ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଣ୍ଡା ଗାଁରେ ବିବାହଟେଣ୍ଡ ବସାଉ  ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି  ଜଣେ ମୃତ ଜଣେ ଗୁରୁତର

ଗୋଳାମୁଣ୍ଡା/୨୭/୪/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧୀନରେ ଥିବା ଫୁଣ୍ଡା ଗାଁ ରେ ବିଦ୍ୟୁତ ଆଘାତ ରେ ଜଣେ ମୃତ୍ୟୁ ଜଣେ ଗୁରୁତର ଥିବା ପ୍ରାପ୍ତ ସୂଚନା ରୁ ପ୍ରକାଶ । ମୃତକ ଜଣକ ହେଲେ ଜୁନାଗଡ଼ ବ୍ଲକ ଚାରଭାଟି ଗ୍ରାମର ହିମାଂଶୁ ନାଏକ ବୟସ 20 ବୋଲି ସୂଚନା ମିଳିଛିି। ସୂଚନା ଯେ ଫୁଣ୍ଡା ଗାଁରେ ସୁମନ୍ତ ଭୋଇଙ୍କ ବଡପୁତ୍ର ଚିନ୍ମୟ(ରୂପେଶ)ଭୋଇଙ୍କ ବାହାଘର ଆସନ୍ତା ତା୩୦/୪/୨୩/ରବିବାର ଦିନ ଭବାନୀପାଟଣା ଆରଡବ୍ଲୁ ଏସ,ଏସ,କଲୋନୀ ନିବାସୀ ବିଜୟ ନାଏକ ଙ୍କ ଏକ ମାତ୍ର କନ୍ୟା ଚେତନା(ପୂର୍ଣ୍ଣମୀ)ଙ୍କ ସହ ବିବାହ ସକାଶେ ଆଗ ତୁରା ଟେଣ୍ଟମାଲିକ ଉକ୍ତ ମୃତ ଯୁବକ  ଙ୍କୁ ଶ୍ରମିକ ଭାବେ ଲଗେଇବା ପାଇଁ ଯାଇଥିବା ବେଳେ ୩୩କେଭି ତାର ଲାଗିବା ମାତ୍ରେ ଏହି ଅଘଟଣ ଘଟିଥିବା ଜଣାପଡିଛି। ବିଦ୍ୟୁତ ସଂସ୍ପର୍ଶ ରେ ଆସି ହିମାଂଶୁ ନାଏକ ଓ ଆଉ ଜଣେ ଯୁବକ ଆଘାତ ଲାଗି ଗୁରୁତର ହୋଇ ଅଚେତ ହୋଇଯାଇଥିଲେ । ଏହାପରେ ଲୋକେ ଦୁଇ ଗୁରୁତର ଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ହିମାଂଶୁ କୁ ମୃତ ଘୋଷଣା କରିଥିଲାବେଳେ ଆଉ ଜଣେ ଯୁବକ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଦଶପୁର ପୋଲିସ କୁ ସୂଚନା ମିଳିଛି ହେଲେ ଦଶପୁର ଫାଣ୍ଡିଅଧିକାରୀ ବିରବନ୍ଧୁ ସେଠୀଙ୍କୁ ପଚାରିବାରୁ ଅଭିଯୋଗ ହୋଇଛି ହେଲେ ମୁଁ ଜୁନାଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ମୃତ୍ୟୁ ଶରୀର ତଦନ୍ତ କଲାପରେ ହିଁ ତଥ୍ୟ ପ୍ରଦାନ କରି ପାରିବି ବୋଲି ଫୋନ ଯୋଗେପ୍ରକାଶ କରିଥିଲେ, ଅନ୍ୟ ପକ୍ଷର ମୃତ ପରିବାରଙ୍କଠାରୁ କିଛି ତଥ୍ୟ ସଂଗ୍ରହ ମିଳି ପାରିନାହିଁ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ପି ଆଇ କଲେଜ ର ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ

Sunil Chandra Nayak

ମଧୁସୂଦନ ପାଠାଗାରରେ ମଧୁସୂଦନଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଭାରତୀୟ ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ 

masiha

Leave a Comment

error: Content is protected !!