ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିର୍ମିମୁଣ୍ଡା ଗ୍ରାମର ତିନି ୱାର୍ଡ ର ହିତାଧିକାରୀ ଚାଉଳ ତିନି କିସ୍ତି ର ପାଇବାରୁ ବଞ୍ଚିତ

ତେନ୍ତୁଳିଖୁଣ୍ଟି ୨୮ /୦୧ /୨୩  // ତେନ୍ତୁଳିଖୁଣ୍ଟି ବ୍ଳକର ଅଂଚଳଗୁମା ପଂଚାୟତ ର ହିର୍ମିମୁଣ୍ଡା ଗ୍ରାମର ତିନଟି ୱାର୍ଡ଼ ର ହିତାଧିକାରୀଙ୍କ ଙ୍କ ତିନି ମାସରୁ ଉର୍ଦ୍ଧ୍ବ ହେଲାଣି ଚାଉଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଆଜି ଛୁଟି ଥିବା ସତ୍ୱେ ବି ବ୍ଳକ ସମ୍ବୁଖରେ ଆସି ଧାରଣାରେ ବସିଥିଲେ।ଚାଉଳ ପାଇଲେ ହି ଯିବୁି ବୋଲି ଧାରଣା ବସି ଥିଲେ । ଆସନ୍ତା କାଲି ଚାଉଳ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ରୁ ଉଠି ଯାଇଥିଲେ।ଏମ ଆଇ ରୋହିତ ମାଝୀ ଙ୍କୁ ଯୋଗାଯୋଗ କରିବାରୁ କହିଲେ ହିତାଧିକାରୀ ଚାଉଳ ପାଇ ନ ଥିବା ଦୁଇ ଦିନ ଆଗରୁ ଜାଣିଲି, ମହିଳା ଗ୍ରୁପ ଚାଉଳ ବଣ୍ଟ୍ଡନ ଦାଇତ୍ଵ ରେ ରହିଛନ୍ତି ଆସନ୍ତା କାଲି ଦିଆଯିବ ବୋଲି କହିଛନ୍ତି।। ତେନ୍ତୁଳିଖୁଣ୍ଟି ବ୍ଲକରେ ବିଗତ ଦିନରେ ଅମଲାଭଟା ପଂଚାୟତ ର 1504 ହିତାଧିକାରୀଙ୍କ ଚାଉଳ ହଡ଼ପ ହୋଇ କି ହିତାଧିକାରୀ ଚାଉଳ ପାଇପାରିନାହାନ୍ତି ବାରମ୍ବାର ଏହି ବ୍ଲକରେ ଚାଉଳ ଘଟଣା ଘଟି ଲାଗିଛି । ଦେଖା ଯାଉ ପ୍ରଶାସନ ହସ୍ତକ୍ଷେପ କରି କେବେ ଚାଉଳ ପ୍ରଦାନ କରୁଛନ୍ତି।ଆସନ୍ତା କାଲି ହିର୍ମିମୁଣ୍ଡା ହିତାଧିକାରୀ ଙ୍କ ଚାଉଳ ପ୍ରଦାନ କରାନଗଲେ ସୋମବାର ଦିନ ବ୍ଳକ ଆଗରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଆମ ଓଡିଶା ନବୀନ ଓଡିଶା ପଂଚାୟତ ସ୍ତରୀୟ ସଚେତନ ଶିବିର

masiha

ସହିଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ଫାସୀ ଦିବସ ପାଳନ କଲେ ଚାଷୀ ମୁଲିଆ ଆଦିବାସୀ ସଙ୍ଘ 

Sunil Chandra Nayak

ଦେବେନ୍ଦ୍ର ଦାଶ ଥିଲେ ପ୍ରଚଣ୍ଡ ପ୍ରତିଭାର ବିସ୍ଫୋରଣ। ପ୍ରଗତି ଉତ୍କଳ ସଂଘରେ ଦେବେନ୍ଦ୍ର ଦାଶଙ୍କ ପ୍ରଥମ ସ୍ମାରକୀ ବକ୍ତୃତା ମାଳା ଆୟୋଜିତ

masiha

Leave a Comment

error: Content is protected !!