ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଆଇସିଡ଼ିଏସ ରେ ବ୍ୟାପକ ଦୁର୍ନିତି ! ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ଦାବି କଲା ଯୁବ କଂଗ୍ରେସ

୧୫ ରୁ ଆମରଣ ଅନଶନ ଧମକ 

ଧର୍ମଗଡ:୮/୩/୨୩:  ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ଗୋଲାମୁଣ୍ଡା ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ ରେ ବ୍ୟାପକ ଦୁର୍ନିତୀ ହେଉଥିବା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ତଦନ୍ତ ସହ ଦୋଷୀ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ୍ ମଙ୍ଗରାଜ ଦାବୀ କରି ଛନ୍ତି । ଏ ନେଇ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ଧର୍ମଗଡ ଉପ ଜିଲ୍ଲାପାଳ ଙ୍କୁ ପ୍ରଦାନ କରା ଯାଇଛି । 

  ଦଶ ଦଫା ଅଭିଯୋଗ ପତ୍ର ଅନୁଯାୟୀ ଗୋଲାମୁଣ୍ଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ କେନ୍ଦ୍ର ପରିଦର୍ଶନ ପାଇଁ ଉଦ୍ଦିଷ୍ଟ ଟଙ୍କା କୁ ପ୍ରକଳ୍ପ ଅଧିକାରୀ ନିଜେ ଭବାନୀପାଟଣା ରୁ ଗୋଲାମୁଣ୍ଡା ଯିବା ଆସିବା ପାଇଁ ବ୍ୟବହାର କରି ମିଥ୍ୟା ବିଲ ଭାଉଚର୍ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି । ସେହିପରି ଅଙ୍ଗନୱାଡି କେନ୍ଦ୍ର ପାଇଁ ଖେଳ ସାମଗ୍ରୀ, ପୋଷାକ ଓ ଔଷଧ କିଣା ପାଇଁ ଆସିଥିବା ଟଙ୍କା କୁ ଅଙ୍ଗନୱାଡି କର୍ମୀ ଙ୍କ ଠାରୁ ଯୋର ଜବରଦସ୍ତ ଆଣି ବେନାମୀ ସଂସ୍ଥା ର ବିଲ୍ ଭାଉଚର କରି ଆତ୍ମ ସାଥ ହୋଈ ଥିବା ଅଭିଯୋଗ ହୋଇଛି । ଖାଦ୍ୟ ର ମାନ ଓ ନିରାପତ୍ତା ଯାଞ୍ଚ ସଂସ୍ଥା,ଭୁବନେଶ୍ୱର ଦ୍ଵାରା ଯାଞ୍ଚ ହୋଈ ନିମ୍ନ ମାନ ର ଛତୁଆ ରିପୋର୍ଟ ଆସିଥିବା ସ୍ଵଂୟ ସହାୟିକା ଗୋଷ୍ଠୀ କୁ ବହିସ୍କାର କରିବା ପରିବର୍ତ୍ତେ ଅନୁକମ୍ପା ପ୍ରଦର୍ଶନ କରି ପୁଣି ଥରେ ଛତୁଆ ଯୋଗାଣ ପାଇଁ ନିଯୁକ୍ତି ଦିଆ ଯାଇଛି । ନିମ୍ନ ମାନ ର ଛତୁଆ ଯୋଗାଣ କୁ ବନ୍ଦ କରି ବିକଳ୍ପ ପୁଷ୍ଟିକର ଖାଦ୍ୟ ଯୋଗାଇବା, ତିନି ବର୍ଷ ରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ ରତ ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ଓ ଏହି କାର୍ଯ୍ୟାଳୟ ର ସମସ୍ତ ଆର୍ଥିକ କାରବାର ର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବୀ କରା ଯାଇଛି । ନଚେତ ଆସନ୍ତା ୧୫ ତାରିଖ ଠାରୁ ଆଈସିଡ଼ିଏସ କାର୍ଯ୍ୟାଳୟ ସମ୍ମୁଖ ରେ ଯୁବ କଂଗ୍ରେସ ପକ୍ଷରୁ ଆମରଣଅନଶନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି ।

 ଉପ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ସହ ଜିଲ୍ଲାପାଳ ନନ୍ଦ କିଶୋର ତାଣ୍ଡି ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦାବୀ ପତ୍ର ପ୍ରଦାନ ସମୟ ରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେଶ୍ୱର ଲହଜଲ, ଭୋଲୁ ନାଏକ, ଯୁବ କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ,ସୋନି ଶ୍ରୀବାସ୍ତବ, ବଣ୍ଟି ସୁନାନୀ, ଉମେଶ ସରାପ, ଗଜାନନ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମପୁରରେ ‘ଭରତ ଭେଟ’ ଆଲୋଚନା ଚକ୍ର: ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ଶ୍ରେଷ୍ଠ ସ୍ଥାନର ଗୌରବ

Sunil Chandra Nayak

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା

Sunil Chandra Nayak

ପୂର୍ବତନ ପ୍ରଧାନ ଶିକ୍ଷକ ସୋଭାନ ଖାନଙ୍କ ଦେହାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ 

masiha

Leave a Comment

error: Content is protected !!