ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓୟୁଜେ କଟକ ଜିଲ୍ଲା ସଭାପତି ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

କଟକ ସଦର : ୭୪ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମାନ୍ୟବର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ(ଓୟୁଜେ)ର ସଭାପତି ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ଉଲ୍ଲେଖନୀୟ କୃତିତ୍ୱ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର,ଡିପିଆରଓ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଛନ୍ତି । ଇତ୍ୟାବସରରେ ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସରସ୍ବତୀ କଳା ପରିଷଦ କନ୍ଦରପୁର,ଉତ୍କଳ ବିକାଶ ପରିଷଦ(ଉବିପ) କଟକ ସଦର,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ବୟାଳିଶମୌଜ଼ା,ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ,ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର ପକ୍ଷରୁ ନାଟ୍ୟକାର ଅଶୋକ ପଟ୍ଟନାୟକ,ପ୍ରତିଭା ଶତପଥୀ,ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ଅଭିରାମ ସାହୁ,ଅଭିନେତା ଦୈତାରି ପ୍ରଧାନ,ଇଂ.ଅଶୋକ ବିଶ୍ଵାଳ,ପ୍ରଲୋପ ମହାପାତ୍ର,ବୁଲେଇ ବେହେରା,ବସନ୍ତ ପଣ୍ଡା,ସଂଗ୍ରାହକ ନାରାୟଣ ଚନ୍ଦ୍ର ପ୍ରମୁଖ ସାମ୍ବାଦିକ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି । ସୂଚନାଯୋଗ୍ୟ ସେ ଓୟୁଜେରେ କାର୍ଯ୍ୟ କରିବା ସହ ବହୁ ସଂଗଠନର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ,ସାମ୍ବାଦିକତା,ସାହିତ୍ୟ ସଂସ୍କୃତିର ବିକାଶ ଓ ସମାଜସେବା ଆଦି ବହୁବିଧ କାର୍ଯ୍ୟରେ ନିଜକୁ ନିୟୋଜିତ ପୁର୍ବକ ଖୁବ କୃତିତ୍ୱ ଅର୍ଜନ କରିଛନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ,ଘୁମୁରା ୨୦୨୫। କଳା, କଳାକାର ଓ ଦର୍ଶକଙ୍କ ମହାମିଳନର ପର୍ବ କଳାହାଣ୍ଡି ଉତ୍ସଵ

masiha

କୁକୁଡ଼ାବାଇ ଠାରେ ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜର ଭ୍ରାମ୍ୟମାଣ ବୈଠକ 

masiha

ନବନିର୍ମାଣ କୃଷକ ସଂଘ ଜିଲ୍ଲା ଯୁବ ସଭାପତି ହିତେଶ୍ କୁମାର ନାଏକ ମନୋନୀତ

masiha

Leave a Comment

error: Content is protected !!