ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଡ୍ରାଇଭର ସଙ୍ଘ ପକ୍ଷରୁ ୧୦ ଦଫା ଦାବି କୁ ନେଇ କନ୍ଧମାଳ ରେ ଆନ୍ଦୋଳନ

ଓଡ଼ିଶା ଡ୍ରାଇଭର ମହାସଂଘ ଆହ୍ୱାନ କ୍ରମେ ୧୦ ଦଫା ଦାବି ପୂରଣ କୁ ନେଇ ଡ୍ରାଇଭର ସଙ୍ଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟେରିଂଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି। ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଏବଂ ସମସ୍ତ ବ୍ଲକରେ ଦେଖିବା କୁ ମିଳିଛି। ଫୁଲବାଣୀ ଠାରେ ଫୁଲବାଣୀ ବ୍ଲକ ସଭାପତି ଜ୍ୟୋତିରଞ୍ଜନ ବିଶ୍ୱାଳ ଙ୍କର ନେତୃତ୍ୱରେ ଫୁଲବାଣୀ ଏଫ ସି ଆଇ ଛକ ଓ ରୁଜାଙ୍ଗି ଠାରେ ସମସ୍ତ ଡ୍ରାଇଭର ଧାରଣା ଦେଇଥିବା ବେଳେ ବାଲିଗୁଡା ଠାରେ ସଭାପତି ଦୁଃଶାସନ ଦିଗାଲ ଙ୍କର ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା। ସେହିପରି ଟିକାବାଲି ବ୍ଲକ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଛି। ଡ୍ରାଇଭର ମାନଙ୍କର ୧୦ ଗୋଟି ମୁଖ୍ୟ ଦାବୀ ଗୁଡ଼ିକ ମଧ୍ୟରେ ରହିଛି ଡ୍ରାଇଭର ମାନଙ୍କୁ କୋରନା ଯୋଦ୍ଧା ର ମାନ୍ୟତା ପ୍ରଦାନ, ଡ୍ରାଇଭର ମାନଙ୍କୁ ୫ ହଜାର ଟଙ୍କା ପେନସନ ପ୍ରଦାନ, ଦୁର୍ଘଟଣା ରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କୁ ୨୦ ଲକ୍ଷ ଟଙ୍କା ବିମାରାଶି ପ୍ରଦାନ, ଦୁର୍ଘଟଣା ରେ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ବିମାରାଶି ପ୍ରଦାନ, ଦୁର୍ଘଟଣା ଜନିତ ବିମାରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଏଭଳି ଦାବୀ ୧୦ ଗୋଟି ଦାବୀ ରହିଛି। ଆନ୍ଦୋଳନ କାରୀ ମାନେ ଦାବି ପୂରଣ ନିମନ୍ତେ ସ୍ଲୋଗାନ ଦେଇ ଜାତୀୟ ପଥ ଓ ରାଜ ପଥ ଉପରେ ଆନ୍ଦୋଳନ କୁ ଜୋର ଦାର କରିଥିଲେ। ଡ୍ରାଇଭର ମାନଙ୍କ ଆନ୍ଦୋଳନ ଫଳରେ ଯାତ୍ରୀ ମାନଙ୍କର ଯାତାୟତ ରେ ବାଧା ସୃଷ୍ଟି ହୋଇଥିଲା। ଏହି ସମୟରେ ଆମ୍ବୁଲାନ୍ସ,ଅଗ୍ନିଶମ ବିଭାଗ ଗାଡି, ସ୍କୁଲ କଲେଜ କିଛି ସରକାରୀ କର୍ମଚାରୀ ନିଜେ ଚଳାଉଥିବା ଗାଡି ବ୍ୟତୀତ ସମସ୍ତ ଯାନ ବାହାନ ବନ୍ଦ ରହିଥିବା ଦେଖିବା କୁ ମିଳିଥିଲା। ଯେତେଦିନ ପର୍ଯ୍ୟନ୍ତ ସରକାର ଡ୍ରାଇଭର ମାନଙ୍କର ନାର୍ଯ୍ୟ ଦାବୀ ପୂରଣ ନକରି ଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ କୁ ଜାରି ରଖିବେ ବୋଲି କହିବା ଆବଶ୍ୟକ ହେଲେ ରାସ୍ତା ଉପରେ ରୋଷେଇ କରି ଖାଇ ଆନ୍ଦୋଳନ ଜାରି ରଖିବେ ବୋଲି ଆନ୍ଦୋଳନ କାରୀ ମାନେ ଗଣମାଧ୍ୟମ କୁ କହିଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ବକୃତା ପ୍ରତିଗୋଗିତା ରେ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କଲେ ଶୁଭଦର୍ଶୀ ବେରୁକ୍ 

Sunil Chandra Nayak

ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଶଙ୍ଖ କ୍ଷେତ୍ର ଆୱାର୍ଡ଼ ରେ ସମ୍ମାନିତ ହେଲେ ଥୁଆମୁଳ ରାମପୁର ବ୍ଲକର କଳାକାର ଲମ୍ବୋଦର ନାଏକ 

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଜବ ବ୍ୟବସ୍ଥା,  ଛାତ୍ରର ପିତାମାତାଙ୍କୁ ପ୍ରିନ୍ସପାଲ ଙ୍କ କଡା ନିର୍ଦ୍ଦେଶ ଛାତ୍ରକୁ ପାଠ ପଡ଼ିବା ପାଇଁ ଆଜି ହିଁ ସୁଚନା ଆଜି ହିଁ ନାମ ପଞ୍ଜିକରଣ ନଚେତ ନାହିଁ

Sunil Chandra Nayak

Leave a Comment

error: Content is protected !!