ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ୫ଟି ସଚିବ ,ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ 

ଜୟପାଟଣା:୨୦/୦୫ //ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଦୁଇଦିନିଆ କଳାହାଣ୍ଡି ଗସ୍ତ କରିଛନ୍ତି । ତାଙ୍କର ଏହି ଦୁଇ ଦିନିଆ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି । ସେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନୂତନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଆଜି ଦ୍ବିତୀୟ ଦିନରେ ଥୁଆମୂଳ ରାମପୁର,କଲମପୁର ତଥା ଜୟପାଟଣା ଗସ୍ତ କରିଥିଲେ । ଜୟପାଟଣା ବ୍ଲକ ସ୍ଥିତ ମଙ୍ଗଳପୁର ଉଠା ଜଳସେଚନ ପମ୍ପ ହାଉସ ସ୍ଥିତ ପଡ଼ିଆରେ ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ସେ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ମହିଳାଙ୍କ ପାଇଁ ୧୦ଲକ୍ଷ ଏବଂ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା ତଥା ମିଶନ ଶକ୍ତି ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ମୋଟା ଅଙ୍କର ଆର୍ଥିକ ସହାୟତା ଯୋଗୁଁ ରାଜ୍ୟର ମହିଳାମାନେ କିପରି ସ୍ୱାଭଲମ୍ବୀ ହୋଇ ପାରିଛନ୍ତି ଆଲୋକପାତ କରିଥିଲେ । ଜୟପାଟଣା ଅଞ୍ଚଳ ପାଇଁ ଖୁସିର ବିଷୟ ଖୁବ ଶୀଘ୍ର ମଙ୍ଗଳପୁର ଡ୍ୟାମ ପରିସରକୁ ଦର୍ଶନୀୟ ସ୍ଥାନ ନିର୍ମାଣ ପାଇଁ ସେ ଘୋଷଣା କରିଥିଲେ । ଉଠା ଜଳସେଚନ କେନାଲ ଖୁବ ଶୀଘ୍ର ଆହୁରି ୪୦କିମି ସଂପ୍ରସାରଣ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି ଏହା ଯୋଗୁଁ ଜିଲ୍ଲାର ଅନେକ ଗ୍ରାମର ଚାଷୀକୁଳ ଉପକୃତ ହୋଇ ପାରିବେ । ଜିଲ୍ଲାରେ ଜଳ ସେଚନ କ୍ଷେତ୍ରରେ ରେକର୍ଡ ପରିମାଣର ଜଳ ସେଚନ ହୋଇ କୃଷି କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ ହୋଇ ପାରିବ । 

ଗତ କାଲି କଳାହାଣ୍ଡି ଗସ୍ତର ପ୍ରଥମ ଦିନରେ ବିଶେଷକରି ନିର୍ମାଣାଧିନ ସରକାରୀ ମେଡ଼ିକାଲ କଲେଜ, ନୂତନ ବସଷ୍ଟାଣ୍ଡର ଅଗ୍ରଗତି ଆଦି ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସଂଧ୍ୟାରେ ସରକାରୀ ମେଡ଼ିକାଲ କଲେଜର ନବନିର୍ମିତ ଅଡିଟୋରିୟମ, କଳାହାଣ୍ଡି ଜିଲ୍ଲାର ବିଭିନ୍ନ କଲେଜ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ପରେ କୃଷି ମହାବିଦ୍ୟାଳୟ ଗସ୍ତରେ ଯାଇଥିଲେ। ଏଥିସହ ଭବାନୀପାଟଣା ସହରର ବିଭିନ୍ନ ବର୍ଗର ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ଏସ ପି ,ଜିଲ୍ଲାର ବରିଷ୍ଠ ଅଧିକାରୀ,ସ୍ଥାନୀୟ ବିଡ଼ିଓ ତଥା ସ୍ଥାନୀୟ ବିଜେଡିର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । 

ଜଗମୋହନ ପଟ୍ଟନାୟକ, ବରିଷ୍ଠ ପତ୍ରକାର

Related posts

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର, ଭବାନୀପାଟଣା ଜନ୍ମାଷ୍ଟମୀ ଅବସରରେ କୃଷ୍ଣମୟ ହେଲା ବିଦ୍ୟାଳୟ ପରିସର

masiha

आदिवासियों की जमीन-जंगल और आजीविका खतरे में : निरंजन बिशि डबल इंजन नहीं, ‘ट्रबल इंजन’ सरकार चल रही है — सांसद का तीखा हमला

Sunil Chandra Nayak

ଓଜିବି ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!