ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ଠାରେ ନୂତନ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ ଉଦଘାଟିତ

ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ବରିଷ୍ଠ ଦେୱାନୀ ବିଚାରପତି ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଳୀଧରଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ମାନ୍ୟବର ଓଡିଶା ହାଇକୋର୍ଟର ବିଚାରପତି ବିଶ୍ବନାଥ ରଥ ଙ୍କ ଉପସ୍ଥିତିରେ ଉଦ୍ଘଘାଟିତ ହୋଇଯାଇଛି।

ଏହି ଅବସରରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଦିପ୍ତି ରଞ୍ଜନ କାନୁନଗୋ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀଦୀପ ମିଶ୍ର, ନୂତନ ଭାବେ ଯୋଗଦେଇଥିବା ସିଭିଲ ଜଜ୍ ଶ୍ରୀ ଜିତେନ୍ଦ୍ର ପାଣିଗ୍ରାହୀ, ଜୟପାଟଣା ସିଭିଲ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀ ପ୍ରତାପ ଚନ୍ଦ୍ର ପୃଷ୍ଟି ଏବଂ ଜୟପାଟଣା ଓକିଲ ସଂଘ ସଭାପତି, ସଂପାଦକ ଓ ଅନ୍ୟାନ୍ୟ ଓକିଲ ସହ ଜିଲ୍ଲାର ବିଭିନ୍ନ ଓକିଲ ସଂଘର ଓକିଲ ମାନେ ଏହି ଅବସରରେ ଉପସ୍ଥିତ ଥିଲେ, ୨୦୧୦ ମସିହା ରୁ ଜୟପାଟଣାଠାରେ ଦେୱାନୀ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ ଅଦାଲତ କାର୍ଯ୍ୟକାରୀ ହେଉଅଛି।ଦୀର୍ଘ ଦିନରୁ ସ୍ଥାନୀୟ ଜନସାଧାରଣ ଓ ଓକିଲଙ୍କ ପ୍ରଚେଷ୍ଟା ପରେ ଜୟପାଟଣା ଠାରେ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତର ଉଦ୍ଘଘାଟନ ହୋଇଥିବାରୁ ଅଂଚଳରେ ଖୁସିର ଲହରି ଖେଲିଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

masiha

ସମସ୍ୟା ଘେରରେ ବୁଢ଼ୀଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

masiha

ନବରଙ୍ଗପୁର ମହାବିଦ୍ୟାଳୟରେ Y20, G20 , ଜିଲ୍ଲାସ୍ତରୀୟ ଯୁବ ଆଲୋଚନା

Sunil Chandra Nayak

Leave a Comment

error: Content is protected !!