ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରରେ ୩୭ ତମ ମା’ ବାସନ୍ତୀକ ପୂଜା ସଂପନ୍ନ ;ମେଲାଣି ନେଲେ ମା ‘

 ମୟୂରଭଞ୍ଜ – (ମସିହା)ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଡାକ୍ତରଖାନା ଛକ ନିକଟସ୍ଥ ଈଚିଣ୍ଡା ଗ୍ରାମ ଓ୍ବାର୍ଡ ନମ୍ବର ୧୪ ର ବାସନ୍ତୀ ମଣ୍ଡପରେ ୩୭ ତମ ସାର୍ବଜନୀନ ମା’ଵାସନ୍ତୀକ ତ୍ରୀଦିନାତ୍ମକ ପୂଜା ମା’ବାସନ୍ତୀ ପୂଜା କମିଟି ତରଫରୁ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ରାଇରଙ୍ଗପୁର ସହରର ଏକମାତ୍ର ସ୍ଥାନରେ ମା’ଵାସନ୍ତୀ ପୂଜା ପାଳିତ ହୋଇଥାଏ । କମିଟି ତରଫରୁ ଆକର୍ଷଣୀୟ ତୋରଣ, ରଙ୍ଗଵେରଂଗ ଆଲୋକସଜ୍ଜା,ଶଙ୍ଖ,ଘଣ୍ଟା ମାଦଳରେ ଏବଂ ମନଲୋଭା ମା’ମୃଣ୍ମୟ ମୂର୍ତ୍ତି ଦେଖିବା,ବ୍ରାହ୍ମଣଙ୍କ ପବିତ୍ର ମନ୍ତ୍ର ଧ୍ବନି ସହିତ ଚଣ୍ଡୀପାଠ ମନ୍ତ୍ରରେ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ଚେତନା ଓ ପରିବେଶ ସୃଷ୍ଟି କରିଥିଲା । ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଗହଳି ଲାଗିଥିଲା । ମୁଖ୍ୟ ପୂଜକ ଦେବବ୍ରତ ରଥମହାପାତ୍ର, ଗଙ୍ଗାଧର ପଣ୍ଡା,ପ୍ରମୋଦ ଦାସ, ଆଦିତ୍ୟ ଦାସ, ଘାତକ ଗତି କୃଷ୍ଣ ମହାନ୍ତ, ବାରିକ ଚିତ୍ତରଞ୍ଜନ ପ୍ରମୁଖ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ ।କାର୍ଯ୍ୟକ୍ରମକୁ କମିଟିର କାର୍ଯ୍ୟକର୍ତ୍ତା ସୁଶିଲ ମହାନ୍ତି, ନିରଞ୍ଜନ ଗୋୟଲା,ଅମଳ ମହାନ୍ତି,ଅଙ୍କିତ ପଟ୍ଟନାୟକ,ଅନୁଭବ ପଟ୍ଟନାୟକ ,ଅଭିଜ୍ଞାନ ମହାନ୍ତିି ,ସୁଚେତନ ,ଦୀପକ,କାଳିଆ,ଗିରିଶ,ଉଜ୍ବଳ, ଅମୂଲ୍ୟ ଅଶୋକ,ତପୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କମିଟି ତରଫରୁ ସମସ୍ତ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୬୬ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ବସ୍ତିପଡା ସାର୍ବଜନୀନ ଦୂର୍ଗା ପୂଜା  ଆସନ୍ତା ଅକ୍ଟୋବର ୨ ରେ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା

Sunil Chandra Nayak

ଦେବଗିରି ମଠରେ ଚୈତ୍ର ନବରାତ୍ର ଆରମ୍ଭ 

masiha

ରେଙ୍ଗସାପାଲି ୪୭ତମ ଦୂର୍ଗାପୂଜା ପାଳିତ

Sunil Chandra Nayak

Leave a Comment

error: Content is protected !!