ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ନଳିନୀ ପ୍ରଭା ମିଶ୍ର ଙ୍କ ପ୍ରବନ୍ଧ = ଆନ୍ତର୍ଜାତିକ କବିତା ଦିବସ 

  ଆନ୍ତର୍ଜାତିକ କବିତା ଦିବସ 

                                  ନଳିନୀ ପ୍ରଭା ମିଶ୍ର 

Poetry is the spontaneous overflow Of powerful feelings: it takes its sign from emotion recollected in tranquility.

   କବିତା ହେଉଛି ମହାନ୍ ଅନୁଭୂତିର ସ୍ଵତଃସ୍ପୃର୍ତ୍ତ ଉଚ୍ଛ୍ୱାସ,ଏହା ବିଜନତା ଭିତରେ ଆବେଗିତାର ସ୍ମୃତି ଶକ୍ତି ଠାରୁ ନିଜର ସ୍ଵାକ୍ଷର ବହନ କରିଥାଏ।କବିତା ହେଉଛି ମନର ଆବେଗ।ଏହା କବିର ମାନସ କନ୍ୟା ,ନିଜର ସୃଜନୀ ଶକ୍ତି ର ପରାକାଷ୍ଠା ନେଇ ସେ ରଚନା କରି ଚାଲେ ରାଶି ରାଶି କବିତା। ବିଜେତା ହିଁ କବିତା ରଚନା କରିବା ପାଇଁ ତାକୁ ଖୋରାକ ଯୋଗାଏ, ଅନଃସଲିଳା ସ୍ରୋତ ର ଭାବନା ତାକୁ ସମ୍ମୋହିତ କରେ, ଅଜସ୍ର ଭାବାବେଗରେ,ସେ ଅବାରିତ ସ୍ରୋତ କୁ କେହି ରୋକି ପାରେ ନାହିଁ।

ସୃଜନୀ ଶକ୍ତି ବିନା କବିତା ରଚନା ଅସମ୍ଭବ। ସାହିତ୍ୟ ର ସମସ୍ତ ବିଭାଗ କବିତା ହିଁ ଭାବ ପ୍ରବଣତା ସୃଷ୍ଟି କରିପାରେ।ନିଜର ଅନୁଭବ ଅଭିବ୍ୟକ୍ତି କୁ ପ୍ରକାଶ କରିବା ଦିଗରେ କବିତା ହିଁ ଏକ ମାଧ୍ୟମ।

କବିତା ଆଣେ ସୃଷ୍ଟି କରିପାରେ ବିପ୍ଳବ, କବିତା ଆଣେ ଜାଗରଣ ପ୍ରେମର ସରହଦୀ ଭିତରେ ଆଣିଥାଏ ଶିହରଣ,ନିଃସଙ୍ଗତା ଭିତରେ ଆଣିଦିଏ ଏକାନ୍ତ ଅନୁଭବ ର ନିଛକ ସୃଷ୍ଟି। କବିତା ହେଉଛି ବେଦର ପ୍ରଥମ ଅକ୍ଷର, ଓଁକାର ର ଧ୍ବନି , କାବ୍ୟ, କବିତା, ରାମାୟଣ, ମହାଭାରତ ସ୍ବର ସବୁ ସେହି କବିତା ମାଧ୍ୟମରେ ରଚନା କରାଯାଇଥାଏ।

  କବିତା ଭିତରେ ଶିଶୁ ଙ୍କ ମନ ଲାଖି ଶିଶୁ କବିତା, କୈଶୋର ସ୍ତରର କବିତା ଏଭଳି ବିଭିନ୍ନ କବିତା ମାନ  ରଚନା କରାଯାଇଥାଏ। ପିଲାଙ୍କ ପାଠ୍ୟ କର୍ମ କୁ ନେଇ ପ୍ରେରଣାତ୍ମକ, ଉଦବୋଧନ ମୂଳକ କବିତା ରଚନା କରାଯାଇଥାଏ। ଶୁଭ ପରିଣୟ, ବ୍ରତ ନିମନ୍ତେ ମାଙ୍ଗଳିକ କବିତା ଲେଖାଯାଏ। କହିବାକୁ ଗଲେ କବିତା ହେଉଛି  କବିର ଜୀବନ ,ଗୋଟିକୁ ଛାଡି ଅନ୍ୟଟି ର ସ୍ଥିତି ଅସମ୍ଭବ।ଉଭୟେ ଉଭୟଙ୍କର ପରିପୂରକ।

  ଆଜି ସମଗ୍ର ବିଶ୍ବ ପାଳନ କରୁଛି କବିତା ଦିବସ।ବିଶ୍ବ ସାରା ପଠନ, ଲିଖନ, ପ୍ରୋତ୍ସାହନ ଏସବୁ ଆଖି ଆଗରେ ରଖି ସାଂସ୍କୃତିକ ସଂଗଠନ ପକ୍ଷରୁ ୧୯୯୯ ମସିହା ଠାରୁ ଏହି ଦିବସ ପାଳିତ ହୋଇ ଆସୁଅଛି। ବିବିଧତା ମଧ୍ୟରେ ଏକତା, ପ୍ରାଚୀନ କବିତା ଗୁଡ଼ିକ ର ପୁନରୁଦ୍ଧାର, କବିମାନଙ୍କୁ ସମ୍ମାନିତ କରିବା, ପ୍ରାଚୀନ କବିତା ସହିତ ଆଧୁନିକ କବିତା ଗୁଡ଼ିକ ର ଆବୃତ୍ତି ସହିତ କବିତା ରଚନା ଦିଗରେ କବି ମାନଙ୍କୁ ଉତ୍ସାହିତ କରିବା ହେଉଛି ଆଜିର ଦିବସ ପାଳନର ମୂଳ ଲକ୍ଷ୍ୟ।

“ବିନାଶ୍ରୟେ ନ ବର୍ତ୍ତନ୍ତେ କବିତା ବନିତା ଲତା”

କେବଳ କବିତା ରଚନା କରି କାଗଜ ଦେହରେ ଆବଦ୍ଧ ନରଖି ପ୍ରକାଶନ ପାଇଁ ଉଚିତ ସ୍ଥାନଟିଏ ଆବଶ୍ୟକ।

  ” ସାହିତ୍ୟ ଦୀପ ରେ ଜାଳଇ
   ଆଲୋକ ନିଜ ସ୍ଵାର୍ଥ ଦେଇ ବଳି
   କବି ଓ କବିତା ପରିପୂରକ ରେ
    ଅଟନ୍ତି ପ୍ରଭାବଶାଳୀ।”

        ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଆଜିର ଦିବସର ଅନୁଚିନ୍ତା: ଏପ୍ରିଲ୍ ୨୭ ତାରିଖ : ଜ୍ଞାନ,ସୃଜନ ଓ ସଚେତନତାର ଅନ୍ତର୍ନିହିତ ବିକାଶ

Sunil Chandra Nayak

ପ୍ରଯୁକ୍ତିବିଦ୍ୟା : ସଂଯୋଗର ସେତୁ ନା ସମ୍ପର୍କର ପ୍ରାଚୀର ?

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ମାର୍ଚ୍ଚ ୨୮ ତାରିଖ : ସମୟର ଏକ ସ୍ଵର୍ଣ୍ଣିମ ପୃଷ୍ଠା

Sunil Chandra Nayak

Leave a Comment

error: Content is protected !!