ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନଏସି ୱାର୍ଡ ଅଫିସର ଚୟନରେ ଅନିୟମିତତା ଅଭିଯୋଗ

ଜୁନାଗଡ଼,୨୩/୩(ମ ନି ସ) ଜୁନାଗଡ଼ ଏନଏସି ର ବିଭିନ୍ନ ୱାର୍ଡ ପାଇଁ ୱାର୍ଡ ଅଫିସର ଚୟନରେ ଅନିୟମିତତା ହୋଇଥିବା ନେଇ ଏସଏଚଜି ମହିଳାମାନେ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।ପ୍ରକାଶ ଯେ ଜୁନାଗଡ଼ ଏନଏସି ର ୧୨ ଗୋଟି ୱାର୍ଡ ପାଇଁ ୱାର୍ଡ ଅଫିସ ଦାୟିତ୍ୱ ନେବା ପାଇଁ ସେହି ୱାର୍ଡରେ ଥିବା ଏସଏଚଜି ଗ୍ରୁପ ମାନଙ୍କୁ ଆବେଦନ ପାଇଁ ବିଜ୍ଞପ୍ତି ହୋଇଥିଲା।ଏଥିନେଇ ଏସଏଚଜି ଗ୍ରୁପ ସବୁ ୱାର୍ଡ ପାଇଁ ଆବେଦନ କରିଥିଲେ। ହେଲେ ଏହିସବୁ ଗ୍ରୁପ ଚୟନରେ ଅନିୟମିତତା ହୋଇଥିବା ନେଇ ଗ୍ରୁପ ସଦସ୍ୟା ମାନେ ଏକ ଲିଖିତ ଅଭିଯୋଗ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରେ କରିଛନ୍ତି।ସେମାନେ ଦର୍ଶାଇଛନ୍ତି ଯେ ଏହି ଚୟନରେ ଚଂଚକତା କରାଯାଇଛି।ଏଣୁ ଏହାର ନିରପେକ୍ଷତା ଦାବୀ କରିଛନ୍ତି।ଅନ୍ୟ ପକ୍ଷରେ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚୀ ନାହିଁ ଏବଂ ଏହାର କୌଣସି ପ୍ରକାର ଅନିୟମିତତା ହୋଇନାହିଁ ସରକାରୀ ଗାଇଡ଼ଲାଇନ ହିସାବରେ ଚୟନ କମିଟି ସମ୍ପାଦିତ କରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବିସମ୍ବର ମିଶ୍ର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।ଏଥିରେ ଜୁନାଗଡ଼ ସଚେତନ ସଂଗ୍ରାମ ସମିତିର ପୂର୍ବତନ ବ୍ଲକ ଅଧକ୍ଷ ରଶ୍ମିରଞ୍ଜନ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ମହିଳା ସଂଘର ସଦସ୍ୟା ମାନେ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସାମ୍ବିଧାନିକ ଓ ମାନବିକ ଅଧିକାର ପ୍ରାପ୍ତି ନିମନ୍ତେ ଓଡ଼ପଡ଼ା ବ୍ଲକ୍ ଠାରୁ ହିନ୍ଦୋଳ ବ୍ଲକ୍ ଯାଏଁ ବାଇକ୍ ରାଲି ଓ ଜନ ସମାବେଶ ଅନୁଷ୍ଠିତ

Sunil Chandra Nayak

ଶିଶୁ ମୃତ୍ୟୁ ଘଟଣା କୁ ନେଇ କେଣ୍ଡେଲ ସଭାଯାତ୍ରା

masiha

ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜୁ ଜନତା ଦଳ

Sunil Chandra Nayak

Leave a Comment

error: Content is protected !!