ସାହିତ୍ୟ ଅଗଣାଚିତ୍ରା ରାଣୀ ପାତ୍ର ଙ୍କ କବିତା = ।।ଉତ୍କଳ ଦିବସ।। by Sunil Chandra NayakApril 1, 2023051 Share0 ।।ଉତ୍କଳ ଦିବସ।। ଉତ୍କଳ ଦିବସପାଇଁ ସଜବାଜ ସମଗ୍ର ଓଡିଶା ବାସୀ, ମଧୁବାବୁଙ୍କର ସ୍ୱତନ୍ତ୍ର ପ୍ରଚେଷ୍ଟା ଆଖିଆଗେ ଯାଏ ଭାସି।।(୧)।। ଓଡ଼ିଶାର ସବୁ ରାଜା-ମହାରାଜା ଗୋପବନ୍ଧୁ ଆଉ ଯେତେ, ସାମିଲ ହୋଇଲେ ଫକୀର ମୋହନ ରଚିଗଲେ କୀର୍ତ୍ତି କେତେ।।(୨)।। ଅକ୍ଲାନ୍ତ ଉଦ୍ୟମ ବିଫଳ ହୁଏନା ଦେଖାଇଲେ ନେତାଗଣ, ସ୍ୱାର୍ଥ ବଳିଦେଇ କାନ୍ଧେ କାନ୍ଧ ଦେଇ ହେଲା ଉତ୍କଳ ଗଠନ।।(୩)।। ଓଡ଼ିଆ ଭାଷାର ମହିମାକୁ ଜାଣି ଭାଷା ଭିତ୍ତିକ ଏ ରାଜ୍ୟ, ଶ୍ରେଷ୍ଠ ବୋଲାଇଲା ସମଗ୍ର ଦେଶରେ ବିପୁଳ ତା’ର ଐଶ୍ଚର୍ଯ୍ୟ।।(୪)।। ସ୍ୱତନ୍ତ୍ର ଉତ୍କଳ ଦିବସ ଭାବରେ ଏପ୍ରିଲ ପହିଲା ଆସେ, ଅସୁମାରୀ ସ୍ୱପ୍ନ ସାକାର କରିସେ ପାଳେ ହରଷେ -ଉଲ୍ଲାସେ।।(୫)।। ଚାରିଆଡେ ଶୁଭେ ଉତ୍କଳ-ମାତାର ବନ୍ଦନାର ଗୀତି ଧ୍ୱନୀ, ପ୍ରାଣେ-ପ୍ରାଣେ ଜାଗେ ଉତ୍ସାହ ପୁଲକ “ବନ୍ଦେ ଉତ୍କଳ ଜନନୀ।”.।।(୬)।। ।।ଚିତ୍ରା ରାଣୀ ପାତ୍ର।। ।।ବାଲେଶ୍ୱର।।