ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ବିଜୟୀ

 ‌‌‌‌‌‌‌‌‌ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ପଡ଼ିଆରେ ଚାଲିଥିବା ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଦଳ ଅମିତ୍ ଧାନଙ୍କ ହ୍ୟାଟ୍ରିକ ଗୋଲ୍ ସହ ୪-୦ ଗୋଲରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ଦଳ ଠାରୁ ବିଜୟୀ ହୋଇ ଚମ୍ପିୟାନ ହେବାର ଗୌରବ ହାସଲ କରିଛି। ଜିଲ୍ଲାର ଅନ୍ୟତମ ପୁରାତନ ଫୁଟବଲ ଟୁର୍ଣ୍ଣାମେଣ୍ଟ “କଳାପାହାଡ଼ ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ”କୁ ଗତ ୨୦୨୧ କରୋନାରେ ମୃତ୍ୟୁ ବରଣ କରିଥିବା ଏସକନର ପ୍ରତିଷ୍ଠାତା ସଦସ୍ୟ ତଥା ଖ୍ୟାତନାମା କ୍ରୀଡାବିତ ପ୍ରଜ୍ଞାନନ୍ଦ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ନାମିତ କରାଯାଇଛି। ରାଜ୍ୟ ସ୍ତରୀୟ ଆଠଟି ଦଳକୁ ନେଇ ଗତ ୧୩ ତାରିଖରୁ ବିଧାୟକ ଭୁପିନ୍ଦର ସିଂ ଓ ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ଫାଇନାଲ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଭୁପିନ୍ଦର ସିଂ ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓ ନର୍ଲା ସରପଂଚ ତନୁଜା ହରପାଲ ଯୋଗଦେଇ ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ଓ ଅର୍ଥରାଶି ପୁରସ୍କୃତ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିବା ବଲାଙ୍ଗୀର ଦଳର ଅମିତ୍ ଧାନ ପ୍ଲେୟାର ଅଫ୍ ଦି ମ୍ୟାଚ ଓ ବେଷ୍ଟ ସ୍କୋରର୍, ବଲାଙ୍ଗୀର ଦଳର ଗୋବର୍ଦ୍ଧନ ମାଝୀ ବେଷ୍ଟ ଗୋଲକିପର୍ ଓ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲର ସାମଲ ହେମ୍ରମ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବରେ ପୁରସ୍କୃତ ହୋଇଥିଲେ। ନବୀନ କୁମାର ନାୟକ, ସୁରେଶ କୁମାର ନାୟକ, ସନ୍ତୋଷ କୁମାର ନାୟକ, ନାରାୟଣ ପଧାନ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବରେ ଅଞ୍ଚଳର ପୂର୍ବତନ କ୍ରୀଡାବିତ ତଥା କ୍ରୀଡ଼ା ସଂଗଠକ ଭାବରେ ସତୁ କମାନି,ଦୂର୍ଯ୍ୟୋଧନ ସାହାଣୀ,ଗୈରାଙ୍ଗ ନାଗ, ସରୋଜ କୁମାର ଚାନ୍ଦ, ମନ୍ମଥ ପୂଜାରୀ, ରମେଶ ଚନ୍ଦ୍ର ଦାସ ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ସଫଳତାକୁ ନେଇ ଆୟୋଜକ ଏସକନର ସଂପାଦକ ସୁମନ୍ତ କୁମାର ପୁଝାରୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

ରାଇରଙ୍ଗପୁରରେ ଵାମନଘାଟୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଏକ ଦିବସୀୟ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା- ଟେଲକୋ ଚମ୍ପିୟାନ

masiha

୪୪ତମ ଜାତୀୟ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ଓଡିଶା ରାଜ୍ୟ ଦଳରେ ପ୍ରତିନିଧ୍ତ୍ବ କରି  ବ୍ରୋଞ୍ ପଦକ ଜିତିଲେ ଢେଙ୍କାନାଳର ଦୁଇ ପ୍ରତିଯୋଗୀ 

Sunil Chandra Nayak

ଜାତୀୟ ଖେଳରେ ରାଉରକେଲାର ଅଶୋକ ବିଶ୍ବାଳଙ୍କ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା

Sunil Chandra Nayak

Leave a Comment

error: Content is protected !!