ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ରାଉରକେଲା ପ୍ରତିଯୋଗୀଙ୍କ କୃତୀତ୍ବ ହାସଲ

ରାଉରକେଲା/ ମହିରା ସୁତକାନେ କରାଟେ ଆସୋସିଏସନ୍‌ର ଷଷ୍ଠତମ ଆନ୍ତର୍ଜାତୀୟ କରାଟେ ଚମ୍ପିୟାନସିପ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ସ୍ବର୍ଣ୍ଣଭାରତୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇଜାଗ ର ବିଧାୟକ ପି ଜି ଭିଆର ନାଇଡୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିବାବେଳେ ଏଥିରେ ଭାରତ ବ୍ୟତୀତ ଅନ୍ୟ ୬ ଟି ଦେଶ ଯଥା ନେପାଳ, ଭୁଟାନ,ଶ୍ରୀଲଙ୍କା, ଦକ୍ଷିଣ କୋରିଆ, ବାଙ୍ଗଲାଦେଶ ଓ ନାଇଜେରିଆ ର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ । ଓଡିଶାର ସିତୋରିଓ କରାଟେ ରାଉରକେଲା ତରଫରୁ ୭ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୋଚ ଧର୍ମେନ୍ଦ୍ର ସିଂ ଙ୍କ ଦିଗଦର୍ଶନ ଓ ଶିବପ୍ରସାଦ ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନାରାୟଣ ପ୍ରଧାନ କାତା ଓ କୁମିତ୍ବ ରେ ସ୍ବର୍ଣ୍ଣ ପଦକ, ଆୟୁଷ୍ମାନ ବେହେରା କାତା ରେ ସ୍ବର୍ଣ୍ଣ ଓ କୁମିତ୍ବ ରେ ବ୍ରୋଞ୍ଜ, ସନ୍ଦିପ ବିଶ୍ବାଳ କାତା ରେ ବ୍ରୋଞ୍ଜ ଓ କୁମିତ୍ବ ରେ ରୌପ୍ଯ, ଆଲୋକ ପ୍ରଧାନ ଉଭୟ କାତା ଓ କୁମିତ୍ବ ରେ ବ୍ରୋଞ୍ଜ, ସୁଶାନ୍ତ ବିଶ୍ବାଳ ଉଭୟ କାତା ଓ କୁମିତ୍ବ ରେ ରୌପ୍ଯ, ମହମ୍ମଦ ଅମିନ ଉଭୟ କାତା ଓ କୁମିତ୍ବ ରେ ବ୍ରୋଞ୍ଜ, ରକି ଖାଡିଆ କାତା ରେ ରୌପ୍ଯ ଓ କୁମିତ୍ବ ରେ ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ସୂଚନା ଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ପ୍ରାୟ ୧୧ଶହ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ରାଉରକେଲାର ଖେଳାଳି ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

୨୦ ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣଆମେଣ୍ଟ

Sunil Chandra Nayak

ନବରଙ୍ଗପୁର ଜ଼ିଲ୍ଲା ରେ କ୍ରୀଡା ଭିତିଭୂମି ର ବିକାଶ ପାଇଁ ଜ଼ିଲ୍ଲାପାଳ ଙ୍କ ତତ୍ପରତା

ଜଲଦା କାର୍ମେଲ ସ୍କୁଲରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!