ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଅଭାବି ଦୁରହେବ – ଉପଜିଲ୍ଲାପାଳ, ରାୟଗଡ଼

ରାୟଗଡ଼ା ତା: ୧୭.୫.୨୦୨୩ // ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବି ଦୂର କରିବା ନିମନ୍ତେ ଉପଜିଲ୍ଲାପାଳ, ରାୟଗଡ଼ାଙ୍କ କାର୍ଯ୍ୟାଳୟ କକ୍ଷରେ ଏକ ଜରୁରୀ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ରାୟଗଡ଼ା ଉପ ଜିଲ୍ଲାପାଳ ଶ୍ରୀ ଭୀମସେନ ଶବର ଅଧ୍ୟକ୍ଷତା କରିଥିଲେ । ରାୟଗଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଦିବ୍ୟଜ୍ୟୋତି ଦାଶ, ଜିଲ୍ଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ସହକାରୀ ଯୋଗାଣ ଅଧିକାରୀ ସରୋଜ କୁମାର ସାହୁ ଓ ସୁହାନ୍ସ ଭୋଇ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ସୁନିଲ ଚନ୍ଦ୍ର ପଣ୍ଡା, ଆଇ ଓ ସି ଏଲ୍ ର ମ୍ୟାନେଜର ଶ୍ରୀ ବର୍ଦ୍ଧନ ପାଲିଆ ସମେତ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଯୋଗଦେଇଥିଲେ । ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ର କୁତ୍ରିମ ଅଭାବ ଦୂର କରିବା ସହ ଯେପରି ପ୍ରଯ୍ୟାପ୍ତ ପରିମାଣର ତୈଳ ଗ୍ରାହକଙ୍କୁ ମିଳିପାରିବ, ସେଥିନିମନ୍ତେ ଆଲୋଚନା ହୋଇଥିଲା । ତୈଳ ଅଭାବ ଯୋଗୁଁ ମୁଣ୍ଡଫଟା ଖରାରେ ଲୋକଙ୍କୁ ଘଣ୍ଟା, ଘଣ୍ଟା ଧରି ଅପେକ୍ଷା କରିବା କଷ୍ଟ ସାଧ୍ୟ ହୋଇ ପଡ଼ୁଛି । କ୍ଷମତାଶାଳୀ ପେଟ୍ରୋଲ କ୍ରୟ ନିମନ୍ତେ ବାଧ୍ୟ କରିବା, ପେଟ୍ରୋଲ ପମ୍ପ ଗୁଡିକରେ ପାନୀୟ ଜଳ ଓ ଛାୟା ର ଆବଶ୍ୟକତା ଥିବା ଅଭିଯୋଗ ହୋଇଥିଲା । 

  ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ଆବଶ୍ୟକ ପରିମାଣର ଡିଜେଲ ଓ ପେଟ୍ରୋଲ ଉପଲବ୍ଧ ହେବ ବୋଲି ପେଟ୍ରୋଲ ପମ୍ପ ମାଲିକ ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ ପ୍ରତି ପେଟ୍ରୋଲ ପମ୍ପ ରେ ଛାୟା ଓ ପାନୀୟଜଳର ବ୍ୟବସ୍ଥା, ନିଆଲିଭା ଯନ୍ତ୍ରର ସ୍ଥାପନା, ଗାଡ଼ି ଗୁଡ଼ିକ ନିମନ୍ତେ ମାଗଣା ପବନର ଯୋଗାଣ, ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା କରିବା ନିମନ୍ତେ ଅଙ୍ଗୀକାର କରିଥିଲେ । ଫୋନ ପେ ନିମନ୍ତେ କିୟୁଆର କୋଡ ଟି ମେସିନ ଠାରୁ ଦୂରରେ ରଖିବା ସହ ତୈଳ ପ୍ରଦାନ ସମୟରେ ମୋବାଇଲ ଫୋନ ବ୍ୟବହାରକୁ ସମ୍ପୂର୍ଣ୍ଣ ମନା କରିବା ପାଇଁ ସ୍ଥିର କରାଗଲା। ପେଟ୍ରୋଲ ପମ୍ପ କର୍ମଚାରୀ ନିୟମିତ ସେମାନଙ୍କ ୟୁନିଫର୍ମ ବ୍ୟବହାର କରିବେ । ଆବଶ୍ୟକ ସ୍ଥଳେ, ଆଇନ ଶୃଙ୍ଖଳା ପରିସ୍ଥିତିରେ ସମସ୍ତ ସହଯୋଗ ପ୍ରଦାନ ନିମନ୍ତେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ବଣିଜର ଉର୍ଦ୍ଧରେ ରହି ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ଶବର ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ସହଯୋଗ ଲୋଡିଥିଲେ ।ଉପଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ରାୟଗଡ଼ାବାସୀ ପ୍ରଶଂସା କରିଛନ୍ତି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୋପାଳ ସ୍ମୃତି ବିଦ୍ୟାପୀଠର ପ୍ଲାଟିନମ ଜୁବୁଲି ଉତ୍ସବ ପାଳିତ 

masiha

ଗୋଲାମୁଣ୍ଡା ବ୍ଲକ ରେ ତେଜିଲା ଧର୍ମଗଡ ଜିଲ୍ଲା ଦାବୀ ,  ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଗୋଲାମୁଣ୍ଡା ଠାରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ବୈଠକ

masiha

ଏକ କି.ମି ଦୂରତାର ଉଚ୍ଚ ସେତୁ ନିର୍ମାଣ ର ଶିଳା ନ୍ୟାସ

masiha

Leave a Comment

error: Content is protected !!