ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ

ଧର୍ମଗଡ:୭/୨/୨୩:ଆଜି ଧର୍ମଗଡ ବିଧାୟକ ଙ୍କ ଦ୍ଵାରା ସହରାଞ୍ଚଳ ରେ ନିର୍ମିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଧାୟକ ପ୍ରଥମେ ଚାରିଛକ ନିକଟ ରେ ୨ଲକ୍ଷ୮୯ ହଜାର ଟଙ୍କା ରେ ନିର୍ମିତ ଯାତ୍ରୀ ପ୍ରତୀକ୍ଷା ଲୟ କୁ ଉଦ୍ଘାଟନ କରିଥିଲେ । ପରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ସର୍ଵ ସାଧାରଣ ଙ୍କ ବ୍ୟବହାର ପାଇଁ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇ ଥିବା ଲୁ (ଟଏଲେଟ୍) କୁ ଉଦ୍ଘାଟନ କରିଥିଲେ । ସେହିପରି ଉପ ଖଣ୍ଡ ଚିକିତ୍ସାଳୟ ପରିସର ରେ ୧୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ନବୀକରଣ ହୋଇ ଥିବା ସୁଲଭ ଶୌଚାଳୟ ର ଲୋକାର୍ପଣ କରିଥିଲେ । ଏହି ସବୁ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ନାଏକ, ଧର୍ମଗଡ ଏନଏସି ଅଧକ୍ଷ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନିଷା ମିଶ୍ର, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଆଇନଜୀବୀ ଥବିର ପ୍ରସାଦ ସାହୁ, ରାଜେନ୍ଦ୍ର ମୁନି , ବିବେକ ରଂଜନ ମିଶ୍ର, ମୁନି ରାମ ମାଝୀ, ବିଧାୟକ ପ୍ରତିନିଧି ସ୍ବାଧିନ ବାଗ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଢେଙ୍କାନାଳ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ

masiha

କୁସୁମଖୁଣ୍ଟିରେ ମରୁଡି ସ୍ଥିତି, ଚାଷଜମିରେ ଗାଈଗୋରୁ ଛାଡିଲେ ଚାଷି

masiha

Leave a Comment

error: Content is protected !!