ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୋକସରା ବ୍ଲକର ପୁରପଲ୍ଲୀରେ ଚୈତ୍ର ଯାତ୍ରା ଅନୁଷ୍ଠିତ, ଘଟ ରୁପରେ ଦର୍ଶନ ଦେଲେ ମା

କୋକସରା,୫/୦୪ // ଚୈତ୍ର ମାସରେ ଧରାପୃଷ୍ଠକୁ ଘଟ ରୁପେ ବିଜେ କରିଛନ୍ତି ଦେବୀ ସ୍ୱରୂପା ଜଗତଜନନୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପୁରପଲ୍ଲୀରେ ମଙ୍ଗଳବାର ମା ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଶେଷ ହୋଇଛି। ମା ଙ୍କ ଚୈତ୍ର ଯାତ୍ରା ପାଇଁ ସମସ୍ତ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସୋମବାର କୋକସରା ଗ୍ରାମର ମା ଠାକୁରାଣୀଙ୍କ ପୂଜକ ନନ୍ଦ କିଶୋର ଧରୁଆଙ୍କ ଘରୁ ବିଧି ମୁତାବକ ପୂଜାର୍ଚ୍ଚନା କରିବା ପରେ ଦୁଇ କୁମାରୀ କନ୍ୟାଙ୍କ ମସ୍ତକରେ ଘଟ ସ୍ଥାପନ କରାଯାଇଥିଲା । ପରେ ଗ୍ରାମ ପୁଝାରିଙ୍କ ନିର୍ଦେଶରେ ଶିରା ମାନଙ୍କ ଶରୀରରେ କାଲିସି ଲାଗି ହୁଅନ୍ତି। ଏହାପରେ ଘଣ୍ଟ ବାଜା ସହ ପଟୁଆରରେ ଦେବୀ ସ୍ୱରୂପା କୁମାରୀ କନ୍ୟା ମାନେ ଘଟକୁ ମସ୍ତକରେ ଧାରଣ କରି ପ୍ରଥମେ ଗାଁ ଗୌନ୍ତିଆ ହେମନ୍ତ ପ୍ରଧାନୀ ଘରକୁ ବିଜେ ହୁଅନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ଗାଁ ର ଗଣ୍ଡା ଗୋବର୍ଦ୍ଧନ ବାଗ ଘରକୁ ଯିବା ପରମ୍ପରା ରହିଛି। ପରେ ନଗର ପରିକ୍ରମା କରନ୍ତି। ଏହି।ସମୟରେ ଗାଁ ର ପ୍ରତି ଘର ଦୁଆର ଆଗରେ ମା ଙ୍କ ଆଗମନ ପାଇଁ ଝୋଟି ସହ ପଳାସ ଓ ମନ୍ଦାର ଫୁଲ,ମହୁଲ, ଚାର, ମୁଆଁ, ନଡ଼ିଆ, କଦଳୀ, ଧୂପଦୀପ ନୈବେଦ୍ୟରେ ଶୁକ୍ଳ ଭୋଗ ଦେଇ ମା ଙ୍କୁ ପୂଜା କରିବା ସହିତ ନିଜ ପରିବାରର ସୁଖ ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରନ୍ତି। ମଙ୍ଗଳବାର ଦିନ ପୁଣି ଗ୍ରାମ ପରିକ୍ରମା କରି ମୁଖ୍ୟ ମନ୍ଦିରକୁ ଘଟ ପ୍ରତ୍ୟାବର୍ତ୍ତନ ପରେ ଶ୍ରଦ୍ଧାଳୁ ମାନେ ଶୁକ୍ଳଭୋଗ ସହ ମାନସିକ ଧାରୀ ମାନେ ବୋଦା, କୁକୁଡ଼ା, ପାରା ବଳି ଦେଇ ମାନସିକ ପୂରଣ କରିଥିବା ଦେଖିବାକୁ ମିଳିଛି। ଚୈତ୍ର ଯାତ୍ରାକୁ ଗ୍ରାମର ପୂଜକ ଦିଲୀପ କୁମାର ଧରୁଆ, ଦିଲୁ ସିଂ ଧରୁଆ, ଶିରା ଦାମୋଦର ରାଉତ, ଅନିଲ ରାଉତ ସେବକ ପୁରୁଷୋତ୍ତମ ନାଏକ, ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଲଡୁଗାଁ, ଆମପାଣି, ଗମ୍ଭାରୀଗୁଡା ଓ ଅନ୍ୟ ସ୍ଥାନରେ ମଧ୍ୟ ଚୈତ୍ର ଯାତ୍ରା ବିଧି ଅନୁସାରେ ପାଳିତ ହୋଇଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମନ୍ତ୍ରୀ, ବିଧାୟକ, ନଗର ପାଳିକା ଅଧ୍ୟକ୍ଷ ସମଣି ଦ୍ବୟ ଙ୍କ ଦର୍ଶନ ସେବାର କଲେ ଲାଭ 

masiha

ଶ୍ରୀ ଆଖଣ୍ଡଳମଣି ମହାଦେବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ୬ ରେ..

Sunil Chandra Nayak

ତୃତୀୟ ମାଘମଣ୍ଡେଇ ସହ ଉଦଯାପିତ ହେଲା ମାଁ ଖଲିଗଢ଼େନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Sunil Chandra Nayak

Leave a Comment

error: Content is protected !!