୍ୟ ଅତିଥି ରାଜୁ ଢୋଲକିଆ ବିଧାୟକ ଧର୍ମଗଡ଼ ଓ ଅନ୍ୟ ଅତିଥିମାନେ ମଞ୍ଚରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ମଞ୍ଚ ଉଦଘାଟନ କରିଥିଲେ। ପରେ ଅତିଥିମାନେ କଳାହାଣ୍ଡି ଉତ୍ସଵ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବାରେ ଏକ ପ୍ରୟାସ ଯାହାଦ୍ୱାରା ଅଞ୍ଚଳର ଲୋକ ସଂସ୍କୃତି ପରମ୍ପରା ଦୂର ଦିଗନ୍ତରେ ଲୋକ ଲୋଚନକୁ ପ୍ରସାରିତ ହେବ ବୋଳି ମତ ଦେଇଥିଲେ। ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସନ୍ଧ୍ୟା କାଳୀନ ଉତ୍ସଵରେ ଗୁଡହାଣ୍ଡି ମଞ୍ଚରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଅଧ୍ୟାପକ ମୋହନ ଚରଣ ବିଶି ଗୁଡହାଣ୍ଡି ଡୋକରିଚଞ୍ଚରାର ଐତିହାସିକ କିମ୍ବଦନ୍ତୀ ଉପରେ ମତ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓୟୁଜେ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଯୋଗଦେଇ କଳାହାଣ୍ଡି ଜିଲ୍ଲାର ଲୋକକଳା ଦୂର ପ୍ରସାରି ହେବା ଦିଗରେ କଳାହାଣ୍ଡି ଉତ୍ସଵ ଏକ ମାଇଲଖୁଣ୍ଟ ସଦୃଶ ବୋଳି ମତ ପ୍ରକାଶ କରିଥିଲେ । ସେହିପରି ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧର୍ମଗଡ଼ ମୋୖଷଧି ବାଗ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲାର ଗବେଷକ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବେ ଲଡୁଗାଁ କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା, କୋକସରା ବ୍ଲକ ସରପଞ୍ଚ ସଙ୍ଘ ସଭାପତି ନକୁଳ ନାଏକ, କୋକସରା ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ମଞ୍ଚରେ ଉପସ୍ଥିତ ରହିଥିଲେ । ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଆୟୋଜନରେ କୋକସରା ବ୍ଲକର ଜନ ପ୍ରତିନିଧି ଅଧିକାରୀ, ଉତ୍ସଵ କମିଟି ଓ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋଇସିଙ୍ଘାର ସଙ୍ଗିତ ସାଧନା, ବଜାସାଲ, ଜଟଣୀ ନୃତ୍ୟଶ୍ରୀ କଲଚରାଲ ଅର୍ଗାନାଇଜେସନର ରାମାୟଣ, ନବଦୁର୍ଗା, ହେଶମ୍ଭୁ, ମଣିପୁରି ଦାଣ୍ଡିଆ ନୃତ୍ୟ, ନବରଙ୍ଗପୁରର ବେଣ୍ଟ, ଢାପ କଳାକାରଙ୍କ ବିଭିନ୍ନ ଲୋକକଳା, ପରମ୍ପରା ଚଳଣିକୁ ନେଇ ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ଲକର କଳାକାର, ପର୍ବତାରୋହି ଡ଼. ଯୋଗେଶ୍ୱର ନାଏକ, ଘୁମୁରା ଗୁରୁ ହିରାଲାଲ ସରାଫ, ଡିଗ୍ରୀ ମହାବିଦ୍ୟାଳୟ ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ନାଭାଲ ଏନସିସି ଜବାହାର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଞ୍ଜୀବ କୁମାର ପାଢ଼ୀ ଓ ଦେବାନନ୍ଦ ରାଉତ ମଞ୍ଚ ପରିଚାଳନା କରିଥିଲେ। ଦୁଇ ଦିନ ଧରି ଗୁଡାହାଣ୍ଡି ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ବିଏସଏସଓ ଦୀପକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ 

Related posts

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ୨୬ ତମ ବାର୍ଷିକ ସମ୍ମିଳନୀ  ହୀନମନ୍ୟତା କୁ ଦୂରେଇ ଐକ୍ୟବଦ୍ଧତା କୁ ଗୁରୁତ୍ବ ଦେବାକୁ ହେବ: ଡ଼ ବେହେରା 

Sunil Chandra Nayak

ଖଣି ପାଇଁ ବଳି ପଡ଼ିବ ସଂରକ୍ଷିତ ଜଙ୍ଗଲ,  ପ୍ରଶାସନ ଦୃଷ୍ଠିନଦେଲେ ରାଜସ୍ବ ହାନୀକୁ ମଧ୍ଯ ଏଡାଇ ଦିଆଯାଇନପାରେ ! 

masiha

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!