ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପୋଖରା ଗ୍ରାମରେ ମାଁ ଠାକୁରାଣୀ ଙ୍କ ବଡ ବୋଲେନ୍ ଯାତ୍ରା ଅନୁଷ୍ଠିତ

ଥୁଆମୂଳ ରାମପୁର:୦୩/୦୪ – (ମନିସ):- ଆଧୁନିକ ଯୁଗରେ ବିଜ୍ଞାନ ଅଗ୍ର ଗତି ଯେତେ ଯେତେ ଆଗକୁ ଆଗେଇ ଚାଲିଥିଲେ ମଧ୍ୟ ଆଜି ବି ଅନେକ ଗ୍ରାମାଞ୍ଚଳରେ ଲୋକେ ନିଜ ନିଜର ପାରମ୍ପରିକ ରିତିନିତୀ ପୂଜାବିଧି ଜାରିରଖିଛନ୍ତି। ଲୋକଙ୍କ ବିଶ୍ବାସ ରହିଛି ଯେ ଗ୍ରାମ ଠାକୁରାଣୀ ଙ୍କୁ ସନ୍ତୋଷ୍ଟ କଲେ ଗ୍ରାମର ସର୍ବବିଧ ମଙ୍ଗଳ ସାଧିତ ହେବା ସହିତ ପରିବାର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି, ସେନେଇ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ନିକଟ ପୋଖରା ଗ୍ରାମରେ ଦୀର୍ଘ ୧୯ ବର୍ଷ ପରେ ଗତ ତା ୦୨/୦୫/୨୦୨୩ ରିଖ ମଙ୍ଗଳବାର ଦିନ ବଡ ବୋଲେନ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦିଶାରୀ ଦାନୁ ମାଝୀ ଓ ଜାନୀ ଅଭିରାମ ମାଝୀ ଦୁହେଁ ବଡ ବୋଲେନ୍ ରେ ପୂଜକ ଭାବରେ ଦାୟିତ୍ୱ ନିଭାଇଥିଲେ। ଏହି ଦିନ ଗ୍ରାମ ଦେବୀଙ୍କ ପାଖରେ ଶତାଧିକ ଶ୍ରଧାଳୁ ଙ୍କ ସମାଗମରେ ମାଟିରେ ତିଆରି ୧୧ ଗୋଟି ଘଟ କୁ ଯେଉଁ ପରିବାରର ଇଷ୍ଟ ଦେବୀ ଭାବରେ ମାଁ ଠାକୁରାଣୀଙ୍କୁ ମାନାଯାଇଛି ସେହି ପରିବାରର ଲୋକେ ଘଟକୁ ମୁଣ୍ତରେ ବୋହି ଗ୍ରାମର ଅନତି ଦୂରତାରେ ଥିବା ବୋଲେନ୍ ଭଟ୍ଟା ଅଭିମୁଖେ ବିଭିନ୍ନ ବାଦ୍ଯଯନ୍ତ୍ର ହୁଳହୁଳି ଘଣ୍ଟା ଶଙ୍ଖ ଧ୍ବନି ସହକାରେ ଯାଇ ବୋଲେନ ଭଟ୍ଟା ସ୍ଥିତ ଜାମୁକୋଳି ଗଛ ମୂଳରେ ପହଞ୍ଚି ସେଠାରେ ନିଜ ନିଜ ପୂଜାସାମଗ୍ରୀ ଏକାଠି ଭାବରେ ଥୋଇ ଦେବୀଙ୍କୁ ସନ୍ତୋଷ କରିବା ନିମିତ୍ତ ରିତିନିତୀ ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଗ୍ରାମର ସର୍ବ ମଙ୍ଗଳ କାମନା କରାଯାଇଥିଲା। ମାନସିକ ଧାରି ମାନେ ନିଜ ନିଜ ପରିବାରର ମଙ୍ଗଳ କାମନା କରି ମାଁଙ୍କୁ ପୂଜାର୍ଚ୍ଚନାରେ ସନ୍ତୋଷ କରିଥିବା ଜଣାପଡିଛି। ଏହି ଅବସରରେ ରାତ୍ରିକାଳୀନ ଶ୍ରଧାଳୁ ଙ୍କ ମନୋରଞ୍ଜନ ପାଇଁ ଗ୍ରାମବାସୀ ଓ ପୂଜାକମିଟି ଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକ ନାଟକ ପରିବେଷଣ କରାଯାଇଥିବା ବେଳେ ଏକ ମଞ୍ଚ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା ଏଥିରେ ମୁଖ୍ୟ ଅତି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ମୁଖ୍ୟ ବକ୍ତା ଭାବରେ ସ୍ଥାନୀୟ ସମିତି ସଭ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ, ବ୍ଳକ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ରାଧାକୃଷ୍ଣ ନାଏକ, ଡୁମେରପଦର ମଣ୍ତଳ ସଭାପତି ଶ୍ରୀ ଧନୁର୍ୟ୍ଯ ନାଏକ, ଏସସି ମୋର୍ଚ୍ଛା ଉପସଭାପତି ଶ୍ରୀ ବିପିନ ନାଏକ, ଶତ୍ରୁଘ୍ନ ଗହୀର, ଗଜେନ୍ଦ୍ର ନାଏକ, ସନାତନ ମାଝୀ, ଆଲୋକ ନାଏକ ସମେତ କମିଟି ର ସଭାପତି ଅଭାରାମ ନାଏକ, ସମ୍ପାଦକ ରସାସିଆ ମାଝୀ, ସଦସ୍ୟ ବିଳାସ ନାଏକ, ଗଙ୍ଗାଧର ନାଏକ, ବିରଞ୍ଚି ନାଏକ, ଡମ୍ବରୁଧର ନାଏକ, ମକୁନ୍ଦ ମାଝୀ, ରବିରଞ୍ଜନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବଡ ବୋଲେନକୁ ଯାତ୍ରାରେ ଦୂରଦୂରାନ୍ତରୁ ଅନେକ ଗ୍ରାମର ବନ୍ଧୁ ବାନ୍ଦ ପ୍ରିୟ ଜନ ସହିତ ଜନସମାଗମ ହୋଇଥିବା ବେଳେ ଵଡ ବୋଲେନ୍ ଯାତ୍ରା ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶ୍ରୀ ଶ୍ରୀ ରାଧା କୃଷ୍ଣ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଷୋହଳ ପ୍ରହର ନାମ ଯଜ୍ଞାର୍ଥେ କଳସ ଯାତ୍ରା

Sunil Chandra Nayak

ଆଜି ଆରମ୍ଭ ହେଲା କାମନା ଦଣ୍ଡ ଯାତ୍ରା

Sunil Chandra Nayak

ଦଣ୍ଡକାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!