ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରିୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

ଚନ୍ଦାହାଣ୍ଡି-27/2(ମ ନି ସ )-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପରିସରରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି l ଶିବିର କୁ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ l ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝିଙ୍କ ନେତୃତ୍ୱରେ ଜିଲ୍ଲା ନିଯୁକ୍ତି ଅଧିକାରୀ ଆନନ୍ଦ ପଲାଇ, ଚନ୍ଦାହାଣ୍ଡି ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ରଞ୍ଜନ କୁମାର ପରିଡା, ତପସ୍ୱିନୀ ଦାଶ ,ଏକ୍ସନ ଏଡ଼ସ ର ଜିଲ୍ଲା ସଂଯୋଜକ ଫକୀର ଚରଣ ରାଉତ , ସିଡ଼ିପିଓ ସୌରେନ୍ଦ୍ରୀ ମହାନନ୍ଦ,ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ବର୍ଷାରାଣୀ ପଟେଲ, ମୋହରା ସରପଞ୍ଚ ଜଳନ୍ଦର ମାଝି ପ୍ରମୁଖ ମଞ୍ଚାସିନ ରହିଥିଲେ l ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝିଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଉପସ୍ଥିତ ରହିଥିବା ଛାତ୍ରୀ ମାନଙ୍କୁ ବୈଷୟିକ ତାଲିମ ଏବଂ ଏହାର ବିଭିନ୍ନ ନିଯୁକ୍ତି ର ସୁଯୋଗ ବାବଦରେ ଆଲୋଚନା କରାଯିବା ସହ ଝିଅ ମାନଂକୁ ବାଲ୍ୟ ବିବାହ ବନ୍ଦ କରାଯାଇ ଏମାନଂକୁ ବିଭିନ୍ନ ବୈଷୟିକ ଶିକ୍ଷା ଦେଇ ଆତ୍ମ ନିର୍ଭର ଶିଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ଶିବିରରେ ସର୍ବମୋଟ 143 ଜଣ ଛାତ୍ରୀ ବିଭିନ୍ନ ଟ୍ରେଡ଼ରେ ବୈଷୟିକ ଶିକ୍ଷା ନେବା ପାଇଁ କାଉନସେଲିଙ୍ଗ କରିଥିବା ନେଇ ବିଡ଼ିଓ ଧର୍ମରାଜ ମାଝି ସୂଚନା ଦେଇଥିଲେ l କାଉନସେଲିଙ୍ଗ ପଞ୍ଜିକରଣ ରେ ବ୍ଲକର ସମସ୍ତ କର୍ମଚାରୀ,ଏନଆରଇଜିଏସ ଅଧିକାରୀ ଏବଂ ରୋଜଗାର ସହାୟକ ମାନେ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଚନ୍ଦାହାଣ୍ଡି ଶିଳ୍ପ ତାଲିମ କେନ୍ଦ୍ର ର ବୈଷୟିକ ଅଧିକାରୀ ମାନଗୋବିନ୍ଦ ବାଘ, ଭୀମସେନ ଲଙ୍ଗୁରି, ଦେବଜ୍ୟୋତି ନାୟକ, ଅଙ୍ଗନୱାଡି ପରିଦର୍ଶିକା ନନ୍ଦୀନୀ ଶତପଥି, ଫୁଲସରା ଭତ୍ରା,ବିଦ୍ୟାଳୟ ମାନଙ୍କ ର ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ଅଙ୍ଗନୱାଡି କର୍ମୀ ଏବଂ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ ସଚେତନତା କର୍ମଶାଳା

masiha

ମୁଖ୍ୟ ରାସ୍ତା ରେ ଅବାଧରେ ବୁଲୁଥିବା ଗାଈଗୋରୁ ଙ୍କୁ ଅଟକ ରଖିଲା ଧର୍ମଗଡ ଏନଏସି

Sunil Chandra Nayak

ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ସମିତି ର ପ୍ରଥମ ସାଧାରଣ ବୈଠକ 

Leave a Comment

error: Content is protected !!