ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଣ୍ଡା ଗାଁରେ ବିବାହଟେଣ୍ଡ ବସାଉ  ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି  ଜଣେ ମୃତ ଜଣେ ଗୁରୁତର

ଗୋଳାମୁଣ୍ଡା/୨୭/୪/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧୀନରେ ଥିବା ଫୁଣ୍ଡା ଗାଁ ରେ ବିଦ୍ୟୁତ ଆଘାତ ରେ ଜଣେ ମୃତ୍ୟୁ ଜଣେ ଗୁରୁତର ଥିବା ପ୍ରାପ୍ତ ସୂଚନା ରୁ ପ୍ରକାଶ । ମୃତକ ଜଣକ ହେଲେ ଜୁନାଗଡ଼ ବ୍ଲକ ଚାରଭାଟି ଗ୍ରାମର ହିମାଂଶୁ ନାଏକ ବୟସ 20 ବୋଲି ସୂଚନା ମିଳିଛିି। ସୂଚନା ଯେ ଫୁଣ୍ଡା ଗାଁରେ ସୁମନ୍ତ ଭୋଇଙ୍କ ବଡପୁତ୍ର ଚିନ୍ମୟ(ରୂପେଶ)ଭୋଇଙ୍କ ବାହାଘର ଆସନ୍ତା ତା୩୦/୪/୨୩/ରବିବାର ଦିନ ଭବାନୀପାଟଣା ଆରଡବ୍ଲୁ ଏସ,ଏସ,କଲୋନୀ ନିବାସୀ ବିଜୟ ନାଏକ ଙ୍କ ଏକ ମାତ୍ର କନ୍ୟା ଚେତନା(ପୂର୍ଣ୍ଣମୀ)ଙ୍କ ସହ ବିବାହ ସକାଶେ ଆଗ ତୁରା ଟେଣ୍ଟମାଲିକ ଉକ୍ତ ମୃତ ଯୁବକ  ଙ୍କୁ ଶ୍ରମିକ ଭାବେ ଲଗେଇବା ପାଇଁ ଯାଇଥିବା ବେଳେ ୩୩କେଭି ତାର ଲାଗିବା ମାତ୍ରେ ଏହି ଅଘଟଣ ଘଟିଥିବା ଜଣାପଡିଛି। ବିଦ୍ୟୁତ ସଂସ୍ପର୍ଶ ରେ ଆସି ହିମାଂଶୁ ନାଏକ ଓ ଆଉ ଜଣେ ଯୁବକ ଆଘାତ ଲାଗି ଗୁରୁତର ହୋଇ ଅଚେତ ହୋଇଯାଇଥିଲେ । ଏହାପରେ ଲୋକେ ଦୁଇ ଗୁରୁତର ଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ହିମାଂଶୁ କୁ ମୃତ ଘୋଷଣା କରିଥିଲାବେଳେ ଆଉ ଜଣେ ଯୁବକ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଦଶପୁର ପୋଲିସ କୁ ସୂଚନା ମିଳିଛି ହେଲେ ଦଶପୁର ଫାଣ୍ଡିଅଧିକାରୀ ବିରବନ୍ଧୁ ସେଠୀଙ୍କୁ ପଚାରିବାରୁ ଅଭିଯୋଗ ହୋଇଛି ହେଲେ ମୁଁ ଜୁନାଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ମୃତ୍ୟୁ ଶରୀର ତଦନ୍ତ କଲାପରେ ହିଁ ତଥ୍ୟ ପ୍ରଦାନ କରି ପାରିବି ବୋଲି ଫୋନ ଯୋଗେପ୍ରକାଶ କରିଥିଲେ, ଅନ୍ୟ ପକ୍ଷର ମୃତ ପରିବାରଙ୍କଠାରୁ କିଛି ତଥ୍ୟ ସଂଗ୍ରହ ମିଳି ପାରିନାହିଁ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ.. ପୌରପାଳିକାର ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରି ଫଟୋଚିତ୍ର ପ୍ରଦର୍ଶନୀ, ଦସ୍ତଖତ ଅଭିଯାନ

Sunil Chandra Nayak

ତାତିରେ ସାରା ଓଡ଼ିଶା ନିଆଁ; ଅମଲାଙ୍କ ଆନ୍ଦୋଳନ ନିଆଁ ; ସରକାରୀ କାର୍ଯ୍ୟ ଠପ୍ ,ଜନତା ଅସନ୍ତୋଷରେ ନିଆଁ

Sunil Chandra Nayak

Leave a Comment

error: Content is protected !!