ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାଣି ମାଗି ପିଇବା ପରେ ଜଙ୍ଗଲ କାଟିବା କୁ ବିରୋଧ କରି ଗୁଳି କରି ଯୁବକକୁ ହତ୍ୟା ,ରାଇଘର ଅଂଚଳ ରେ ପୁଣି ମାଓ ହିଂସା 

 ରାଇଘର ୧୮/୩ ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳ ରେ ଗୋଟିଏ ପରେ ଗୋଟିଏ ମାଓ ହିଂସା ବଢ଼ିବାରେ ଲାଗିଛି | ଗତ ମାସ ୨୩ ତାରିଖ ରେ ମାଓବାଦୀ ହାତୀଗାଁ ପଞ୍ଚାୟତ ର ଖାଲେପରା ଗ୍ରାମର ଚନ୍ଦନ ମଲ୍ଲିକ ଙ୍କୁ ଘରୁ ଡ଼ାକିନେଇ ହତ୍ୟା କରିବା ସହିତ ଏହାର ଦଶ ଦିନ ପୂର୍ବରୁ ଛତିଶଗଡ ସୀମାନ୍ତ ଚାମେନ୍ଦା ଗ୍ରାମର ନାରଦ ମାର୍କାମ ଙ୍କୁ ହତ୍ୟା କରିଥିଲେ |

    ପ୍ରକାଶ ଥାଉ କି ଯେ କିଛି ଦିନ ବ୍ୟବଧାନ ପରେ ଶୁକ୍ରବାର ରାତି ରାଇଘର ଥାନା ଅନ୍ତର୍ଗତ ନାକଟିସିମଡା ପଂଚାୟତ ଲକ୍ଷଣ ପୁର ଗ୍ରାମର ନାରାୟଣ ନାଗେଶ (୩୮)ଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି | ନାରାୟଣ ଙ୍କ ସ୍ତ୍ରୀ କହିବା ଅନୁଯାୟୀ ଶୁକ୍ରବାର ରାତି ୯ ଟା ସମୟରେ ଖାଇସାରି ଘର ଅଗଣା ରେ ପୁଅ ଝିଅ ନାରାୟଣ ଓ ତାଙ୍କ ସ୍ତ୍ରୀ ବସିଥିଲେ ସେହି ସମୟରେ ତିନି ମାଓବାଦୀ ଗ୍ରାମର କେତେ ଲୋକଙ୍କୁ ଡକାଇ ନାରାୟଣ ଙ୍କ ପାଖରେ ରହି ନାରାୟଣ ଙ୍କ ସ୍ତ୍ରୀ ଙ୍କୁ ଦିଦି ବୋଲି ଡାକି ପାଣି ପିଇ ବାକୁ ମାଗିଥିଲେ, ପାଣି ପିଇ ସାରିବା ପରେ ନାରାୟଣ ଙ୍କୁ ଗୋଟିଏ ଗୁଳି ମାରିବା ପରେ ସେଠାରୁ ସମସ୍ତେ ଦୌଡ଼ି ଚାଲି ଯାଇଥିଲେ ଆଉ ଗୋଟିଏ ଗୁଳି କରି ନାରାୟଣ ତଳେ ପଡ଼ିଯିବା ପରେ ଶବ ଚାରିପଟେ ପୋଷ୍ଟର ଫିଙ୍ଗି ପଳାଇଥିଲେ | ପୋଷ୍ଟର ଗୁଡିକ ରେ ଉଲେଖ ଅଛି ଯେ ନାରାୟଣ ନାଗେଶ ଜଙ୍ଗଲ କାଟି ଗ୍ରାମ ବସାଉ ଥିବାରୁ ଜଙ୍ଗଲ ନ କାଟିବାକୁ ଚେତାବନୀ ଦିଆଯାଇ ଥିଲା ହେଲେ ସେ ଏହାକୁ ଅବମାନନା କରିଥିବା ସହ ଜଙ୍ଗଲ ସବୁ ପଦା କରୁ ଥିବାରୁ ସେହି ଅଭିଯୋଗ ରେ ହତ୍ୟା କରାଗଲା। ନାରାୟଣ ଙ୍କ ଦୁଇ ଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ୨୦୦୯ ମସିହାରେ ନାରାୟଣ ଙ୍କ ବାପା ଲକ୍ଷ୍ମଣ ନଗେଶ କୁ ହତୀଙ୍ଗା ଜଙ୍ଗଲ ଠାରେ ହତ୍ୟା କରିଥିଲେ। ମୈନପୁର -ନୂଆପଡା ଡିଭିଜନାଲ ମାଓ ବାଦୀ କମିଟି ପକ୍ଷରୁ ଏହି ହତ୍ୟା କରାଯାଇଛି ବୋଲି ପୋଷ୍ଟର ରେ ଉଲେଖ କରିବା ସହ ଜଙ୍ଗଲ କୁ ସଫା କରୁଥିବା କିଛି ଜଣ ଙ୍କ ନାମ ମଧ୍ଯ ଉଲ୍ଲେଖ ରହିଛି ନାକଟି ସୀମିଡ଼ା ର ନରସିଂହ ନାଗେଶ, ପାଲକୁ ରାମ୍ ନାଗେସ, ବୁଧୁରାମ୍ ନଗେଶ୍, ସୁକୁଡୁ ଗୌଡ଼, ଆଶାରାମ ଗୌଡ, ରାମ୍ ଗୌଡ଼,କୁସୁମ ପୂର ଗ୍ରାମ ର ସନ୍ତୁ ରାମ୍ ଗୌଡ଼ ଓ ସତ୍ୟ ଗୌଡ଼ କୁ ଜଙ୍ଗଲ ଜମି ଛାଡି ବାକୁ ଚେତାବନୀ ଦେବା ସହ ଜଂଗଲ ମଧ୍ୟରେ ବସି ଥିବା ନୁଆଁ ବସ୍ତି କୁ ଛାଡିବା ପାଇଁ ଉଲେଖ ହୋଇଛି ଏହା ସହ ବଙ୍ଗୀୟ ଓ ବିହାରୀ ଆଦିବାସୀ ଙ୍କ ଜମି କୁ ଅକ୍ତିଆର କରିବା ସହ ଜବର ଦଖଲ କରି ରଖିଛନ୍ତି ତାକୁ ବନ୍ଦ କରିବାକୁ ମଧ୍ୟ ଉକ୍ତ ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରି ଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

masiha

ଲାଉଗୁଡା ନିକଟରେ ଅଜଣା ଯୁବକଙ୍କ ଝୁଲନ୍ତା ସବ ଜବତ କଲା ପୋଲିସ

masiha

ବିଲ ମଝିରେ ପଡିଛି ମହିଳାଙ୍କ ମୃତ ଦେହ

Sunil Chandra Nayak

Leave a Comment

error: Content is protected !!