ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଟର ଚୋରି ଅଭିଯୋଗ ରେ ଯୁବକ ଗିରଫ

 ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମରେ ଏକ ମଟର ଚୋରି ହୋଇ ଥିବା ନେଇ ଗ୍ରାମର ସୋମ ବାରୁ ହଂସ ୫୫ ଚିଲିଗୁଡା ଫାଣ୍ଡିରେ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତି କରି ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଖୋଜା ଖୋଜି କରିବାରେ ଚୋରି ହୋଇଥିବା ମଟର କୁ ଜବତ କରି ଫାଣ୍ଡିକୁ ଆଣିଥିଲେ । ମଟର ଚୋରି କରିଥିବା ମୁଣ୍ଡରା ଗୁଡା ଗ୍ରାମର ପିତାମ୍ବର ଚଳାନ ବୋଲି ଜାଣିଲା ପରେ ଜୁନାଗଡ଼ ଥାନା ଅଧିକାରୀ ସତ୍ୟା ନନ୍ଦ ପାତ୍ର ଙ୍କ ନିର୍ଦେଶ କ୍ରମେ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଅଭିଯୁକ୍ତକୁ ଖୋଜିଥିଲେ । ଅଭିଯୁକ୍ତ କାରୀ କଲମପୁର ରେ ବୁଲୁଥିବା ଜାଣି କଲମପୁର ଥାନା ସହିତ ଯୋଗାଯୋଗ କରିଥିଲେ । କଲମପୁର ପୋଲିସ ଙ୍କ ସହାୟତାରେ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ପହଞ୍ଚି ଅଭିଯୁକ୍ତ ପିତାମ୍ବର ଚଳାନ କୁ ଗିରଫ କରି ଚିଲିଗୁଡା ଫାଣ୍ଡିକୁ ଆଣିଥିଲେ ।ଏଥିରେ ଚିଲିଗୁଡା ଫାଣ୍ଡି କନେଷ୍ଟବଳ ପୀତବାସ ଶବର ,ଆଇଆରବି କନେଷ୍ଟବଳ ସଚିନ ଧରୁଆ ,କ୍ଷୀର ସିନ୍ଧୁ ମେହେର ଙ୍କ ନେତୃତ୍ୱରେ ଗିରଫ କରାଯାଇ ଜୁନାଗଡ଼ ଥାନା କେଶ ନ ୧୩୨/୨୩ ଦଫା ୩୭୯ ରେ ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ପ୍ରକାଶ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

Big Achievement by GUNPUR police

masiha

ସାମ୍ୱାଦିକ ରବିନ୍ ଦାସ ପ୍ରତି ପୋଲିସର ଦୁଃବ୍ୟବହାର: ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା 

Sunil Chandra Nayak

ପିଡୀତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଣି କଲେ ମାନ୍ୟବର ଜୁନାଗଡ଼ କୋର୍ଟ ବିଚାରପତି

masiha

Leave a Comment

error: Content is protected !!