ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଇନ୍ଦ୍ରାବତୀ ପ୍ରିମୀୟର ଲିଗ ବ୍ରହ୍ମପୁରକୁ ହରାଇ ନବରଙ୍ଗପୁର କ୍ବାଟରରେ

 ଜୟପାଟଣା:୧୩/୦୨ // ଦିର୍ଘଦିନ ବ୍ୟବଧାନ ପରେ ପ୍ରାୟତଃ ଲୋପ ପାଇଯାଇଥିବା ଡ୍ୟୁଜବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୂଖିଗୁଡ଼ା ଠାରେ ଆୟୋଜନ ହୋଇଛି ।। ଏହି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର, ବ୍ରହ୍ମପୁର, ନବରଙ୍ଗପୁର ,ବଲାଙ୍ଗୀର ,ରାୟଗଡା, କଳାହାଣ୍ଡି, କୋରାପୁଟ,ଜିଲ୍ଲାର ଆଠଟି ଟିମ ଭାଗ ନେଇଛନ୍ତି । ଆଜି ଦ୍ଵିତୀୟ ଦିବସ ଖେଳରେ ବ୍ରହ୍ମପୁର ଏବଂ ନବରଙ୍ଗପୁର ମଧ୍ୟରେ ଖେଳ ହୋଇଥିଲା । ଏଥିରେ ଟସ ଜିଣି ନବରଙ୍ଗପୁର ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୫୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବ୍ରହ୍ମପୁର ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୪୦ ରନ କରିବାରେ ସାମର୍ଥ୍ୟ ହୋଇଥିଲା । ଆଜି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଥାବିର ବାଗ ଏବଂ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ମହାଲିକ,କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିଅନର ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ସମିତି ସଭ୍ୟ ରବି ହରିଜନ,ସମାଜ ସେବୀ ଚତୁର ସୁନା ତଥା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ କମିଟିର ସଭାପତି ବିକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।ଟୁର୍ଣ୍ଣାମେଣ୍ଟର ୱିନର କ୍ରିକେଟ୍ ଟିମ ପାଇଁ 50,000 ଟଙ୍କା ରନର୍ସ କ୍ରିକେଟ୍ ଟିମ ପାଇଁ 30,000 ଟଙ୍କା ଅର୍ଥରାଶି ରହିଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ମହିଳା କବାଡି ପ୍ରତିଯୋଗିତାରୁ ଆରମ୍ଭ ହେଲା ଚଇତି କ୍ରୀଡା ମହୋତ୍ସବ

Sunil Chandra Nayak

ଅଲ ଇଣ୍ଡିଆ INTAR ବିଶ୍ୱବିଦ୍ୟାଳୟ କିକ୍ ବକ୍ସିଂ ରେ ମିସ୍ ରୋଶନି ବେଗମ୍ ଙ୍କ ବ୍ରୋଞ୍ଜ୍  ପଦକ ହାସିଲ

Sunil Chandra Nayak

ଛତିଶ ଗଡ଼ ଠାରେ ଶକ୍ତି ଉତ୍ତଳନ ପ୍ରତିଯୋଗିତା ରେ ରାୟଗଡ଼ା କୁ ୯ ପଦକ 

masiha

Leave a Comment

error: Content is protected !!