ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ ପାଳିତ

ଭବାନୀପାଟଣା ତା ୧.୫.୨୦୨୩: ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ମିଳିତ ପ୍ରୟାସରେ ଆଜି ସ୍ଥାନୀୟ ଟାଉନ୍ ହଲ ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଓ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୩ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ,ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ଜିଲ୍ଲା ବିଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ରାଇକା ଯୋଗ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ମଣ୍ଡଳ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ସହାୟତା ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ଭୂପିନ୍ଦର ସିଂ ନିଜ ବକ୍ତବ୍ୟରେ ଦେଶ ଓ ରାଜ୍ୟର ସାମଗ୍ରିକ ବିକାଶ ଓ ନିର୍ମାଣ ରେ ଶ୍ରମିକମାନଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଦ୍ଵାରା ପ୍ରଣୟନ ହୋଇଥିବା ବିଭିନ୍ନ ଶ୍ରମିକ ସହାୟତା ଯୋଜନାର ସୁଯୋଗ ନେବାକୁ ଏବଂ ନିଜକୁ ପଞ୍ଜୀକୃତ କରିବାକୁ ଅନୁରୋଧ କରିଥିଲେ।ଅନ୍ୟ ଅତିଥିଗଣ ସମସ୍ତଙ୍କୁ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇ ଅଣ ସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ଯେଭଳି ସହାୟତା ପହଞ୍ଚିପାରିବ ତା ଉପରେ ଅଧିକାରୀ ଧ୍ୟାନ ଦେଲେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ପୂର୍ଣ୍ଣ ହେବ ବୋଲି କହିଥିଲେ।କଳାହାଣ୍ଡି ଜିଲ୍ଲା ରେ ଶ୍ରମିକ ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ମୃତ୍ୟୁ,ଅନ୍ତେଷ୍ଟିକ୍ରୀୟା, ବିବାହ, ମାତୃତ୍ଵ, ଶିକ୍ଷା ସହାୟତା ବାବଦକୁ ମୋଟ ୩,୦୨,୮୯୬୦୦/- ଟଙ୍କା ବିତରଣ କରାଯାଇଛି।ଆଜି ସଭାରେ ମୁଖ୍ୟ ଅତିଥି ଭବାନୀପାଟଣା ନକଟିଗୁଡ଼ା ନିବାସୀ ମୃତ୍ୟୁ ସହାୟତା ରେ ମୃତ କାର୍ତ୍ତିକ ସରାଫ ଙ୍କ ପତ୍ନୀ ଗୀତାଞ୍ଜଳି ସରାଫଙ୍କୁ ୨ ଲକ୍ଷ ଟଂକା , ଅନ୍ତେଷ୍ଟିକ୍ରିୟା ସହାୟତା ରେ ଜୁନାଗଡ ବ୍ରାହ୍ମଣୀଗୁଡ଼ା ର ସାରଦା ବାଗ ଙ୍କୁ ୫୦୦୦ ଟଙ୍କା, ସଂବୁନଗରପଡ଼ାର ରଶ୍ମିତା ସାସମଲଙ୍କୁ ୧ ଲକ୍ଷ ଟଂକା,ଶିକ୍ଷା ସହାୟତା ରେ କେସିଙ୍ଗା ର ଲଟକାବାହାଲି ଗ୍ରାମର ଲଲିତା ମାଝୀ ଙ୍କୁ ୫୦୦୦ ଟଙ୍କା , ଚୂଡ଼ାମଣି ସାହୁଙ୍କୁ ବିବାହ ସହାୟତା ପାଇଁ ୫୦୦୦୦ ଟଙ୍କା ର ଚେକ୍ ପ୍ରଦାନ କରିଥିଲେ।ସଭାରେ ପ୍ରାୟ ୪୦୦ ରୁ ଉର୍ଦ୍ଧ ଶ୍ରମିକ ଭାଇ ଭଉଣୀ, ଶ୍ରମିକ ସଂଗଠନ କର୍ମକର୍ତ୍ତା,ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ଵ୍ଳକ ପରିସରେ ପଞ୍ଚାୟତ ସମିତି ସ୍ତରୀୟ ସ୍ବାବଲମ୍ବୀ ଯୁଵ- ସମୃଦ୍ଧ ସମାବେଶ

Sunil Chandra Nayak

ରାଇରଙ୍ଗପୁର ବ୍ଲକ୍ ମିଶନ ଶକ୍ତି ଗୃହ ରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ମୟୂରଭଞ୍ଜ କାର୍ଯ୍ଯ ନିର୍ବାହୀ ସଂଘ ଗଠିତ 

masiha

ଢେ଼ଙ୍କାନାଳର ଗୁପ୍ତପୀଠ ଗଣେଶ ଖୋଲ ଆଶ୍ରମ

Sunil Chandra Nayak

Leave a Comment

error: Content is protected !!