ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନ୍ୟାସନାଲ କ୍ଲବ ଆନୁକୂଲ୍ୟରେ ପ୍ରତିଭା ଅନ୍ୱେଷଣ ଉତ୍ସବ-2023

ତିର୍ତ୍ତୋଲ  // 30/01/23- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସରୋଳ ଗ୍ରାମଠାରେ ନ୍ୟାସନାଲ କ୍ଲବ ଦ୍ୱାରା ପ୍ରତିଭା ଅନ୍ୱେଷଣ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଳାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ନାଟ୍ୟକାର ଅଧ୍ୟାପକ ଉମେଶ ଚନ୍ଦ୍ର ସାହୁ ! ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ 4ନମ୍ବର ଜୋନର ଜିଲ୍ଲାପରିଷଦ ତଥା ଉପଦେଷ୍ଟା ଗଙ୍ଗାଧର ବିଶ୍ୱାଳ,ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଓ ପ୍ରଦୀପ୍ତ କୁମାର ରଥ ଯୋଗ ଦେଇଥିଲେ ! ଏହି ସଭାରେ ସଭାପତିତ୍ୱ କରିଥିଲେ ନ୍ୟାସନାଲ କ୍ଳବର ଉପଦେଷ୍ଟା ଅଧ୍ୟାପକ ଅଭୟ କୁମାର ମହାରଣା, ଅତିଥି ପରିଚୟ ପ୍ରଦାନ କରିଥିଲେ କ୍ଳବର ସଭାପତି ପ୍ରୀତିରଞ୍ଜନ ଖୁଣ୍ଟିଆ ! ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ରଥ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ନାଟ୍ୟକାର ଉମେଶ ଚନ୍ଦ୍ର ସାହୁ, ଡକ୍ଟର ସୁଶାନ୍ତ କୁମାର ବାରିକ ଓ ପ୍ରକୃତିବନ୍ଧୁ ପ୍ରଦ୍ୟୁମ୍ନ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଉକ୍ତ କାର୍ଯ୍ୟକ୍ରମ କୁ କ୍ଳବର ଉପସଭାପତି ତୁଷାରକାନ୍ତ ବିଶ୍ୱାଳ, ସହସମ୍ପାଦକ ରାଧାକାନ୍ତ ସାହୁ, ସୁଧୀର କୁମାର ମହାରଣା, ଓ ଗ୍ରାମର ମୁଖ୍ୟ,ପ୍ରଭାକର ଖୁଣ୍ଟିଆ, ନୃସିଂହ ଚରଣ ସାହୁ, ନଗେନ୍ଦ୍ର କୁମାର ବିଶ୍ୱାଳ ଆଦି ପରିଚାଳନାରେ ସହଯୋଗ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କ୍ଳବର ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ ! ବହୁ ଗୁଣିଜ୍ଞାନୀ ବ୍ୟକ୍ତି ଏହି ସଭାରେ ଉପସ୍ଥିତ ଥିବାର ଦେଖାଯାଇଥିଲା ! ତିର୍ତ୍ତୋଲ ଅଞ୍ଚଳରେ ଏପରି କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ବ୍ୟକ୍ତି ମାନେ ନ୍ୟାସନାଲ କ୍ଳବର ପ୍ରଶଂସନୀୟ ପଦକ୍ଷେପ ବୋଲି ଚର୍ଚ୍ଚା କରୁଥିବାର ଶୁଣିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାର ରେ ବିଭାଗୀୟ ତଦନ୍ତ 

masiha

ସନ ସାଇନ୍ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

masiha

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!