ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବାଦାମପାହାଡ ଯୁବକ ସଂଘ ତରଫରୁ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା

ମୟୂରଭଞ୍ଜ -୨୩/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ୍ ଅନ୍ତର୍ଗତ ବାଦାମପାହାଡର ଶିବ ମନ୍ଦିର ଯୁବକ ସଂଘ ଆନୁକୂଲ୍ୟରେ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ସହିତ ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୟସ୍କ ମାନଙ୍କର ମାରାଥନ ରେସ୍ କରାଯାଇଥିଲା, ଏହା ସହିତ  ବାଳକ ମାନଙ୍କ ୮୦୦ ମିଟର ଦୌଡ, ବାଳିକା ମାନଙ୍କର ୪୦୦ମିଟର ଦୌଡ, ସ୍କିପିଂ ଖେଳ, ବୃଦ୍ଧ ମାନଙ୍କ ୧୦୦ ମିଟର ଦୌଡ, ବୃଦ୍ଧା ୧୦୦ମିଟର ଦୌଡ,   ଶିଶୁ ବାଳକ ମାନଙ୍କ ବେଙ୍ଗ ଡିଆଁ, ବିସ୍କୁଟ ଖିଆ, ଶିଶୁ ବାଳିକା ମାନଙ୍କର ମ୍ୟୁଜିକ୍ ଚେୟାର , ପୁଚି ଖେଳ, ବିଭାହିତ ମହିଳା ମାନଙ୍କ ବଲ୍ ଫିଙ୍ଗା, ହାଣ୍ଡି ଫଟା, ଏବଂ ହୀର  ପିଲା ମାନଙ୍କ ଟାୟାର ଖେଳ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ    ନୃତ୍ୟ ପ୍ରତିଯୋଗିତା ରେ ବୁଢିଗାଳି ଓ ବାହା ନାଚ ପରିବେଷଣ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ପରିଚାଳନା ର ନେତୃତ୍ୱ ନେଇଥିଲେ ବାଦାମପାହାଡ ଶିବ ମନ୍ଦିର ଯୁବକ ସଂଘର ଅଭିଷେକ ସାହୁ, ଦିଲ୍ ବାହାଦୁର, ବାବୁଲୁୁ , ପ୍ରଦୀପ, ରାଜୁ ଗୁପ୍ତା, ପଙ୍କଜ ଚକ୍ରବର୍ତ୍ତୀ, ସୋନୁ ସାହୁ, ଜୋନୀ , ଅମିତ୍ ଦାସ୍, ସତ୍ୟଜିତ ସାହୁ, ରାଜ୍ ଗାଙ୍ଗୁଲୀ , ମେହମୁଦ୍ ଭାଇ, ବିକି ସମସ୍ତ ସଦସ୍ୟ। କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବାଦାମପାହାଡ ଥାନା ଅଧିକାରୀଣି ଅମ୍ବିକା ପ୍ରସାଦ ଦାସ,ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଚକ୍ରଧର ହେମ୍ବ୍ରମ, ୧୦ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ପୁତୁଲ୍ ହାଇଵୁରୁୁ , କୁସୁମି ବ୍ଲକ ବିଜେଡି ସଭାପତି ସୁଲୋଚନା ହେମ୍ବ୍ରମ, ମହିଳା ସଭାପତି ସୁକୁମତି ଟୁଡୁ , ଧାଙ୍ଗୁଡିମୁତା ସମିତି ସଭ୍ୟା ଗୌରି ବାସ୍କେ, ଚୁଆପାଣି ସମିତି ସଭ୍ୟା ବାସନ୍ତୀ ମୁର୍ମୁ, ସମିତି ସଭ୍ୟ ସୁଦର୍ଶନ ହେମ୍ବ୍ରମ ଯୋଗଦେଇଥିଲେ। ହଜାର ଗାଁ ଗଣ୍ଡାରୁ ଆସିଥିବା ଲୋକେ ଖେଳ ଓ ନୃତ୍ୟୟ ମଜା ନେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଜପୁର ସ୍କୁଲରେ ରାଣୀଲଷ୍ମୀବାଇ ପ୍ରଶିକ୍ଷଣ ଶିବିର

masiha

ଜେନିଥ ଲାୟଂଶ ଗୁରୁକୁଳ ର ୧୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ 

masiha

ଆନ୍ତଃ ଜିଲ୍ଲା ଏକଦିବସୀୟ ବିଦ୍ୟାଳୟ କ୍ରିକେଟ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଚୟନ

masiha

Leave a Comment

error: Content is protected !!