ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା ,ରାଉରକେଲା ଷ୍ଟିଲ ଟାଉନସିପ୍ ପଶ୍ଚିମ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାଉରକେଲା/ ବିଜେପି ଷ୍ଟିଲ ଟାଉନସିପ୍ ପଶ୍ଚିମ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୬ ସ୍ଥିତ ତାରାତାରିଣୀ ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ବସନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା ମୁଖ୍ୟ ଅତିଥିଭାବେ ଯୋଗେ ଦେଇ ଦୀପ ପ୍ରଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ମଣ୍ଡଳ ସଭାପତି ତାଙ୍କ ସ୍ବାଗତ ଅଭିଭାଷଣ ରେ କାର୍ଯ୍ୟକାରିଣୀ ବୈଠକର ତାତ୍ପର୍ଯ୍ୟ ,ଉଦ୍ଦେଶ୍ୟ ଏବଂ ସଙ୍ଗଠନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବାସହ ସଂଗଠନକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ଭାସ୍କର ନନ୍ଦ ରାଜନୌତିକ ଚିଠା ପ୍ରସ୍ତାବ ଆଗତ କରିଥିବା ବେଳେ ଉପସଭାପତି ମନୋଜ ପଟ୍ଟନାୟକ ଚିଠା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବା ସହିତ ସର୍ବସମ୍ମତି କ୍ରମେ ପାରିତ କରିବା ପାଇଁ ଉପସ୍ଥାପନା କରିଥିଲେ ଓ ଏହାକୁ ପାରିତ କରା ଯାଇଥିଲା। ଏହି ଚିଠା ପ୍ରସ୍ତାବରେ ମଣ୍ଡଳର ସମସ୍ତ ବସ୍ତିରେ ସୋଲାର ଲାଇଟ୍, ପବ୍ଲିକ ଟଏଲେଟ୍, ଡ୍ରେନ, ପକ୍କା ରାସ୍ତା ସହିତ ତାରିଣୀ ମନ୍ଦିରରେ କମୁନିଟି ସେଣ୍ଟର , ସ୍ବାସ୍ଥ୍ୟ ସେବା , ଗୋଲଘର ପାର୍ଶ୍ଵରେ ପବ୍ଲିକ ପାର୍କ , ପାନୀୟ ଜଳ ଆଦି ପୂରଣ କରିବା ପାଇଁ ଦାବି କରାଯାଇଥିଲା। ଶୋକ ପ୍ରସ୍ତାବ ସମ୍ପାଦିକା ପ୍ରବାସିନି ଦୁଙ୍ଗୁରି ଆଗତ କରି ଏ ମଣ୍ଡଳରେ ମୃତ୍ୟୁ ବରଣ କରି ଥିବା କର୍ମୀ ଓ ବ୍ୟକ୍ତି ବିଶେଷଙ୍କ ଆତ୍ମାର ସଦ ଗତି ନିମନ୍ତେ ଏକ ମିନଟ ନରବ ପ୍ରାଥନା କରାଯାଇଥିଲା । ଜିଲ୍ଲା ସମ୍ପାଦକ ଅଜୟ କଂସାରି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଜନ କଲ୍ୟାଣ ଯୋଜନା ଓ ଦେଇଥିବା ପ୍ରତିଶ୍ରୁତି କୁ ପାଳନ କରିଥିବାରୁ ବିଶେଷ ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ତାଙ୍କ ବକ୍ତବ୍ୟରେ ବିଜେପିର ଇତିହାସ ଓ ବିଶ୍ଵଦରବାରରେ ମୋଦିଜୀ ଙ୍କ ନେତୃତ୍ଵ ଉପରେ ଆଲୋକପାତ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ତାଙ୍କ ଅଭିଭାଷଣରେ ସାଂଗଠାନିକ ଶୃଙ୍ଖଳା, ବୁଥ କମିଟି ସୁଦୃଢତା, ରାଜ୍ୟସରକାରଙ୍କ ଅପାରଗତା , ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା, କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହି ଲୋକଙ୍କୁ ଭ୍ରମିତ କରୁଥିବାରୁ ତୀବ୍ର ସମାଲୋଚନା କରିଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ବ୍ୟାସଦେବ ନାଥ ମଞ୍ଚ ପରିଚାଳନା କରିଥିଲେ। ଏହି ବୈଠକରେ ବିଜେପିରେ ନୂତନ ଭାବେ ରୁପାଧାର ତାଣ୍ଡି ସଦସ୍ୟତା ଗ୍ରହଣକରି ଯୋଗଦାନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ କାର୍ଯ୍ୟକର୍ତ୍ତା ଭଗବାନ ପାତ୍ର, ପ୍ରତିମା ରାଉତ, ନମ୍ରତା ବାଗ,କନକଲତା ପୁହାଣ , ଶ୍ରୀକାନ୍ତ ପାଢ଼ୀ, ତାରକାନାଥ ମହାପାତ୍ର, ଶିଶିର ପ୍ରଧାନ, ତରୁଣ ତନ୍ତୀ, ତପନ ନାୟକ, ସୌଭାଗ୍ୟ ମହାକୁଡ, ମନ୍ମଥ ଦେ, କର୍ମୀ ପ୍ରଶାନ୍ତ ନାୟକ, ଅବିନାଶ ଶ୍ରୀବାସ୍ତବ, ସୁନୀତା କୁଷ୍ଣନ୍ ନିକ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ସମ୍ପାଦକ ହେମନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସମାପନ କରା ଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଜନଗର ନିର୍ବାଚନ ମଣ୍ଡଳୀରେ ବିରୋଧି କର୍ମୀ ବିଜେଡିରେ ମିଶି ସମର୍ଥନ ଵୃଦ୍ଧି କରାଇ ଦଳକୁ ଶକ୍ତିଶାଳି କରୁଛନ୍ତି -ଧୃଵ

masiha

କର୍ଲାମୁଣ୍ଡା ବ୍ଲକର ବଜରଙ୍ଗ ଦଳ ସମାବେଶ 

masiha

ସବୁ ସମସ୍ୟା କୁ ମିଳିତ ଭାବେ ସମ୍ମୁଖୀନ କରିବ ଓବିସି, ଏସ୍ ଟି, ଏସ୍ ସି ଓ ସଂଖ୍ୟାଲଘୁ ମିଳିତ ମହାସଂଘ

Sunil Chandra Nayak

Leave a Comment

error: Content is protected !!