ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିର୍ମିମୁଣ୍ଡା ଗ୍ରାମର ତିନି ୱାର୍ଡ ର ହିତାଧିକାରୀ ଚାଉଳ ତିନି କିସ୍ତି ର ପାଇବାରୁ ବଞ୍ଚିତ

ତେନ୍ତୁଳିଖୁଣ୍ଟି ୨୮ /୦୧ /୨୩  // ତେନ୍ତୁଳିଖୁଣ୍ଟି ବ୍ଳକର ଅଂଚଳଗୁମା ପଂଚାୟତ ର ହିର୍ମିମୁଣ୍ଡା ଗ୍ରାମର ତିନଟି ୱାର୍ଡ଼ ର ହିତାଧିକାରୀଙ୍କ ଙ୍କ ତିନି ମାସରୁ ଉର୍ଦ୍ଧ୍ବ ହେଲାଣି ଚାଉଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଆଜି ଛୁଟି ଥିବା ସତ୍ୱେ ବି ବ୍ଳକ ସମ୍ବୁଖରେ ଆସି ଧାରଣାରେ ବସିଥିଲେ।ଚାଉଳ ପାଇଲେ ହି ଯିବୁି ବୋଲି ଧାରଣା ବସି ଥିଲେ । ଆସନ୍ତା କାଲି ଚାଉଳ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ରୁ ଉଠି ଯାଇଥିଲେ।ଏମ ଆଇ ରୋହିତ ମାଝୀ ଙ୍କୁ ଯୋଗାଯୋଗ କରିବାରୁ କହିଲେ ହିତାଧିକାରୀ ଚାଉଳ ପାଇ ନ ଥିବା ଦୁଇ ଦିନ ଆଗରୁ ଜାଣିଲି, ମହିଳା ଗ୍ରୁପ ଚାଉଳ ବଣ୍ଟ୍ଡନ ଦାଇତ୍ଵ ରେ ରହିଛନ୍ତି ଆସନ୍ତା କାଲି ଦିଆଯିବ ବୋଲି କହିଛନ୍ତି।। ତେନ୍ତୁଳିଖୁଣ୍ଟି ବ୍ଲକରେ ବିଗତ ଦିନରେ ଅମଲାଭଟା ପଂଚାୟତ ର 1504 ହିତାଧିକାରୀଙ୍କ ଚାଉଳ ହଡ଼ପ ହୋଇ କି ହିତାଧିକାରୀ ଚାଉଳ ପାଇପାରିନାହାନ୍ତି ବାରମ୍ବାର ଏହି ବ୍ଲକରେ ଚାଉଳ ଘଟଣା ଘଟି ଲାଗିଛି । ଦେଖା ଯାଉ ପ୍ରଶାସନ ହସ୍ତକ୍ଷେପ କରି କେବେ ଚାଉଳ ପ୍ରଦାନ କରୁଛନ୍ତି।ଆସନ୍ତା କାଲି ହିର୍ମିମୁଣ୍ଡା ହିତାଧିକାରୀ ଙ୍କ ଚାଉଳ ପ୍ରଦାନ କରାନଗଲେ ସୋମବାର ଦିନ ବ୍ଳକ ଆଗରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପ୍ରତ୍ୟାବର୍ତ୍ତନ // ସଫଳ ଅସ୍ତ୍ରୋପଚାର ଚକ୍ଷୁ ରୋଗୀ ଙ୍କୁ ସ୍ୱାଗତ କଲା ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ

Sunil Chandra Nayak

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜୁ ଶ୍ରମିକ ସମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ନିଯୁକ୍ତି

masiha

ଅଖଣ୍ଡ ଭାରତ ହିନ୍ଦୁ ମହାସଭା ପକ୍ଷରୁ ରେଳ ମନ୍ତ୍ରୀ ଆଶ୍ୱିନ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!