ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ।।ଉତ୍କଳ ଦିବସ।।

।।ଉତ୍କଳ ଦିବସ।।

ଉତ୍କଳ ଦିବସପାଇଁ ସଜବାଜ
ସମଗ୍ର ଓଡିଶା ବାସୀ,
ମଧୁବାବୁଙ୍କର ସ୍ୱତନ୍ତ୍ର ପ୍ରଚେଷ୍ଟା
ଆଖିଆଗେ ଯାଏ ଭାସି।।(୧)।।
ଓଡ଼ିଶାର ସବୁ ରାଜା-ମହାରାଜା
ଗୋପବନ୍ଧୁ ଆଉ ଯେତେ,
ସାମିଲ ହୋଇଲେ ଫକୀର ମୋହନ
ରଚିଗଲେ କୀର୍ତ୍ତି କେତେ।।(୨)।।
ଅକ୍ଲାନ୍ତ ଉଦ୍ୟମ ବିଫଳ ହୁଏନା
ଦେଖାଇଲେ ନେତାଗଣ,
ସ୍ୱାର୍ଥ ବଳିଦେଇ କାନ୍ଧେ କାନ୍ଧ ଦେଇ
ହେଲା ଉତ୍କଳ ଗଠନ।।(୩)।।
ଓଡ଼ିଆ ଭାଷାର ମହିମାକୁ ଜାଣି
ଭାଷା ଭିତ୍ତିକ ଏ ରାଜ୍ୟ,
ଶ୍ରେଷ୍ଠ ବୋଲାଇଲା ସମଗ୍ର ଦେଶରେ
ବିପୁଳ ତା’ର ଐଶ୍ଚର୍ଯ୍ୟ।।(୪)।।
ସ୍ୱତନ୍ତ୍ର ଉତ୍କଳ ଦିବସ ଭାବରେ
ଏପ୍ରିଲ ପହିଲା ଆସେ,
ଅସୁମାରୀ ସ୍ୱପ୍ନ ସାକାର କରିସେ
ପାଳେ ହରଷେ -ଉଲ୍ଲାସେ।।(୫)।।
ଚାରିଆଡେ ଶୁଭେ ଉତ୍କଳ-ମାତାର
ବନ୍ଦନାର ଗୀତି ଧ୍ୱନୀ,
ପ୍ରାଣେ-ପ୍ରାଣେ ଜାଗେ ଉତ୍ସାହ ପୁଲକ
“ବନ୍ଦେ ଉତ୍କଳ ଜନନୀ।”.।।(୬)।।

     ।।ଚିତ୍ରା ରାଣୀ ପାତ୍ର।।

               ।।ବାଲେଶ୍ୱର।।

Related posts

ଲକ୍ଷ୍ମୀ ବଗର୍ତ୍ତୀ ଙ୍କ କବିତା = ସ୍ୱପ୍ନର ନାୟିକା

Sunil Chandra Nayak

ସୁଶ୍ରୀ ଚନ୍ଦ୍ରକଳା ଦେବୀ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା // ମହାବାହୁ

Sunil Chandra Nayak

Leave a Comment

error: Content is protected !!